Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାନ୍ ବିପ୍ଲବୀ ନାଗଭୂଷଣଙ୍କ ରଚିତ ପୁସ୍ତକ ‘ବିପ୍ଲବର ପଥେ’ ଲୋକାର୍ପିତ
ଆଜିର ଖବର

ମହାନ୍ ବିପ୍ଲବୀ ନାଗଭୂଷଣଙ୍କ ରଚିତ ପୁସ୍ତକ ‘ବିପ୍ଲବର ପଥେ’ ଲୋକାର୍ପିତ

November 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନାଗଭୂଷଣ ଭବନରେ ସିପିଆଇ (ଏମ୍‌.ଏଲ୍‌) ଲିବରେସନର ସର୍ବଭାରତୀୟ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ମହାନ୍ ବିପ୍ଲବୀ ନାଗଭୂଷଣଙ୍କ ଚରିତ ପୁସ୍ତକ ‘ବିପ୍ଲବର ପଥେ’ର ଲୋକାର୍ପିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର ଉକ୍ତ ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି।

ଏହି ପୁସ୍ତକକୁ ସମୀକ୍ଷା କରି ପ୍ରଫେସର ବିଜୟ ବହିଦାର କହିଛନ୍ତି ଯେ, ନାଗଭୂଷଣ ସମାଜର ପରିବର୍ତ୍ତନ ଲାଗି ଉକ୍ତ ପୁସ୍ତକରେ କୃଷକ, ଶ୍ରମିକ ଓ ବିଶେଷକରି ମହିଳା ସମାଜକୁ ଆହ୍ୱାନ ଦେଇଥିଲା ବେଳେ ଜାତିପ୍ରଥାକୁ ଉଚ୍ଛେଦ କରିବା ଲାଗି କହିଛନ୍ତି। ନାଗଭୂଷଣ କହିଥିଲେ ଯେ, ଲୋକମାନଙ୍କ ଆନ୍ଦୋଳନ ଫଳରେ ସମାଜରେ ପରିବର୍ତ୍ତନ ସମ୍ଭବ ହୋଇପାରିବ। ସ୍ୱାଧୀନତା ଆନ୍ଦୋଳନ ପୂର୍ବରୁ କୃଷକମାନଙ୍କ ଆନ୍ଦୋଳନ ସ୍ୱାଧିନତା ଆଣିବା ଲାଗି ପଥ ପରିଷ୍କାର ହୋଇଥିଲା ବୋଲି ନାଗଭୂଷଣ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ସ୍ୱାଧୀନତାର ୭୫ ବର୍ଷ ପରେ ସ୍ୱପ୍ନ ଓ ସଂକଳ୍ପ ଶୀର୍ଷକରେ ଆଲୋଚନା କରି ଦୀପଙ୍କର ଭଟ୍ଟଚାର୍ଯ୍ୟ କହିଲେ ଯେ, ନାଗଭୂଷଣ ଜଣେ ସର୍ବଭାରତୀୟ ନେତା ଥିଲେ ଓ ଭାରତବର୍ଷର କୃଷକ, ଦଳିତ, ଆଦିବାସୀ ଓ ବିଶେଷକରି ମହିଳାଙ୍କ ଲାଗି ତାଙ୍କର ସଂଗ୍ରାମ ଜାରି ରଖିଥିଲେ। ଆଜି ଭାରତବର୍ଷରେ ମଧ୍ୟ ଦଳିତ, ସଂଖ୍ୟାଲଘୁ, ମହିଳା, କୃଷକମାନଙ୍କ ଫାସିବାଦୀ ମୋଦି ସରକାରର ଆକ୍ରମଣ ବ୍ୟାପକ ଭାବେ ବଢିବାରେ ଲାଗିଛି। ଏହାକୁ ଯେ ବିରୋଧ କରୁଛି, ତାଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଇ ଗିରଫ କରାଯାଉଛି। ଏବେ ଭାରତରେ କୃଷକମାନଙ୍କ ଦୀର୍ଘ ଏକବର୍ଷ ଧରି ଆନ୍ଦୋଳନ ଫଳରେ ଯେଉଁ ଐତିହାସିକ ବିଜୟ ହୋଇଛି, ଏହା ସ୍ପଷ୍ଟ କରିଛି ଯେ, ଭାରତରେ ବାମ, ଗଣତାନ୍ତ୍ରିକ ଶକ୍ତିର ଏକତା ଓ ବଡ଼ ଆନ୍ଦୋଳନର ଆବଶ୍ୟକତା ରହିଛି। ଏହା ଫଳରେ ଭାରତବର୍ଷର ପରିବର୍ତ୍ତନ ଅବଶ୍ୟମ୍ଭାବୀ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ।

ଏଥିରେ ପୂର୍ବତନ ବିଧାୟକ ତଥା ସିପିଆଇ(ଏମ୍‌.ଏଲ୍‌) ଲିବରେସନର କେନ୍ଦ୍ରୀୟ କମିଟି ସଭ୍ୟ ରାଧାକାନ୍ତ ସେଠି ସ୍ୱାଗତ ଭାଷଣ ଦେଇଥିବା ବେଳେ ସିପିଆଇ(ଏମ୍‌.ଏଲ୍‌) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ସଭାପତିତ୍ୱ କରିଥିଲେ। ଶେଷରେ ସିପିଆଇ(ଏମ୍‌.ଏଲ୍‌) ଲିବରେସନର ରାଜ୍ୟ କମିଟି ସଦସ୍ୟ ମହେନ୍ଦ୍ର ପରିଡ଼ା ଧନ୍ୟବାଦ ର୍ର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ସଦସ୍ୟ ସାଥୀ ତିରୁପତି ଗମାଙ୍ଗ, ଅଶୋକ ପ୍ରଧାନ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଲୋକାର୍ପଣ ଉତ୍ସବରେ ନାଗଭୂଷଣ ପଟ୍ଟନାୟକଙ୍କ ସହିତ କାର୍ଯ୍ୟ କରିଥିବା ଶରତ ତ୍ରିପାଠୀ, ଦିବାକର ବେଉରିଆଙ୍କୁ ସମ୍ମାନିତ କରାଯାଇଥିଲା। ଯୁବ ସାଥୀ ମଧୁସୂଦନ ସେଠୀ ସିପିଆଇ(ଏମ୍‌.ଏଲ୍‌) ଲିବରେସନରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସିପିଆଇ ନେତା ଦିବାକର ନାୟକ, ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ଛବି ମହାନ୍ତି ଓ ଫରୱାର୍ଡ଼ ବ୍ଲକର ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ତାଙ୍କର ବକ୍ତବ୍ୟ ରଖିଥିଲେ।

ଲୋକାର୍ପିତ ସିପିଆଇ (ଏମ୍‌.ଏଲ୍‌)
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.