Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଲୁରହିଥିବା ରେଳ ପ୍ରକଳ୍ପକୁ ଶୀଘ୍ର ସମାପ୍ତି ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ଚାଲୁରହିଥିବା ରେଳ ପ୍ରକଳ୍ପକୁ ଶୀଘ୍ର ସମାପ୍ତି ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

November 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ତାଳଚେର-ବିମଳାଗଡ଼ ନୂତନ ରେଳ ପ୍ରକଳ୍ପ ମଧ୍ୟରେ ଟନେଲର ବଡଧରଣର କାର୍ଯ୍ୟ ସମ୍ପାଦନରେ ପୂର୍ବତଟ ରେଳପଥ ଏକ ମାଇଲ୍ ଖୁଣ୍ଟ ହାସଲ କରିଛି।

ଏହି ଅଞ୍ଚଳରେ ଚାଲୁରହିଥିବା ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରେଳ ମନ୍ତ୍ରଣାଳୟ ପ୍ରାଥମିକତା ଦେଇଛି। ଓଡ଼ିଶାକୁ ତାଙ୍କର ପୂର୍ବ ଗସ୍ତ ସମୟରେ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକୁ ଶୀଘ୍ର ସମ୍ପାଦନ ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଅନ୍ୟାନ ସରକାରୀ ସଂସ୍ଥା ମାନଙ୍କ ସହ ସମନ୍ୱୟ ରକ୍ଷା କରି ବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଯାହାଫଳରେ ଦୀର୍ଘ ଦିନର ଚାଲୁରହିଥିବା କାର୍ଯ୍ୟ ଶୀଘ୍ର ଶେଷ ହେବ।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି 2003-04 ମସିହାରେ ମଞ୍ଜୁର ହୋଇଥିବା 149.78 କିଲୋମିଟର ଦୈର୍ଘ୍ୟ ତାଲଚର-ବିମଲାଗଡ ନୂତନ ବ୍ରଡ଼ ଗଜ ରେଳ ଲିଙ୍କ ପ୍ରକଳ୍ପ ଇତିମଧ୍ୟରେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ସୁନାଖଣି ଓ ସାମଲ୍ ଷ୍ଟେସନ୍ ମଧ୍ୟରେ ଥିବା ବାରୁଆଁ ପାହାଡ଼ରେ 840 ମିଟର ଲମ୍ୱା ଟନେଲର ବଡଧରଣର କାର୍ଯ୍ୟ ସମ୍ପାଦନ ପାଇଁ ପୂର୍ବତଟ ରେଳପଥ ନିର୍ମାଣ ସଂସ୍ଥାର ଇଞ୍ଜିନିୟରିଂ ଦଳ ଅନ୍ତିମ ବିସ୍ଫୋରଣ କରି କାର୍ଯ୍ୟ ସମ୍ପାଦନ କରିଛି।

ଦେଓଗଡ ଏବଂ ସୁନ୍ଦରଗଡ ଜିଲ୍ଲାରେ ଜମି ଅଧିଗ୍ରହଣର ମନ୍ଥର ଅଗ୍ରଗତି ହେତୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ କିଛିଟା ବିଳମ୍ବ ଘଟିଛି। ଉପରୋକ୍ତ ଦୁଇଟି ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ବତଟ ରେଳପଥ ଉଭୟ ରାଜ୍ୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି ଯାହା ଫଳରେ ବିମାଲାଗଡ ପାର୍ଶ୍ୱରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶୀଘ୍ର ପ୍ରାରମ୍ଭ କରାଯାଇ ପାରିବ।

ଡିସେମ୍ବର, 2019 ରେ ତାଳଚେର ଏବଂ ବିମାଲାଗଡ ମଧ୍ୟରେ ଚାଲିଥିବା ନୂତନ ରେଳ ଲାଇନରେ ତାଳଚେର ଷ୍ଟେସନ ଏବଂ ସୁନାଖଣି ରେଳ ଷ୍ଟେସନ ମଧ୍ୟରେ 20 କିଲୋମିଟର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସମୁଦାୟ ପ୍ରକଳ୍ପଦୈର୍ଘ୍ୟ 149.78 କି.ମି. ମଧ୍ୟରୁ ପ୍ରାୟ 79 କିମି ଅନୁଗୁଳ ଜିଲ୍ଲାରେ, 32 କି.ମି. ଦେବଗଡ଼ରେ ଏବଂ 39 କି.ମି. ଦୈର୍ଘ୍ୟ ସୁନ୍ଦରଗଡ଼ ମଧ୍ୟରେ ଅଛି।

ଏଠାରେ ଦର୍ଶାଯାଇପାରେ ଯେ ରେଳ ପ୍ରକଳ୍ପର କାର୍ଯ୍ୟ ସମାପ୍ତି ବିଭିନ୍ନ କାରଣ ଉପରେ ନିର୍ଭର କରେ ଯେପରିକି ପ୍ରାଥମିକ ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁର, ଉଲ୍ଲଂଘନକାରୀ ଉପଯୋଗୀତା ସ୍ଥାନାନ୍ତର, ବିଭିନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଆଇନଗତ କ୍ଲିୟରାନ୍ସ, ସହିତ ଭୌଗୋଳିକ ଅଞ୍ଚଳ ଏବଂ ଟପୋଗ୍ରାଫିକ୍ ଅବସ୍ଥା, ପ୍ରକଳ୍ପ ସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଇତ୍ୟାଦି ଉପରେ ନିର୍ଭର କରେ।

ଏହି ପ୍ରକଳ୍ପ ସମାପ୍ତ ପରେ ତାଳଚେର ଓ ରାଉରକେଲା ମଧ୍ୟରେ ଦୂରତ୍ୱ ପ୍ରାୟ 126 କି.ମି. ହ୍ରାସ ପାଇବ। ଏହି ରେଳ ଲାଇନ ଦ୍ୱାରା ବନ୍ଦରଗୁଡିକ ମାଧ୍ୟମରେ ଗୁଣାତ୍ମକ ଲୁହାପଥର ବିଦେଶକୁ ରପ୍ତାନିରେ ସାହାଯ୍ୟ କରିବ। ଏହି ପ୍ରକଳ୍ପ ଦ୍ୱାରା ଆଭ୍ୟନ୍ତରୀଣ ଜିଲ୍ଲା ଯଥା ଅନୁଗୁଳ, ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲା ମାନଙ୍କରେ ଅର୍ଥନୈତିକ ବିକାଶ ବୃଦ୍ଧି କ୍ଷେତ୍ରରେ ସହାୟତା କରିବ।

ଅଶ୍ୱିନୀ ବୈଷ୍ଣବ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ରେଳ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026
Latest News

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.