କରୋନା ଅପଡେଟ୍: ଦେଶରେ ଆଜି ଚିହ୍ନଟ ହେଲେ ୯ ହଜାରରୁ ଊର୍ଦ୍ଦ୍ଵ ଆକ୍ରାନ୍ତ

Published: Dec 2, 2021, 10:57 am IST

ଦିଲ୍ଲୀ: ଆଜି ଦେଶରୁ ୯ ହଜାର ୭୬୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୪୭୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୬ ହଜାର ୫୪୧ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୯ ହଜାର ୭୨୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୩୭ ହଜାର ୫୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୯ ହଜାର ୭୬୩ ଆକ୍ଟିଭ୍‌ କେସ୍ ରହିଛି।

Related posts