Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଙ୍ଗ ପ୍ରତ୍ୟାରୋପଣକୁ ଅପେକ୍ଷା କରି ପ୍ରତିବର୍ଷ ୫ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି: ଡାକ୍ତର ମନୋଜ କୁମାର
ଆଜିର ଖବର

ଅଙ୍ଗ ପ୍ରତ୍ୟାରୋପଣକୁ ଅପେକ୍ଷା କରି ପ୍ରତିବର୍ଷ ୫ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି: ଡାକ୍ତର ମନୋଜ କୁମାର

November 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷା କରି ପ୍ରତ୍ୟେକ ବର୍ଷ ଭାରତରେ ପ୍ରାୟ ୫ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ଦେଶରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ କିଡ଼୍‌ନୀ ପ୍ରତ୍ୟାରୋପଣର ଆବଶ୍ୟକତା ରହିଥିବା ବେଳେ ମାତ୍ର ୫ ହଜାର ପ୍ରତ୍ୟାରୋପଣ ସମ୍ଭବ ହୋଇପାରୁଛି।

ସେହିପରି ଯକୃତ ରୋଗରେ ପୀଡ଼ିତ ହୋଇ ଅଙ୍ଗଦାନକାରୀ ନ ମିଳିବା କାରଣରୁ ପ୍ରାୟ ୨ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ଭାରତରେ ଅଙ୍ଗ ଦାନର ମାତ୍ରା ମାତ୍ର ୦.୦୧ ପ୍ରତିଶତ ବୋଲି ବିଶିଷ୍ଟ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ
ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ ଶନିବାର ସୂଚନା ଦେଇଛନ୍ତି।

ଜାତୀୟ ଅଙ୍ଗ ଦାନ ଦିବସ ପାଳନ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ସାହୁ କହିଥିଲେ ଯେ ଭାରତରେ ପ୍ରତ୍ୟେକ ଦିନ ଡୋନର ନ ମିଳିବା କାରଣରୁ ୧୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି। ଅଙ୍ଗ ପ୍ରତ୍ୟାରୋପଣର ଖୁବ୍ ଆବଶ୍ୟକତା ଥିବା ବେଳେ ୨୦୨୦ ମସିହାରେ ଭାରତରେ ମାତ୍ର ୩୯ ହଜାର ଅଙ୍ଗ ପ୍ରତ୍ୟାରୋପଣ ସମ୍ଭବ ହୋଇପାରିଥିଲା ବୋଲି ଡଃ ସାହୁ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ଡାକ୍ତର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ଡିନ୍ ଡାକ୍ତର ଅଜୟ କୁମାର ଜେନା, ଜିଆଇ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ, ନ୍ୟୁରୋଇନ୍‌ଟେନ୍‌ସିଭିଷ୍ଟ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା ଏବଂ ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତି ମିନତି ବେହେରା ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାଂଶ ବକ୍ତାମାନେ ଅସୁସ୍ଥ ରୋଗୀମାନଙ୍କ ନିମନ୍ତେ ଅଙ୍ଗଦାନ କ୍ଷେତ୍ରରେ ସଚେତନତାର ଅଭାବ ହିଁ ବାଧା ସୃଷ୍ଟି କରୁଛି ବୋଲି ମତ ପ୍ରକାଶ କରିଥିଲେ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସାହୁ କହିଥିଲେ ଯେ ଯେକୌଣସି ବୟସର ବ୍ୟକ୍ତି ମଧ୍ୟ ଅଙ୍ଗଦାନ କରିପାରିବ।

ଡାକ୍ତର ସାହୁ କହିଥିଲେ ଯେ ଜଣେ ନବଜାତ ଶିଶୁ ଯିଏକି ଜନ୍ମ ହେବାର ୧୦୦ ମିନିଟ୍ ମଧ୍ୟରେ ମୃତ୍ୟୁବରଣ କରିଥିଲା ସେ ତା’ର ଦୁଇଟି କିଡ୍‌ନୀ ଦାନ କରିପାରିଛି । ସେହିପରି ଜଣେ ୧୦୭ ବର୍ଷର ମହିଳାଙ୍କ କର୍ନିଆ ମଧ୍ୟ ବ୍ୟବହାର ହୋଇପାରିଛି। ଯେ କୌଣସି ବୟସର ବ୍ୟକ୍ତି ଅଙ୍ଗଦାନ କରିପାରିବେ ବୋଲି ଡାକ୍ତର ସାହୁ କହିଥିଲେ।

ପ୍ରଫେସର ସାହୁ କହିଥିଲେ ଯେ ଆମ ଦେଶରେ ଅଙ୍ଗଦାନର ଅନେକ ସୁଯୋଗ ରହିଛି ।ତେବେ ଏ ନେଇ ଲୋକେ ସଚେତନ ହେବା ଆବଶ୍ୟକ। କେବଳ ଗତ ମାସ କେବଳ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ୧୦ ଜଣ ବ୍ରେନ୍ ଡେଡ୍ ହୋଇଥିବା ବ୍ୟକ୍ତିଙ୍କ ଅଙ୍ଗ ତାଙ୍କ ପରିବାର ପକ୍ଷରୁ ଦାନ କରାଯାଇଥିବା ସେ କହିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସାହୁ କହିଥିଲେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାର ଅଙ୍ଗଦାନ ନେଇ ପ୍ରାୟତଃ ଅନିଚ୍ଛା ପ୍ରକାଶ କରିଥାନ୍ତି। ଯଦି କୌଣସି ରୋଗୀଙ୍କୁ ପଚରାଯାଏ ଯେ ତାଙ୍କ ପରିବାରର କେହି ସଦସ୍ୟ କିମ୍ବା ବନ୍ଧୁ ତାଙ୍କ ପାଇଁ ରକ୍ତଦାନ କରିବେ କି ତେବେ ପ୍ରାୟତଃ ତାଙ୍କ ଉତର ରହିଥାଏ ରକ୍ତ ଅନ୍ୟ କେଉଁଠାରୁ ମିଳିପାରିବ କି? ଏହା ଲୋକଙ୍କର ସାଧାରଣ ଚିନ୍ତାଧାରାକୁ ପ୍ରକାଶ କରେ ବୋଲି
ପ୍ରଫେସର ସାହୁ କହିଥିଲେ।

ଲୋକମାନେ ଏ ଦିଗରେ ଉଚିତ୍ ଚିନ୍ତା କରି ନିଷ୍ପତି ନେବା ଉଚିତ୍ ବୋଲି ସେ କହିଛନ୍ତି ।
ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ପୋଷ୍ଟମୋର୍ଟମ୍‌କୁ ରାତିରେ କରାଯିବାର ସରକାରଙ୍କ ନିଷ୍ପତି ଦ୍ୱାରା ଅଙ୍ଗଦାନର ମାତ୍ରା ବୃଦ୍ଧି ପାଇବ। ଏହା ଏକ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଏବଂ ଅଙ୍ଗଦାନ କ୍ଷେତ୍ରରେ ଏହା ଖୁବ୍ ସାହାଯ୍ୟ କରିବ ବୋଲି ସେ କହିଥିଲେ।

ମୃତ୍ୟୁବରଣ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.