
ଆମେଥିରେ ଆଦର୍ଶ ଆଚରଣ ବିଧି ଉଲଂଘନ ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଦଳର ଇସ୍ତାହାର ‘ସର୍ବନିମ୍ନ ଆୟ ଯୋଜନା’(ନ୍ୟାୟ)ର ପୋଷ୍ଟର କାନ୍ଥରେ ଲଗାଯାଇଥିବାରୁ ଏହୂି ନୋଟିସ୍ ପଠାଯାଇଛି। ଘରର ମାଲିକଙ୍କ ବିନା ଅନୁମତିରେ ଏହି ପୋଷ୍ଟର ଲଗା ଯାଇଥିବା ବେଳେ ପୋଷ୍ଟରରେ ପ୍ରିଣ୍ଟିଂ ପ୍ରେସ୍ର ନାମ ନାହିଁ। ଗୁରୁବାର ଇସିଙ୍କ ପକ୍ଷରୁ ରାହୁଲଙ୍କୁ ଏହି ନୋଟିସ୍ ପଠା ଯାଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଏହାର ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦେଶର ୨୦ ପ୍ରତିଶତ ଗରିବ ଘରକୁ ବାର୍ଷିକ ୭୨ ହଜାର ଟଙ୍କା ପ୍ରଦାନ କରିବା ନ୍ୟାୟ ଯୋଜନାର ଅଂଶବିଶେଷ। ଦାରିଦ୍ର୍ୟ ବିରୋଧରେ ଏହା ସର୍ଜିକାଲ ଷ୍ଟ୍ରାଇକ୍ ହେବ ବୋଲି କହିଥିଲେ ରାହୁଲ। ଆମେଥିରୁ ରାହୁଲ ସ୍ମୃତି ଇରାନୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ମେ ୬ ତାରିଖରେ ଆମେଥିରେ ନିର୍ବାଚନ ଅନୁଷ୍ଠିତ ହେବ।