Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ରେଳପଥର ସବୁଠାରୁ ଲାଭଜନକ ଜୋନ ପୂର୍ବତଟ ରେଳପଥ
ଆଜିର ଖବର

ଭାରତୀୟ ରେଳପଥର ସବୁଠାରୁ ଲାଭଜନକ ଜୋନ ପୂର୍ବତଟ ରେଳପଥ

December 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ପୂର୍ବ ତଟ ରେଳପଥ ୧୫୦.୫୬ ମେଟ୍ରିକ ଟନ୍ ମାଲ ପରିବହନ କରିଛି ଯାହାକି ଗତ ଆର୍ଥିକ ବର୍ଷରେ ୧୨୩.୭୨ ମେଟ୍ରିକ ଟନ୍ ଥିଲା। ଚଳିତ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ୨୬.୮୪ ମେଟ୍ରିକ ଟନ୍ ଅଧିକ ମାଲ ବୋଝେଇ କରିଛି ଯାହର ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପରିମାଣ ୨୨%।

ଏହି ସମୟ ମଧ୍ୟରେ ଖୋର୍ଦ୍ଧାରୋଡ ଡିଭିଜନ ରୁ ୧୦୦.୬୫ ମେଟ୍ରିକ ଟନ୍‌, ୱାଲଟିୟର ଡିଭିଜନରୁ ୪୨.୧୫ ମେଟ୍ରିକ ଟନ୍ ଓ ସମ୍ବଲପୁର ଡିଭିଜନରୁ ୭.୭୬ ମେଟ୍ରିକ ଟନ୍ ମାଲ ପରିବହନ କରାଯାଇ ଅଛି।

କେବଳ ନଭେମ୍ବର ମାସରେ ଏହି ଜୋନ ଗତ ବର୍ଷର ଏହି ମାସରେ ୧୮.୮୪ଏମଟି ବୋଝେଇ କରିଥିବା ବେଳେ ଚଳିତ ବର୍ଷ ୧୯.୭୧ ମେଟ୍ରିକ ଟନ୍ ମାଲ ବୋଝେଇ କରିଛି, ଯାହାର ବୃଦ୍ଧିର ପରିମାଣ ୫% ଅଟେ।

ପୂର୍ବ ତଟ ଜୋନ ମଧ୍ୟ ଏହି ସମୟ ପାଇଁ ରେଲୱେ ବୋର୍ଡ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ ୧୪୫.୫୩ ମେଟ୍ରିକ ଟନ୍ କୁ ଅତତିକ୍ରମ କରି ପାରିଛି। ପୂର୍ବ ତଟ ରେଳପଥର ସବୁ ୩ ଗୋଟି ଡିଭିଜନ ଯଥା ଖୋର୍ଦ୍ଦାରୋଡ, ୱାଲଟିୟର ଓ ସମ୍ବଲପୁରର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ହେତୁ ସମ୍ଭବ ହୋଇ ପାରିଛି। ଏହି ସମୟରେ ପୂର୍ବତଟ ରେଳପଥ ୮୪.୯୩ ମେଟ୍ରିକ ଟନ୍ ର କୋଇଲା, ୫.୨୫ ମେଟ୍ରିକ ଟନ୍ ର ଷ୍ଟିଲ ପ୍ଲାଂଟ ପାଇଁ କଂଚାମାଲ,୧୪.୦୬ ମେଟ୍ରିକ ଟନ୍ ର ଲୁହା ଓ ଇସ୍ପାତ, ୨୦.୩୭ ମେଟ୍ରିକ ଟନ୍ ର ଲୁହା ପଥର,୦.୭୫ ମେଟ୍ରିକ ଟନ୍ ର ସିମେଂଟ, ୧.୯୮ ମେଟ୍ରିକ ଟନ୍ ର ଖାଦ୍ୟ ଶସ୍ୟ, ୩.୩୯ ମେଟ୍ରିକ ଟନ୍ ର ସାର,୧.୭୪ ମେଟ୍ରିକ ଟନ୍ ର ପିଓଏଲ, ୨.୭୩ ମେଟ୍ରିକ ଟନ୍ ର ମାଲକୁ କଂଟେନରରେ ଓ ୧୪.୯୬ ମେଟ୍ରିକ ଟନ୍ କୁ ଅନ୍ୟାନ୍ୟ ମାଲ ରୂପେ ପରିବହନ କରିଛି।

ମାଲ ପରିବହନ କରିବାରେ ପ୍ରମୁଖ ଭୂମିକା ଭାବରେ ଅବଦାନ ଦେଇଥିବା ସଂସ୍ଥା ଗୁଡ଼ିକ ହେଲା ତାଳଚେର, ପାରାଦୀପ, ଧାମରା, ବିଶାଖାପାଟଣା, ଗଙ୍ଗାଭରମ, ନୟାଗଡ଼ ଏରିଆ, କେକେ ଲାଇନ, ଷ୍ଟିଲ ପ୍ଲାଂଟ, ଆଲୁମିନିୟମ ପ୍ଲାଂଟ ଓ ପୂର୍ବ ତଟ ରେଳପଥର ଅନ୍ୟାନ୍ୟ ଗନ୍ତବ୍ୟ ସ୍ଥଳ।

ପୂର୍ବତଟ ରେଳପଥ ଭାରତୀୟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ ଭବନରେ ପାଳନ ହେଲା ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ

January 4, 2026

ଜାନୁଆରୀ ୧୨ ରେ ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ ଛାତ୍ରଛାତ୍ରୀ

January 4, 2026

ନୂଆଦିଲ୍ଲୀ ରେଳ ଷ୍ଟେସନରେ ବନ୍ଦେ ଭାରତ ସ୍ଲିପର ଟ୍ରେନ ନିରୀକ୍ଷଣ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

January 4, 2026

ଗୃହ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶ କମିଟି ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

January 4, 2026
Latest News

କଂଗ୍ରେସ ଭବନରେ ପାଳନ ହେଲା ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ

January 4, 2026

ଜାନୁଆରୀ ୧୨ ରେ ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ ଛାତ୍ରଛାତ୍ରୀ

January 4, 2026

ନୂଆଦିଲ୍ଲୀ ରେଳ ଷ୍ଟେସନରେ ବନ୍ଦେ ଭାରତ ସ୍ଲିପର ଟ୍ରେନ ନିରୀକ୍ଷଣ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

January 4, 2026

ଗୃହ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶ କମିଟି ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

January 4, 2026

ଭଗବାନ ବୁଦ୍ଧଙ୍କ ପିପ୍ରାହାୱା ପବିତ୍ର ଅବଶେଷର ଭବ୍ୟ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.