କରୋନା ଅପଡେଟ୍: ୫୫୧ ଦିନ ପରେ ଆଜି ସବୁଠୁ କମ ଆକ୍ରାନ୍ତ ଚିହ୍ନଟ

Published: Nov 30, 2021, 10:52 am IST

ନୂଆଦିଲ୍ଲୀ: ଆଜି ଦେଶରୁ ୫୫୧ ଦିନ ପରେ ସବୁଠୁ କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୬ ହଜାର ୯୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୧୯୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୫ ଲକ୍ଷ ୮୭ ହଜାର ୮୨୧ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୮ ହଜାର ୯୮୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୧୮ ହଜାର ୨୨୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୫୪୩ ଆକ୍ଟିଭ୍‌ କେସ୍ ରହିଛି।

Related posts