
ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡା ମାଡ ହୋଇଛି। ଆଜି ସାଂସଦ ବାଲିପାଟଣା ଗସ୍ତରେ ଥିବା ବେଳେ ରାସ୍ତାରେ ତାଙ୍କ ଉପରକୁ ଅଣ୍ଡାମାଡ କରାଯାଇଛି। ଏହି ଅଣ୍ଡାମାଡ କଂଗ୍ରେସ କର୍ମି କରିଛନ୍ତି ବୋଲି ସ୍ଥାନୀୟ ବିଜେପି ତରଫରୁ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ସେମାନଙ୍କୁ ଗିରଫ କରାଯାଉ ବୋଲି ସ୍ଥାନୀୟ ବିଜେପି କର୍ମି ଅଭିଯୋଗ କରିଛନ୍ତି।
ଦେଶରେ ବର୍ତ୍ତମାନ ଦରଦାମ ବୃଦ୍ଧି ପାଇଥିବା ବେଳେ କଂଗ୍ରେସ ତରଫରୁ ଏପରି ପ୍ରତିବାଦ କରାଯାଇଛି ବୋଲି ଜଣାପଡିଛି। ନିକଟରେ ରାଜ୍ୟ ମନ୍ତ୍ରୀମାନଙ୍କୁ ବିଜେପି ତରଫରୁ ଅଣ୍ଡାମାଡ ଚାଲିଥିବା ବେଳେ ଏପଟେ ବିଜେପି ନେତାଙ୍କ ଉପରକୁ ଅଣ୍ଡାମାଡ ଚର୍ଚ୍ଚାର ବିଷୟ ହୋଇଛି।