Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୋଛକିରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେଡି, ପ୍ରଶାନ୍ତ ଜଗଦେବ ବନାମ ରଘୁନାଥ ସାହୁ
ଆଜିର ଖବର

ଦୋଛକିରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେଡି, ପ୍ରଶାନ୍ତ ଜଗଦେବ ବନାମ ରଘୁନାଥ ସାହୁ

November 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ନାନାଦି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଚିଲିକା ନିର୍ବାଚନମଣ୍ଡଳିରେ ଶାସକ ଦଳର ଅନ୍ତକନ୍ଦଳ ସାମ୍ନାକୁ ଆସୁଛି। କିନ୍ତୁ ସେପଟେ  ବିରୋଧୀ ଦଳଗୁଡିକ ମଧ୍ୟ ଏକରକମ ନିଷ୍କ୍ରିୟ ହୋଇଯାଇଥିବା ପରିଲକ୍ଷିତ ହେଉଛି। ମାତ୍ର  ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ବିରିବାଡ଼ି ଗ୍ରାମ ପଞ୍ଚାୟତର ମା’ ରତ୍ନମାଳି ଦେବୀଙ୍କ ପ୍ରାଙ୍ଗଣରେ ଚିଲିକାର ପୂର୍ବତନ ବିଜେଡ଼ି ବିଧାୟକ ରଘୁନାଥ ସାହୁ ଶତାଧିକ କର୍ମୀଙ୍କୁ ନେଇ କର୍ମୀ ସମ୍ମିଳନୀ ଆରମ୍ଭ କରିଛନ୍ତି। ଯାହାକି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁଜନତା ଦଳର ପୂର୍ବତନ ବିଧାୟକ ରଘୁନାଥ ସାହୁ ସକ୍ରିୟ ହୋଇଥିବାର ସୂଚନା ଦେଉଛି।

ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ବିବାଦ ଥମି ନ ଥିବାବେଳେ ଆଗାମି ଦିନରେ ପୁଣି ଶଙ୍ଖ ବାଜିମାତ କରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ସାହୁ। ଏପରିକି ନିର୍ବାଚନମଣ୍ଡଳୀର ପ୍ରତିଟି ଜନସାଧାରଣଙ୍କ ହୃଦୟରେ ସେ ଅଛନ୍ତି ଏବଂ ଆଗକୁ ମଧ୍ୟ ଯେ କୋୖଣସି ପରିସ୍ଥିତିରେ ରହିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ପରିପ୍ରକାଶ କରିଛନ୍ତି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ସଂପୂର୍ଣ୍ଣ ଆଶାଭରସା ଅଛି ଏବଂ ଅଦ୍ୟାବଧି ଦଳରେ ଥାଇ ମଧ୍ୟ କୌଣସି ପଦପଦବୀରେ ନରହି ଦଳ ମଜଭୁତ ପାଇଁ ନିଜ ପ୍ରଚେଷ୍ଟାରେ ଉଦ୍ୟମ ଜାରି ରଖିଥିବା ଶ୍ରୀ ସାହୁ କହିଛନ୍ତି।

ଉକ୍ତ କର୍ମୀ ସମ୍ମିଳନୀରେ ଚିଲିକା ବ୍ଲକ ବିଜେଡ଼ି ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ସାଂସଦ ପ୍ରତିନିଧି ରମେଶ ମହାପାତ୍ରଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀମାନେ ଯୋଗଦେଇଥିଲେ।

ଅପରପକ୍ଷେ ଗତ କିଛି ଦିନ ତଳେ ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ଦଳୀୟ କର୍ମୀଙ୍କୁ ନେଇ ଚିଲିକାରେ ଏକ ବଡ ରାଲି କରିଥିଲେ। ଯେଉଁଥିରେ ଶହ ଶହ କର୍ମୀ ଯୋଗ ଦେଇଥିଲେ। ଏହି ବୈଠକରେ ବିରୋଧୀଙ୍କୁ ବିଧାୟକ ଶ୍ରୀ ଜଗଦ୍ଦେବ ଟାର୍ଗେଟ କରିଥିଲେ। ଏହି ଅବସରରେ ବିରୋଧୀ ଦଳ ନେତାମାନଙ୍କୁ ୱାର୍ଡ ମେମ୍ବର ହେବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ସେ କଟାକ୍ଷ କରିଥିଲେ। ସେହିଭଳି ନିଜ ଦଳର କିଛି ନେତାଙ୍କୁ ‘ଢୋଲ ଭିତରେ ମୂଷା’ କହିବା ସହ ଦଳକୁ କ୍ଷତି ପହଞ୍ଚାଉଥିବା ସେଭଳି ନେତାଙ୍କୁ ଉଚିତ ଶିକ୍ଷା ଦିଆଯିବ ବୋଲି ସେ ଚେତାବନୀ ଦେଇଥିଲେ।

ତେବେ ଏଭଳି ବାକ୍ୟ ପ୍ରଶାନ୍ତ ଜଗଦ୍ଦେବ କାହା ଉଦ୍ଦେଶ୍ୟରେ ବ୍ୟବହାର କରିଥିଲେ ବୋଲି ଲୋକଙ୍କ ମନରେ ସସ୍ପେନ୍ସ ଲାଗି ରହିଥିଲା। କିନ୍ତୁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଏହି ବୈଠକରେ ଜଣେ କର୍ମୀ ଏହି ବାକ୍ୟକୁ ଦୋହରାଇଥିବା ଦେଖାଯାଇଥିଲା। ରଘୁ ସାହୁଙ୍କ ଉପସ୍ଥିତିରେ ଉକ୍ତ କର୍ମୀଜଣଙ୍କ ପରୋକ୍ଷରେ ସମାଲୋଚନା କରୁଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଯାହା ଫଳରେ ବର୍ତ୍ତମାନ ପରିସ୍ଥିତିରେ ଚିଲିକାରେ ବିଜେଡ଼ିର ସବୁ ଠିକ ଚାଲିଥିବା ଭଳି ମନେ ହେଉନାହିଁ।

ତେଣୁ ଏଭଳି ଘଟଣାକୁ ଦେଖି ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର କିଏ ମଙ୍ଗ ଧରିବ, ତାହାକୁ ନେଇ କର୍ମୀମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।

ଅନ୍ୟପଟେ ଏଭଳି ରାଜନୈତିକ ବିରୋଧାଭାଷ ଯୋଗୁଁ ଚିଲିକାର ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ସାଧାରଣ ଜନତା ଅଭିଯୋଗ କରୁଛନ୍ତି। ଚିଲିକାବାସୀଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ନିଜର ରାଜନୈତିକ ଲାଭ ଉଠାଇବା ପାଇଁ ନେତାମାନେ ତତ୍ପରତା ଦେଖାଉଛନ୍ତି ବୋଲି ଅଭିଯୋଗ ହେଉଛି। ଗତ ଲଘୁଚାପଜନିତ ବର୍ଷାରେ ଚାଷୀମାନଙ୍କ ଧାନ ଫସଲ ଉଜୁଡିଯାଇଥିବା ବେଳେ ସେମାନଙ୍କ ଦୁଃଖ ବୁଝିବା ପାଇଁ ଉଭୟ ସରକାରୀ ଦଳର ନେତା କିମ୍ବା ବିରୋଧୀ ଦଳର ନେତାମାନେ ଆଗ୍ରହ ଦେଖାଉନଥିବା ଅଭିଯୋଗ ହେଉଛି। କେବଳ ନିର୍ବାଚନ ଆସିଲେ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ନେତାମାନେ ଦୁଆର ଦୁଆର ବୁଲିବେ ବୋଲି ଚିଲିକାବାସୀ କହିଛନ୍ତି।

ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ ଶକ୍ତି ପ୍ରଦର୍ଶନ
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.