Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁନର୍ବାର ଶାହା –ମୋଦିଙ୍କ ଯୋଡ଼ି ସତ୍ତାକୁ ଆସିଲେ, କଂଗ୍ରେସ ଉତ୍ତରଦାୟୀ ରହିବ – ଆପ୍‌
ଆଜିର ଖବର

ପୁନର୍ବାର ଶାହା –ମୋଦିଙ୍କ ଯୋଡ଼ି ସତ୍ତାକୁ ଆସିଲେ, କଂଗ୍ରେସ ଉତ୍ତରଦାୟୀ ରହିବ – ଆପ୍‌

April 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
congress willbe responsibility, if modi govt will come again
congress willbe responsibility, if modi govt will come again

୨୦୧୯ ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡ଼ିସାରିଛନ୍ତି। ଇତିମଧ୍ୟରେ ଦେଶରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇସାରିଲାଣି ଏହା ମଧ୍ୟରେ ଆପ ଓ କଂଗ୍ରେସ ମେଣ୍ଟ କରିବା ନେଇ ଯେଉଁ କଳ୍ପନା ଲାଗି ରହିଥିଲା, ତାହା ଉପରୁ ପରଦା ଉଠିଯାଇଛି। ମେଣ୍ଟ ପାଇଁ କଂଗ୍ରେସ ରାଜି ନଥିବା ସୂଚନା ମିଳିଛି। ହରିୟାଣାରେ ମଧ୍ୟ କଂଗ୍ରେସ ମେଣ୍ଟ ପାଇଁ ମନା କରିଦେଇଛି। ପୂର୍ବରୁ ପଂଜାବ ଓ ଗୋଆରେ ବି ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଥିଲା କଂଗ୍ରେସ। ଆପର ସିସୋଦିୟା ଗଣମାଧ୍ୟମରେ ଜଣାଇଛନ୍ତି ଯେ, ଦେଶରୁ ଭଷ୍ଟ୍ରାଚାର ଦୂରେଇବାକୁ ଆପ ନିଜ ପରିଚୟ ସୃଷ୍ଟି କରିଥିଲା। ସଂଘୀୟ ଗଣତନ୍ତ୍ର ପାଇଁ ଅମିତ୍‌ ଶାହା – ନରେନ୍ଦ୍ର ମୋଦିଙ୍କ ଯୋଡ଼ି କବଳରୁ ବଂଚାଇବା ଆପ୍‌ର ଲକ୍ଷ୍ୟ। ସାମ୍ପ୍ରଦାୟିକ ଶକ୍ତି ଦେଶକୁ ଉଜାଡ଼ି ନଦେଉ ତେଣୁ ବର୍ତ୍ତମାନ ଆପ କଂଗ୍ରେସର ସାଥ ଚାହୁଁଛି। ଯଦି ପୁନର୍ବାର ଶାହା-ମୋଦି ସତ୍ତାକୁ ଆସିବେ, ଏଥିପାଇଁ କେବଳ କଂଗ୍ରେସ ଦାୟୀ ରହିବ ବୋଲି ଆପ୍‌ର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ଦିଲ୍ଲୀରେ କଂଗ୍ରେସର ଗୋଟିଏ ମଧ୍ୟ ଏମଏଲଏ ନାହିଁ। ଗତ ନିର୍ବାଚନରେ ମଧ୍ୟ ସେ ବହୁତ କମ ଭୋଟ ପାଇଥିଲା ତଥାପି କଂଗ୍ରେସ ଦିଲ୍ଲୀରେ ୩ ସିଟ୍‌ ମାଗିଥିଲା। ସେ ଏହି ଅବସରରେ ଜିଦ୍‌ର ଉପନିର୍ବାଚନ କଥା ମଧ୍ୟ ଉଠାଇଛନ୍ତି। ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ କିଛି ମାସ ହେଲା ସୂଚନା ରହିଥିଲା। ପ୍ରଥମେ ଏହି ମେଣ୍ଟକୁ ନେଇ କଂଗ୍ରେସ ଦ୍ବିମତ ଦେଖାଯାଇଥିଲା। ପରେ ପରେ ପାଖାପାଖି ସହମତି ହେବା ନେଇ ମଧ୍ୟ ସୂଚନାରହିଥିଲା। କିନ୍ତୁ ଆପ୍‌ ଦିଲ୍ଲୀ ସହ ପଂଜାବ ଓ ହରିୟାଣରେ ମଧ୍ୟ ମେଣ୍ଟ ପାଇଁ ସର୍ତ୍ତ ରଖିବାରୁ କଂଗ୍ରେସ ଏହି ମେଣ୍ଟକୁ ପ୍ରତ୍ୟାଖାନ କରି ଦେଇଛି। ଦିଲ୍ଲୀରେ ୭ ଲୋକସଭା ଆସନ ପାଇଁ ମେ ୧୨ରେ ନିର୍ବାଚନ ଅନୁଷ୍ଠିତ ହେବ। ୨୦୧୪ରେ ବିଜେପି ସମସ୍ତ ୭ଟି ସିଟ୍‌କୁ ଅଧିକାର କରିନେଇଥିଲା।

Congress govt sisodia thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜୟପୁରରେ ଜରୁରୀ ଅବତରଣ

October 14, 2026

୫ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ

October 14, 2026

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026
Latest News

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବିରଳ ଯୋଡାମୁଣ୍ଡ ଶିଶୁ ଜନ୍ମ

October 14, 2026

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜୟପୁରରେ ଜରୁରୀ ଅବତରଣ

October 14, 2026

ପାଲଘରରେ ଭୟାବହ ଅଗ୍ନିକାଣ୍ଡ: ଦୁଇ ମହିଳା ମୃତ, ୬ ଗୁରୁତର

October 14, 2026

ବିହାର ନୌକା ଦୁର୍ଘଟଣା: ୧୩ ଶିଶୁ ମୃତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

October 14, 2026

‘ଯଦି ଅମ୍ପାୟାର ନିରପେକ୍ଷ ନୁହଁନ୍ତି, ତେବେ…’: ECI କୁ ଏଭଳି ପରାମର୍ଶ ଦେଲେ ପୂର୍ବତନ ନିର୍ବାଚନ କମିଶନର

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.