ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକକୁ ଉନମୋଚନ କଲେ ମୁଖ୍ୟମନ୍ତ୍ରୀ

Published: Nov 25, 2021, 6:16 pm IST

ଭୁବନେଶ୍ବର: ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ ‘contours of my life’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହେଇଯାଇଛି। ଓଡିଶୀ ନୃତ୍ୟ, ସଙ୍ଗୀତ,ବିଜ୍ଞାନ, ଗବେଷଣା ,ନାରୀ ସ୍ବାଧୀନତା ତଥା ସମସାମୟିକ ଘଟଣା ବଳୀ ଉପରେ ପ୍ରଫେସର ହେଜମାଦୀଙ୍କ ଦ୍ଵାରା ବିଭିନ୍ନ ସମୟରେ ରଚିତ ନିବନ୍ଧ ଓ ସାକ୍ଷାତ କାର ଏହି ପୁସ୍ତକ ରେ ସନ୍ନିବେଶିତ ହେଇଅଛି ।

ଭୁବନେଶ୍ବର ର ଶିକ୍ଷା ସନ୍ଧାନ ହେଉଛନ୍ତି ପୁସ୍ତକ ର ପ୍ରକାଶକ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଆର୍ ବାଲକ୍ରିଷନ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Related posts