ଚାଣକ୍ୟ ନୀତି: ଛଅ ଜଣ ଯଦି ଶୋଇଛନ୍ତି ସେମାନଙ୍କୁ ନିଦରୁ ଉଠାନ୍ତୁ ନାହିଁ, ହୋଇପାରେ ମୃତ୍ୟୁ

Published: Nov 27, 2021, 1:11 am IST

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଛଅ ଜଣ ଯଦି ଶୋଇଛନ୍ତି ତେବେ ସେମାନଙ୍କୁ ଉଠାନ୍ତୁ ନାହିଁ। ଯଦି ଉଠାଇବେ ତେବେ ହୋଇପାରେ ମୃତ୍ୟୁ କିମ୍ବା ଅସୁବିଧା। ତେଣୁ ଯେଉଁମାନେ ଚାଲକ ବ୍ୟକ୍ତି ସେମାନେ କେବେ ବି ଏମାନଙ୍କୁ ନିଦ୍ରାରୁ ଜାଗ୍ରତ କରନ୍ତି ନାହିଁ।

ତେବେ ଚାଣକ୍ୟଙ୍କ ମତରେ ଏହି ଛଅ ଜଣ ହେଉଛନ୍ତି ସର୍ପ, ରାଜା, ହିଂସ୍ର ପଶୁ, ଅନ୍ୟର କୁକୁର, ଶିଶୁ ଏବଂ ମୂର୍ଖ। ସାପ ଶୋଇଥିଲେ ଯଦି ଆପଣ ତାକୁ ଉଠାନ୍ତି ତେବେ ସେ ଚଟକରି ଦଂଶନ କରିବ। ସେହିପରି ରାଜା ଶୋଇଥିଲେ ତାଙ୍କ ନିଦ୍ରଭଙ୍ଗ କଲେ ସେ ହୁଏତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଦେବେ।

ସେହିପରି ହିଂସ୍ର ପଶୁ ଯଥା ବାଘ, ସିଂହ, ବରାହ ପ୍ରଭୃତି ପଶୁଙ୍କୁ ନିଦରୁ ଉଠାଇଲେ ସେମାନେ ମାରି ଗୋଡାଇବା ନିଶ୍ଚିତ। ସେହିପରି ଅନ୍ୟର କୁକୁରକୁ ମଧ୍ୟ ନିଦରୁ ଉଠାଇଲେ ସେ ଆକ୍ରମଣ କରିବା ଥୟ। ଅନ୍ୟପକ୍ଷରେ ଶିଶୁଙ୍କୁ ନିଦରୁ ଉଠାଇଲେ ସେମାନେ କାନ୍ଦି ନୟାନ୍ତ କରିଦେବେ। ଯାହା ସ୍ବାସ୍ଥ୍ୟ ପକ୍ଷେ ଖରାପ। ସେହିପରି ମୂର୍ଖଙ୍କୁ ଉଠାଇଲେ ସେ ଯାହା ଇଚ୍ଛା ତାହା ଗାଳି ଦେବ। ଫଳରେ ନିଜର ଟେନସନ ବୃଦ୍ଧି ପାଇବ।

Related posts