ଚିଲିକାର ଆଜି ୨୫ ହେକ୍ଟର ଅଞ୍ଚଳ ହେଲା ଘେରି ମୁକ୍ତ

Published: Nov 27, 2021, 7:04 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ମରାଳ ମ‍ାଳିନୀ ନିଳାମ୍ଵୁ ଚିଲିକାରେ ଶହ ଶହ ମତ୍ସ୍ୟଜୀବୀ ମାଛ ମାରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ହେଲେ ଚିଲିକାରେ କେତେକ ଅସାଧୁ ମାଫିଆ ଵେଆଇନ ଘେରି କରିବା ଯୋଗୁଁ ଚିଲିକାରେ ମାଛ ଉତ୍ପାଦନ କମ୍ ହେବା ସହ ଚିଲିକା ତାର ସୌନ୍ଦର୍ଯ୍ୟ ହରାଉଛି। ତେଣୁ ରାଜ୍ୟ ସରକାର ଚିଲିକାରେ ଘେରି ଉଛେଦ ଅଭିଯାନ ଜାରି ରଖିଛନ୍ତି।

ଏହି ପ୍ରରିପ୍ରେକ୍ଷୀରେ ଚିଲିକାରେ ଆଜି ପୁଣି ଘେରି ଉଚ୍ଛେଦ ଅଭିଯାନ କରାଯାଇଥିଲା। ଘେରି ଉଚ୍ଛେଦ କାର୍ଯ୍ୟ ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଏବଂ ମାନସିଂହପୁର ଅନ୍ତର୍ଗତ ଚିଲିକା ହ୍ରଦ ମଧ୍ୟ୍ୟରେ ଚାଲିଥିଲା। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସିଡିଏ ର ମିଳିତ ସହଯୋଗରେ ଘେରି ଉଚ୍ଛେଦ ଅଭିଯାନ ଚାଲିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା କରିଵା ପାଇଁ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା।

ମାନସିଂହପୁର ଜେଟି ନିକଟରେ ପ୍ରଶାସନ ପକ୍ଷରୁ ଆଜି ଦୀର୍ଘ ସମୟ ଧରି ଘେରି ଉଚ୍ଛେଦ ଅଭିଯାନ ଜାରି ରହିଥିଲା। ଦେଶୀ ଡଙ୍ଗା ସାହାଯ୍ୟରେ ଘେରି ଉଚ୍ଛେଦ କରାଯାଇ ଜାଲି କିଳାଗୁଡିକୁ ଜଵତ କରିଥିଲା ପ୍ରଶାସନ। ଆଜି ଗୋଟିଏ ଦିନରେ ୨୫.୦୫ ହେକ୍ଟର ଅଂଚଳରୁ ଘେରି ଉଚ୍ଛେଦ କରାଯାଇଥିଲା।

ତେବେ ଏହି ଘେରି ଉଚ୍ଛେଦ ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ପ୍ରଶାସନ କହିଛି। ଉକ୍ତ ଉଚ୍ଛେଦ ଅଭିଯାନର ଚିଲିକା ତହସିଲଦାର ପୁନମ ମହାପାତ୍ର ଏବଂ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ନେତୃତ୍ୱ ନେଇଥିଲେ।

Related posts