କଂଗ୍ରେସକୁ ବଡ ଝଟକା: ଟିଏମସିରେ ସାମିଲ ହେଲେ ୧୨ ବିଧାୟକ

Published: Nov 25, 2021, 6:33 pm IST

ନୂଆଦିଲ୍ଲୀ: କଂଗ୍ରେସକୁ ମମତା ବାନାର୍ଜୀ ଏକ ବଡ ଝକା ଦେଇଛନ୍ତି। ମେଘାଳୟରେ ୧୭ ଟି କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ଟିଏମସି (ତୃଣମୂଳ କଂଗ୍ରେସ) ରେ ଯୋଗ ଦେଇଛନ୍ତି। ବିଦ୍ରୋହୀ ବିଧାୟକମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମାଙ୍କ ସହ ଶିଲଙ୍ଗରେ ଟିଏମସିରେ ଯୋଗ ଦେଇଛନ୍ତି।

ମୁକୁଲ ସାଙ୍ଗମା ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ଟିଏମସିରେ ଯୋଗଦେବାକୁ ଘୋଷଣା କରିଥିଲେ। ସେ କହିଥିଲେ ଯେ, କଂଗ୍ରେସ ଦେଶର ମୁଖ୍ୟ ବିରୋଧୀ ଦଳର ଭୂମିକା ଗ୍ରହଣ କରିବାରେ ବିଫଳ ହୋଇଛି। ଦେଶକୁ ମଜବୁତ ବିରୋଧୀ ଦଳର ଆବଶ୍ୟକତା ରହିଛି। ସାଙ୍ଗମା କହିଛନ୍ତି ଯେ, ଦେଶର ଉନ୍ନତି ପାଇଁ ଆମେ ଟିଏମସି ଯିବାକୁ ନିଷ୍ପତ୍ତି ନେଇଛୁ। ରାଜ୍ୟର ଭବିଷ୍ୟତ ପାଇଁ ଆମେ ଏକ ନୂଆ ଧାରା ସ୍ଥିର କରିବୁ।

ସାଙ୍ଗମା କହିଛନ୍ତି ଯେ, ମେଘାଳୟରେ ଆମର ଏକ ଟିମ ଅଛି। ଆମେ ଲୋକଙ୍କ ବିଶ୍ୱାସ ଜିତିଛୁ। ଏହି ବିଶ୍ୱାସକୁ ସମ୍ମାନ ଦେବା ଉଚିତ୍। କଂଗ୍ରେସ ସହିତ ରହି ଆମେ ବିରୋଧୀ ଦଳର ଦାୟିତ୍ଵ ପୂରଣ କରିବାରେ ବିଫଳ ହେଉଥିଲୁ। ଭିନ୍ସେଣ୍ଟ ଏଚ୍ ପାଲାଙ୍କୁ ମେଘାଳୟରେ ରାଜ୍ୟ କମିଟିର ମୁଖ୍ୟ କରାଯିବା ପରେ ସାଙ୍ଗମା ଅସନ୍ତୋଷ ହୋଇଥିବା ଆଲୋଚନା ହୋଇଛି। ଗତ ମାସରେ ରାହୁଲ ଗାନ୍ଧୀ ସାଙ୍ଗମା ଏବଂ ଭିନ୍ସେଣ୍ଟଙ୍କୁ ଭେଟି ବିବାଦର ଅନ୍ତ ଘଟାଇବାକୁ ଚେଷ୍ଟା କରିଥିଲେ।

୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ଏକ ଅଂଶ ଭାବରେ ଟିଏମସି ଏହି କୌଶଳ ଖେଳିଛି ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଇଛନ୍ତି। ଟିଏମସିର ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଟିମ ମେଘାଳୟର ବିକଳ୍ପ ଅନୁସନ୍ଧାନ ପାଇଁ ଶୀଲୋଙ୍ଗରେ ଅଛନ୍ତି। ରାଜ୍ୟରେ ୬୦ ଟି ଆସନ ମଧ୍ୟରୁ ୩୫ ଟି ପ୍ରତିଦ୍ୱନ୍ଦ୍ୱିତା କରିବା ଉଦ୍ଦେଶ୍ୟରେ ମେଘାଳୟ ତୃଣମୂଳ କଂଗ୍ରେସ ୨୦୧୨ରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା।

ଟିଏମସିରେ କଂଗ୍ରେସ ବିଧାୟକଙ୍କ ଯୋଗଦାନ ହେତୁ ମମତା ଦଳ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଟିଏମସି ଏହା ଉପରେ ସ୍ପଷ୍ଟୀକରଣ ଦେଇଛି। ଟିଏମସି କଂଗ୍ରେସକୁ ଅଯୋଗ୍ୟ ଏବଂ ଅକ୍ଷମ ବୋଲି କହିଛି। ଦଳ ପକ୍ଷରୁ କୁହାଯାଇଥିଲା ଯେ କଂଗ୍ରେସ ନେତାଙ୍କ ଦଳ ଛାଡିବା ପାଇଁ ମମତା ବାନାର୍ଜୀ କିମ୍ବା ଦଳ ଦାୟୀ ହୋଇପାରିବ ନାହିଁ। କଂଗ୍ରେସର ଗୁରୁତର ସମସ୍ୟା ରହିଛି।

ଟିଏମସି ବର୍ତ୍ତମାନ ମେଘାଳୟର ମୁଖ୍ୟ ବିରୋଧୀ ଦଳ:

ମୁକୁଲ ସାଙ୍ଗମାଙ୍କ ସମେତ ୧୨ଜଣ ବିଧାୟକ ଟିଏମସିରେ ଯୋଗଦେବା ପରେ ମେଘାଳୟରେ କଂଗ୍ରେସରୁ ମୁଖ୍ୟ ବିରୋଧୀ ଦଳର ଆଭିମୁଖ୍ୟ ଛଡ଼ାଇ ନିଆଯାଇଛି। ବର୍ତ୍ତମାନ ପଶ୍ଚିମବଙ୍ଗ ପରେ ମେଘାଳୟରେ ଟିଏମସିରେ ସର୍ବାଧିକ ସଂଖ୍ୟକ ବିଧାୟକ ଅଛନ୍ତି। ଟିଏମସି ବର୍ତ୍ତମାନ ମେଘାଳୟର ମୁଖ୍ୟ ବିରୋଧୀ ଦଳ। ମେଘାଳୟର ୬୦ ଟି ବିଧାନସଭା ଆସନ ମଧ୍ୟରୁ ଏନଡିଏରୁ ୪୦ ଟି ଅଟେ। ୧୭ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ଟିଏମସି ଯାଇଛନ୍ତି। ସେମାନଙ୍କର ମୋଟ ସଂଖ୍ୟା ଦୁଇ ତୃତୀୟାଂଶ ସହିତ ସମାନ। ଏଭଳି ପରିସ୍ଥିତିରେ, ସେମାନଙ୍କ ପ୍ରତି ଦଳ-ବଦଳ ଆଇନ ପ୍ରଯୁଜ୍ୟ ହେବ ନାହିଁ।

Related posts