Categories
ଆଜିର ଖବର ଜାତୀୟ ଖବର

ଦୋଷୀଙ୍କ ଫାଶୀ ନିକଟତର ! ନିର୍ଭୟା ଦୋଷୀଙ୍କୁ ପଚରାଗଲା ଶେଷ ଇଚ୍ଛା, ଏପେଟ ଫାଶୀକୁ ନେଇ ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତିହାଡ ଜେଲ ପ୍ରଶାସନ ଦୋଷୀଙ୍କୁ ନୋଟିସ୍‌ ଜାରି କରି ତାଙ୍କର ଅନ୍ତିମ ଇଚ୍ଛା ସମ୍ପର୍କରେ ପଚାରିଛନ୍ତି । ଏହାସହିତ ଏହି ଦୋଷୀମାନଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚରାଯାଇଛି । ଜେଲ୍‌ ମାନୁଆଲ୍‌ ଅନୁସାରେ ମୃତ୍ୟୁର ସଜ୍ଜା ପାଇଥିବା କଏଦୀଙ୍କୁ ଫାଶୀ ପୂର୍ବରୁ ତାଙ୍କର ଅନ୍ତିମ ଇଚ୍ଛା ସମ୍ପର୍କରେ ପଚରାଯାଇଥାଏ, ଏବଂ ପୂରଣ କରାଯାଇଥାଏ ।  ପ୍ରଶାସନ 1 ତାରିଖରେ ନିର୍ଘଣ୍ଟ ହୋଇଥିବା ଫାଶୀ ପୂର୍ବରୁ ଶେଷ ସାକ୍ଷାତ କାହାକୁ କରିବାକୁ ଚାହାଁନ୍ତି? ଯଦି ନାମରେ କିଛି ସମ୍ପତ୍ତି ବା ବ୍ୟାଙ୍କ ଖାତାରେ  କିଛି ଜମା ପୁଞ୍ଜି ରହିଛି, ତେବେ ତାହାକୁ କାହାକୁ ଟ୍ରାନ୍ସଫର୍‌ କରିବାକୁ ଚାହୁଁଛନ୍ତି ବା କାହାକୁ ନୋମିନି  ରଖିବାକୁ ଚାହୁଁଛନ୍ତି । କୌଣସି ଧାର୍ମିକ ତଥା ମନପସନ୍ଦ ପୁସ୍ତକ ପଢିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ ପଚରାଯାଇଛି ।

ବହ ଚର୍ଚ୍ଚିତ ନିର୍ଭୟା ଦୋଷୀଙ୍କ ଫାଶୀ ବିଳମ୍ବ ହେବା ନେଇ ପ୍ରଶ୍ନ ଉଠିଥିବାବେଳେ ଇତିମଧ୍ୟରେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ରିଭ୍ୟୁ ପିଟିଶନ, କ୍ୟୁରେଟିଭ୍‌ ପିଟିଶନ ଏବଂ ରାଜକ୍ଷମା ଆବେଦନ ଆଳରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ସମୟ ଗଡ଼ିଚାଲିଥିବାବେଳେ ଏନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀ କ୍ଷମା ଆବେଦନ କରିବାକୁ ୭ ଦିନ ସମୟସୀମା ଧାର୍ଯ୍ୟ କରାଯାଉ। ରାଷ୍ଟ୍ରପତି କ୍ଷମା ଆବେଦନ ଖାରଜ କରିବାର ୭ ଦିନ ମଧ୍ୟରେ ମୃତ୍ୟୁଦଣ୍ଡ ଓ୍ବାରେଣ୍ଟ ଜାରି କରିବା ଏବଂ ଏହାର ୭ ଦିନ ମଧ୍ୟରେ ଫାଶୀ ଦେବା ଲାଗି ସର୍ବୋଚ୍ଚ ଅଦାଲତ ସମସ୍ତ କୋର୍ଟ ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ମୃତ୍ୟୁଦଣ୍ଡାଦେଶ ମାମଲାରେ ରିଭ୍ୟୁ ପିଟିଶନ ଓ କ୍ୟୁରେଟିଭ୍‌ ପିଟିଶନ ଦାଏର ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହେବା ଆବଶ୍ୟକ ବୋଲି କେନ୍ଦ୍ର କହିଛି। ୨୦୧୪ରେ ଶତ୍ରୁଘନ ଚୌହାନ ମାମଲାର ରାୟକୁ ସଂଶୋଧନ କରିବାକୁ କେନ୍ଦ୍ର ଅନୁରୋଧ କରିଛି। (ଏଜେନ୍ସି)

Categories
ବିଶେଷ ଖବର

ନାଗରିକ ହେବାକୁ ହେଲେ ଆଉ କେତେ ପ୍ରମାଣପତ୍ର ଦରକାର ହୋ ସରକାର !!

କେଦାର ମିଶ୍ର

ଗୋଟେ ସମୟରେ ଟି.ଏନ.ଶେଷାନ ସାହେବ ଆସି କହିଲେ, କେବଳ ଭୋଟର ତାଲିକାରେ ନାଁ ରହିଲେ ତମେ ନାଗରିକ ହେବା ଯଥେଷ୍ଟ ନୁହେଁ। ତମକୁ ଗୋଟେ ଭୋଟର ପରିଚୟ ପତ୍ର ତିଆରି କରିବାକୁ ପଡିବ। ଆମେ ବାଧ୍ୟ ନାଗରିକ ମାନେ ଧାଡି ବାନ୍ଧି ଫୋଟୋ ଉଠାଇଲୁ। ଆମକୁ ଗୋଟେ ଗୋଟେ ପରିଚୟପତ୍ର ଦିଆଗଲା। ଆମେ ଭାବିଲୁ, ଏଣିକି ଆମର ଦୁଃଖ ଗଲା। ଆମର ଫୋଟୋ ସଂଲଗ୍ନ ପରିଚୟପତ୍ର ଦେଖି ଆଉ କେହି ଆମକୁ ପାକିସ୍ତାନୀ କି ବାଂଲାଦେଶୀ ବୋଲି କହିପାରିବେ ନାହିଁ। ତାର କିଛି ବର୍ଷ ପରେ ନନ୍ଦନ ନିଲେକ୍କେନୀ ନାମକ ଜଣେ କରିତକର୍ମା ବ୍ୟବସାୟୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ବୁଝାଇଦେଲେ, ଆଜ୍ଞା, ଭୋଟର ପରିଚୟପତ୍ର ଯଥେଷ୍ଟ ନୁହେଁ। ଏ ଦେଶରେ ଜନ୍ମ ହେଉଥିବା ଛୁଆଠୁ ମରିବାକୁ ଯାଉଥିବା ବୁଧ ପର୍ୟନ୍ତ, ସମସ୍ତଙ୍କର ଆଙ୍ଗୁଠି ଚିହ୍ନ, ଆଖିଡୋଳା ତଥା ଆହୁରି ଅନେକ ବ୍ୟକ୍ତିଗତ ତଥ୍ୟ ସରକାରଙ୍କ ପାଖରେ ରହିବା ଦରକାର। ସେଠୁ ଆରମ୍ଭ ହେଲା ଆଧାରକାର୍ଡ। ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ଜଣେ ବଡ ନେତା ଆମକୁ କହିଲେ, ଆଧାର କାର୍ଡ ଗୋଟେ ଶୋଷଣକାରୀ ବ୍ୟବସ୍ଥା। ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଠୁଳ କରିବା ସରକାରଙ୍କ କାମ ନୁହେଁ। ହେଲେ ସେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହବା ପରେ ଆମକୁ ବାଧ୍ୟ କଲେ ଆଧାର କାର୍ଡକୁ ବ୍ୟାଙ୍କ ଓ ଟେଲିଫୋନ ସହ ସଂଯୋଗ କରିବା ପାଇଁ। ସବୁ ନାଗରିକ ପୁଣି ଧାଡିରେ ଠିଆ ହେଲେ। ନିଜକୁ ଏକ ଏକ ନମ୍ବରରେ ରୂପାନ୍ତରିତ କଲେ।

ତାରି ଭିତରେ ପୁଣି କୁହାଗଲା, କେୱାଇସି ବା ନୋ ୟୋର କଷ୍ଟମର ବ୍ୟବସ୍ଥାରେ, ବ୍ୟାଙ୍କରେ ଧାଡି ବାନ୍ଧି ଠିଆ ହୁଅ।ରନ୍ଧନ ଗ୍ୟାସ ଦୋକାନ ଆଗରେ ଠିଆ ହୁଅ। ଆୟକର କମିଶନଙ୍କ ଆଗରେ ଠିଆ ହୁଅ। ସବୁଠୁ ଶେଷରେ କୁହାଗଲା, ତମ ପାଖରେ ଯାହା ପଇସା ଅଛି, ସବୁକିଛି କେବଳ ରଦ୍ଦି କାଗଜ, ଏବେ ନୂଆ ଟଙ୍କା ନେଇ ଜାତୀୟତାର ପ୍ରମାଣ ଦିଅ। ଏତେ  ସବୁ ଭିତରେ ଆମେ କେହି କେହି ପାସପୋର୍ଟ ବି ତିଆରି କରିଛୁ। ଏତେ ସବୁ ସତ୍ତ୍ୱେ ପୁଣି ଆଜି କୁହାଯାଉଛି, ନା- ସେସବୁ ଚଳିବ ନାହିଁ, ଏବେ ତମର ନାଗରିକତାକୁ ନେଇ ଆଉ ଥରେ ପ୍ରମାଣ ଦେଖାଅ। ବେଚାରା ବାଧ୍ୟ ଏବେ କରିବ କଣ?

ତାରି ଭିତରେ ପୁଣି ଧର୍ମ ପଶିଛି। ଏବେ ନାଗରିକ ହେବାକୁ ହେଲେ ଧର୍ମର ପ୍ରମାଣ ଏକ ପ୍ରାଥମିକ ଆବଶ୍ୟକତା ହେଲାଣି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଲେଣି, କେୱାଇସି ଫର୍ମରେ ଧର୍ମ କଥା ଉଲ୍ଲେଖ କର। ଭାରତ ମାଟିରେ ଜନ୍ମ ନେଇଥିବା ଓ ଆଇନକୁ ମାନି ଚାଲିବାର ପରିଣତି ହେଉଛି, ଏ ଦେଶର ସରକାରମାନଙ୍କ ଆଗରେ ନିଜକୁ ଗୁଲାମ କରି ରଖିବା। ଯେଉଁ ମାନେ ଆମ ଭୋଟ ପାଇ ସରକାର ଗଢିଲେ, ସେମାନେ ଆମକୁ ପରୀକ୍ଷାଗାରର ମୂଷା କି ବେଙ୍ଗ ବୋଲି ଭାବିଲେ। ନିଜ ନିଜର ରାଜନୈତିକ ରୁଟି ସେକିବାକୁ ଓ ନିଜର ଏକ ସୁରକ୍ଷିତ ଭୋଟ ବ୍ୟାଙ୍କ ତିଆରି କରିବାକୁ ଏବେ ନାଗରିକଙ୍କୁ ନେତାମାନେ ନିଜ ଇଚ୍ଛାରେ ଚଳାଇବାକୁ ଚେଷ୍ଟା କରୁଛନ୍ତି।

ହଠାତ ଭାରତରେ ନାଗରିକତା ଏକ ବଡ ପ୍ରସଙ୍ଗ ପାଲଟିଗଲା କେମିତି? ଆଜି ହଠାତ ସାରା ଦେଶର ଜନ ସାଧାରଣ ନିଜକୁ ଭାରତର ବାସିନ୍ଦା ବୋଲି ପ୍ରମାଣିତ କରିବେ କାହିଁକି? ଭୋଟର ପରିଚୟପତ୍ର, ପାସପୋର୍ଟ, ଆଧାର କାର୍ଡ, କିଛି ବି ଆଗକୁ ନାଗରିକ ପରିଚୟପତ୍ର ଭାବେ ବିବେଚିତ ହେବନାହିଁ। ଆପଣଙ୍କୁ ଅମିତ ଶାହଙ୍କ ନୂଆ ନାଗରିକତା ରେଜିଷ୍ଟରରେ ନାମ ଲେଖାଇବାକୁ ପଡିବ।

ଯଦି ଆପଣ ଭୂମିହୀନ, ଅପାଠୁଆ, ଯାଯାବର କିମ୍ବା ନାସ୍ତିକ ତାହେଲେ, ଆପଣ ଭାରତର ନାଗରିକ ହେବାର ସୁଯୋଗରୁ ବଞ୍ଚିତ ହୋଇ ପାରନ୍ତି। ଏବେ ଅମିତ ଶାହଙ୍କ ଭକ୍ତମାନେ କହୁଛନ୍ତି, ଆପଣ ଯଦି ନାଗରିକ ପ୍ରମାଣ ଦେବାକୁ ଡରୁଛନ୍ତି କାହିଁକି? ଆମର ପ୍ରଶ୍ନ, ମୋର ନାଗରିକତା ବିଷୟରେ ପ୍ରମାଣପତ୍ର ଦେବାକୁ ଆପଣ କିଏ? ଯିଏ ଏ ମାଟିରେ ଜନ୍ମ ନେଇଛି, ପୁରୁଷ ପୁରୁଷ ଧରି ଏ ମାଟିକୁ ଭଲ ପାଇଛି, ତାକୁ ବାରମ୍ବାର ଧାଡିରେ ଠିଆ କରାଇ ପ୍ରମାଣ ମାଗିବାକୁ ସରକାରର ନୈତିକ ଅଧିକାର ରହିଛି କି?

ଗଣତାନ୍ତ୍ରିକ ରାଷ୍ଟ୍ରରେ ସ୍ଵାଧୀନ ନାଗରିକ ସରକାରଙ୍କର ପ୍ରଜା ନୁହେଁ। ଯଦି ନାଗରିକର ମର୍ୟାଦା ସହିତ ସରକାର ବାରମ୍ବାର ଖେଳ ଖେଳିବେ ତାହେଲେ, ନାଗରିକ ପ୍ରତିବାଦ କରିବାକୁ ବାଧ୍ୟ ହେବ ଓ ଆଜି ତାହା ହିଁ ଘଟୁଛି।

 

 

Categories
ଆଜିର ଖବର

ରାମ ମନ୍ଦିର ପାଇଁ ମୋଦି ସରକାର ଅଧ୍ୟାଦେଶ ଆଣିବା ଜରୁରୀ : ଉଦ୍ଧବ ଠାକ୍‌ରେ

ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ରବିବାର ଦିନ ଅଯୋଧ୍ୟାରେ ରାମ ଲାଲାଙ୍କ ଦର୍ଶନ କରିଛନ୍ତି। ଉଦ୍ଧବଙ୍କ ସହିତ ତାଙ୍କ ପରିବାର ସଦସ୍ୟ ତଥା ସାଂସଦମାନେ ଉପସ୍ଥିତ ରହିଥିଲେ । ଦର୍ଶନ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଉଦ୍ଧବ କହିଛନ୍ତି ଯେ, ରାମ ମନ୍ଦିର ନିର୍ବାଚନୀ ମୁଦ୍ଦା ନୁହେଁ,  ପ୍ରଥମେ ରାମ ମନ୍ଦିର ପରେ ସରକାର ବୋଲି ନାରା ଦେଇଥିବାର ଉଦ୍ଧବ କହିଛନ୍ତି । ରାମମନ୍ଦିରର ବିଷୟ ବର୍ଷ ବର୍ଷ ଧରି କୋର୍ଟରେ ରହିଛି । ଏହାଉପରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି କିନ୍ତୁ ଆମ ପାଖରେ ଏବେ ମଜବୁତ୍‌ ସରକାର ରହିଛି । ଆମର ସମ୍ପୂର୍ଣ୍ଣ ଭରସା ରହିଛି  କି, ରାମ ମନ୍ଦିରର ନିର୍ମାଣ ଶୀଘ୍ର ଆରମ୍ଭ ହେବ।  ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ, ବାବ୍ରି ମସଜିତ ଢାଞ୍ଚା ଭାଙ୍ଗିବ‌ାରେ ଶିବସେନା ଆଗରେ ଥିଲା, ଏବେ ମନ୍ଦିର ନିର୍ମାଣରେ ମଧ୍ୟ ଆମେ ଆଗକୁ ଆସିଛୁ । ରାମ ମନ୍ଦିର ଅଯୋଧ୍ୟରେ ହିଁ ନିର୍ମାଣ ହେବ ବୋଲି ସେ ଦୋହରାଇବା ସହିତ ଯଦି କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣନ୍ତି ତେବେ ନିଶ୍ଚୟ ସମର୍ଥନ କରିବେ ବୋଲି କହିଛନ୍ତି ଉଦ୍ଧବ ।   ସାରା ଦେଶ ତଥା ବିଶ୍ବରେ ହିନ୍ଦୁ ସମାଜର ଏକତା ଜରୁରୀ । କେନ୍ଦ୍ରର ମୋଦୀ ସରକାର ହିନ୍ଦୁମାନଙ୍କୁ ସୁଦୃଢ କରିବା ଭଳି ସରକାର ବୋଲି କହିଛନ୍ତି ଉଦ୍ଧବ । ଉଦ୍ଧବଙ୍କ ସହିତ ସଞ୍ଜୟ ଯାଦବ, ଅଭୟ ଦ୍ବିବେଦୀ, କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ, ସଦାଶିବ ଲୋଖଣ୍ଡେ ଓମ୍‌ ରାଜେ ଓ ଆଦିତ୍ୟ ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ ।

Categories
ଆଜିର ଖବର

ଆଶା କର୍ମୀଙ୍କ ପରେ କୃଷକଙ୍କୁ ଭେଟି ଦେଲେ ଜଗନ ମୋହନ

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ରାଜ୍ୟରେ ଅକ୍ଟୋବର ୧୫ରୁ ରାୟତୁ ଭରୋଷା ଯୋଜନା ଲାଗୁ ହେବାକୁ ଯାଉଛି। ଏହି ଯୋଜନା ଆଧାରରେ କୃଷକଙ୍କୁ ପ୍ରତିବର୍ଷ ୧୨,୫୦୦ ଟଙ୍କା ଦିଆଯିବ। ତେବେ ଏହି ଯୋଜନା ଲାଗୁ କରିବା କରିବା ପୂର୍ବରୁ ଜଗନ ମୋହନ ରେଡୀ ୨୦୧୯ ରେ ନାଇଡୁ ସରକାରଙ୍କ ଦ୍ବାରା ପ୍ରଚଳିତ ଥିବା ‘ଅନ୍ନଦାତା ସୁଖୀଭବ ଯୋଜନା’ ରଦ୍ଦ କରିଦେଇଛନ୍ତି। ଏହି ଯୋଜନା ଜରିଆରେ କୃଷକଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦିଆଯାଇଥିଲା। ଏହା ପୂର୍ବରୁ ବୃଦ୍ଧ, ଯୁବ ବର୍ଗ, ଏବଂ ଆଶା କର୍ମୀଙ୍କ ପାଇଁ ଘୋଷଣା ହୋଇ ସାରିଛି। ଏତଦ୍ ବ୍ୟତୀତ ଆନ୍ଧ୍ର ପ୍ରଦେଶରେ ଗ୍ରାମ୍ୟ ସଚିବାଳୟ ସ୍ଥାପନ କରିବା ପାଇଁ ଯୋଜନା କରାଯାଉଛି।

Categories
ବିଶେଷ ଖବର

ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ୍, ଓଡିଶାର ରାଜନୈତିକ ଇତିହାସରେ ଏକ ଛାୟାପୁରୁଷ ନା ତାଙ୍କୁ ନେଇ ରାଜନୀତିରେ ଅଧିକ କିଛି ସମ୍ଭାବନା ରହିଛି?

ସମୀକ୍ଷା ବ୍ୟୁରୋ

ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ, ଏ ନାଁଟି ସହିତ ଓଡିଶାର ରାଜନୀତି ବେଶ ପରିଚିତ। ଗତ ପାଞ୍ଚ ବର୍ଷ ଭିତରେ ଏହି ବରିଷ୍ଠ ଆଇଏଏସ ଅଧିକାରୀ ଜଣକ ସର୍ବ ସାଧାରଣରେ ପଦେ ବି କଥା କହିନାହାନ୍ତି। ଅଥଚ ତାଙ୍କୁ ନେଇ ଓଡିଶାର ରାଜନୀତି ଗତ ପାଞ୍ଚ ବର୍ଷ ଧରି ଗତିଶୀଳ ରହିଛି। ତାଙ୍କୁ କେତେବେଳେ ଓଡିଶାର ବାସ୍ତବ କ୍ଷମତା କେନ୍ଦ୍ର ବୋଲି କୁହାଯାଉଛି, ତ ପୁଣି କେବେ ତାଙ୍କରି ନିର୍ଦ୍ଦେଶରେ ଓଡିଶାର ଶାସକ ଦଳ ପରିଚାଳିତ ବୋଲି ଅଭିଯୋଗ ଆସୁଛି। ବିରୋଧୀ ଦଳର ରାଜନୈତିକ ଆକ୍ରମଣରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୁଳନାରେ ତାଙ୍କର ପ୍ରମୁଖ ସଚିବ ଭି. କାର୍ତ୍ତିକ ପାଣ୍ଡିଆନ ହିଁ ରହି ଆସିଛନ୍ତି। କିଛି ବିରୋଧୀ ତ ସିଧା ସିଧା ପାଣ୍ଡିଆନଙ୍କୁ ନିଜର ରାଜନୈତିକ ପ୍ରତିପକ୍ଷ ବୋଲି ଭାବି ନେଇଛନ୍ତି। ଗତ ସାଧାରଣ ନିର୍ବାଚନରେ ପାଣ୍ଡିଆନ ହିଁ ଥିଲେ ବିରୋଧୀ ଦଳର ପ୍ରମୁଖ ଲକ୍ଷ୍ୟ ଓ ତାହା ହିଁ ନବୀନ ପଟ୍ଟନାୟକଙ୍କ ଲାଗି ଥିଲା ସବୁଠୁ ବଡ ଆଶୀର୍ବାଦ। ନବୀନଙ୍କ ଆଗରେ ପାଣ୍ଡିଆନ ଏକ ସୁରକ୍ଷା ଢାଲ ଭଳି ଛିଡା ହୋଇଛନ୍ତି। ବିରୋଧୀଙ୍କ ଆକ୍ରମଣ ପାଣ୍ଡିଆନଙ୍କ ଉପରେ କେନ୍ଦ୍ରୀଭୂତ ହେଉଥିବା ବେଳେ ନବୀନ ନିଜର ନିଷ୍କଳଙ୍କ ଭାବମୂର୍ତ୍ତିକୁ ଆହୁରି ଚମକପ୍ରଦ କରିବାରେ ସଫଳ ହୋଇଛନ୍ତି।

ଗତ ବର୍ଷ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରେ କିଛି ବିରୋଧୀ ଦଳର ଗୁଣ୍ଡା ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ନବୀନଙ୍କର କେତେଜଣ ପୁରୁଣା ବନ୍ଧୁ ଯେଉଁମାନେ କି ଭିନ୍ନ ପରିସ୍ଥିତିରେ ନବୀନଙ୍କ ବଡ ବିରୋଧୀ ପାଲଟିଲେ, ସେମାନଙ୍କ ଲାଗି ପାଣ୍ଡିଆନ ଥିଲେ ଏକ ନମ୍ବର ଶତ୍ରୁ। ବିଶେଷ କରି ବୈଜୟନ୍ତ ପଣ୍ଡା ଓ ତାଙ୍କ ଦ୍ଵାରା ପରିଚାଳିତ ଏକ ଟେଲିଭିଜନ ଚାନେଲରେ ପାଣ୍ଡିଆନଙ୍କ ନାଁ ରେ ପ୍ରତିଦିନ କିଛି ନା କିଛି ଖବର /ଅପଖବର ବାହାରୁଥିଲା । ବହୁ ଅଭିଯୋଗର ଏକତରଫା ପ୍ରଚାର ଆମର ଗଣମାଧ୍ୟମରେ ସେବେ ଚାଲିଥିଲା, ଆଜି ମଧ୍ୟ ଚାଲିଛି। ତେବେ ଏ ସବୁର କୌଣସି ଉତ୍ତର/ସ୍ପଷ୍ଟୀକରଣ କେବେହେଲେ ପାଣ୍ଡିଆନ ଦେଇନାହାନ୍ତି। ଜଣେ ଶ୍ରୁଙ୍ଖଳିତ ସରକାରୀ କର୍ମଚାରୀ ଭାବରେ ସେ ସବୁ ସମୟରେ ଆଢୁଆଳରେ ଓ ନୀରବରେ ରହି ଆସିଛନ୍ତି।

ପୁରା ନିର୍ବାଚନୀ ପ୍ରଚାର ସମୟରେ ପାଣ୍ଡିଆନଙ୍କୁ କେହି କେବେ ଦେଖିବାର ସୁଯୋଗ ପାଇ ନାହାନ୍ତି। ବିଜୁ ଜନତା ଦଳର ବିପୁଳ ବିଜୟ ପରେ ପଞ୍ଚମ ଥର ଲାଗି ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କଲେ ସେତେବେଳେ ପାଣ୍ଡିଆନକୁ କ୍ୟାମେରା ଆଗରେ ଦେଖିବାକୁ ମିଳିଲା। ତେବେ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କ ପାଟିରୁ ପଦେ କଥା ମଧ୍ୟ ଫିଟିନାହିଁ। ନୀରବରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ଵସ୍ତ ଅଧିକାରୀ ଭାବରେ ସେ ନିଜର ଦାୟିତ୍ଵ ନିର୍ବାହ କରୁଛନ୍ତି। କ୍ଷମତା କେନ୍ଦ୍ରର ମୁଖ୍ୟ ବିନ୍ଦୁରେ ଥାଇ ମଧ୍ୟ ଏତେ ନୀରବ ରହିବା ସବୁଠୁ ଆଶ୍ଚର୍ଯ୍ୟଜନକ ଘଟନା। ତେବେ ନବୀନ ସରକାରଙ୍କର ସଫଳତା ଓ ପ୍ରତୀତି ସରକାରୀ ଯୋଜନାର ଲୋକ ପକ୍ଷକୁ ସଠିକ ଭାବରେ ଉପସ୍ଥାପନ କରିବାର ଯେଉଁ ଦକ୍ଷତା, ସେଥିରେ ପାଣ୍ଡିଆନ ଏ ସରକାର ର ସବୁଠୁ ସଫଳ ରଣନୀତିକାର ବୋଲି କୁହାଯାଇପାରିବ। ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟେକ ପଦକ୍ଷେପକୁ ସଠିକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇ ପାରିବାର ଓ ସେସବୁର ସଫଳ ରୂପାୟନ କୁ ନେଇ ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇ ପାରିବାର ଶ୍ରେୟ ପାଣ୍ଡିଆନଙ୍କ ପାଖକୁ ଯିବ।

ନିର୍ବାଚନ ପରେ ଏବେ ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ, ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ଵସ୍ତ ସେନାପତି ଭାବରେ ତାଙ୍କୁ ପ୍ରଶାସନିକ ସ୍ତରରେ ସେ ସୀମିତ ରହିବେ ନା ରାଜନୈତିକ ସ୍ତରରେ ମଧ୍ୟ ତାଙ୍କର କିଛି ଭୂମିକା ରହିବ, ତାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ତେବେ ସବୁ ପ୍ରକାର ଚର୍ଚ୍ଚା ଓ ଅପଚର୍ଚ୍ଚାର ଉର୍ଦ୍ଧ୍ଵରେ ରହି କାମ କରିବାର ବିଚକ୍ଷଣତା ହେଉଛି ପାଣ୍ଡିଆନଙ୍କ ସଫଳତା। ନବୀନଙ୍କର ୨୦ ବର୍ଷର ରାଜନୈତିକ ଜୀବନରେ ବହୁ ସହଯୋଗୀ ଆସିଛନତି ଓ ଯାଇଛନ୍ତି। ହେଲେ ପାଣ୍ଡିଆନ ସେ ସମସ୍ତଙ୍କଠୁ ଅଲଗା। ରାଜନୈତିକ ଅଭିଳାଷ ଅପେକ୍ଷା ଆନ୍ତରିକ ଭାବରେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହିବା ହିଁ ତାଙ୍କର ଭିନ୍ନତା। ସବୁ ସମାଲୋଚନା ଓ କୁତ୍ସାକୁ ଅଣଦେଖା କରି ଅବିଚଳିତ ଭାବରେ ନିଜର କାମ କରିଯିବା ଯୋଗୁଁ ତାଙ୍କୁ ହୁଏତ ଓଡିଶାର ଇତିହାସ ଏକ ଭିନ୍ନ ପରିଚୟରେ ମନେ ରଖିବ।

(ମୋବାଇଲରେ ସଂକ୍ଷିପ୍ତ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ  sankhipta , ଏହାପରେ ସ୍ପ୍କ୍ରିନରୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)

Categories
ଆଜିର ଖବର

ସବର୍ଣ୍ଣ ଆର୍ଥିକ ପଛୁଆ ବର୍ଗଙ୍କ ୧୦ ପ୍ରତିଶତ ଆରକ୍ଷଣ ଉପରେ ଦିଲ୍ଲୀ ସରକାରଙ୍କ ମଞ୍ଜୁରୀ

ଆର୍ଥିକ ରୂପରେ ସବର୍ଣ୍ଣ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣ ଉପରେ ଦିଲ୍ଲୀ ସରକାର ବିଚାର କରିଛନ୍ତି। ଏବେ ଦିଲ୍ଲୀରେ ଏହି ଆରକ୍ଷଣର ଲାଭ ମିଳିବ। ଦିଲ୍ଲୀର ଉପ ସଚିବ ଏକ ସର୍କୁଲାର ଜାରୀ କରିଛନ୍ତି। ଫଳରେ ଦିଲ୍ଲୀରେ ଏବେ ନାଗରିକ ପଦ ଏବଂ ଚାକିରୀରେ ସିଧାସଲଖ ଭାବରେ ଭର୍ତ୍ତି ପାଇଁ ଇଡବ୍ଲ୍ୟୁଏସ୍ ବର୍ଗର ଲୋକଙ୍କୁ ୧୦ ପ୍ରତିଶତ ଆରକ୍ଷଣ ମିଳିବ। ଚଳିତ ବର୍ଷ ଏବଂ ଏହା ପରଠାରୁ ସମସ୍ତ ସରକାରୀ କ୍ଷେତ୍ରରେ ନିଯୁକ୍ତି ଭର୍ତ୍ତିରେ ଏହି ଯୋଜନା ଲାଗୁ ହେବ। ଏହା ଦ୍ୱାରା ଗରିବ ସବର୍ଣ୍ଣମାନେ ସିଧା ସଳଖ ଭାବରେ ଉପକୃତ ହେବେ। ସରକାରୀ ଚାକିରି ଓ ଶୈକ୍ଷଣୀୟ ସଂସ୍ଥାନରେ ଆର୍ଥିକ ପଛୁଆ ସବର୍ଣ୍ଣଙ୍କ କ୍ଷେତ୍ରରେ ୧୦ ପ୍ରତିଶତର ଆରକ୍ଷଣ ପାଇଁ କେନ୍ଦ୍ରୀ ମନ୍ତ୍ରିମଣ୍ଡଳ ଜାନୁଆରୀ ୭ ତାରିଖରେ ମୋହର ଲଗାଇଥିଲେ। ଏହା ପରେ ଏହି ବ୍ୟବସ୍ଥାକୁ ଜାନୁଆରୀ ୮ ତାରିଖରେ ଲୋକସଭାରେ ସମ୍ବିଧାନର ୧୨ ସଂଶୋଧନ ବିଧେୟକ ୨୦୧୯ ପେସ୍‌ କରାଯାଇଥିଲା। ପରେ ଏହି ବିଧେୟକଟି ଲୋକସଭାରେ ପାରିତ ହୋଇଥିଲା। ଦୁଇ ସଂସଦର ମଂଜୁରୀ ପରେ ଏହା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ମଞ୍ଜୁରୀପ୍ରଦାନ କରିଥିଲେ।

Categories
ଆଜିର ଖବର

ପୁନର୍ବାର ଶାହା –ମୋଦିଙ୍କ ଯୋଡ଼ି ସତ୍ତାକୁ ଆସିଲେ, କଂଗ୍ରେସ ଉତ୍ତରଦାୟୀ ରହିବ – ଆପ୍‌

୨୦୧୯ ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡ଼ିସାରିଛନ୍ତି। ଇତିମଧ୍ୟରେ ଦେଶରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇସାରିଲାଣି ଏହା ମଧ୍ୟରେ ଆପ ଓ କଂଗ୍ରେସ ମେଣ୍ଟ କରିବା ନେଇ ଯେଉଁ କଳ୍ପନା ଲାଗି ରହିଥିଲା, ତାହା ଉପରୁ ପରଦା ଉଠିଯାଇଛି। ମେଣ୍ଟ ପାଇଁ କଂଗ୍ରେସ ରାଜି ନଥିବା ସୂଚନା ମିଳିଛି। ହରିୟାଣାରେ ମଧ୍ୟ କଂଗ୍ରେସ ମେଣ୍ଟ ପାଇଁ ମନା କରିଦେଇଛି। ପୂର୍ବରୁ ପଂଜାବ ଓ ଗୋଆରେ ବି ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଥିଲା କଂଗ୍ରେସ। ଆପର ସିସୋଦିୟା ଗଣମାଧ୍ୟମରେ ଜଣାଇଛନ୍ତି ଯେ, ଦେଶରୁ ଭଷ୍ଟ୍ରାଚାର ଦୂରେଇବାକୁ ଆପ ନିଜ ପରିଚୟ ସୃଷ୍ଟି କରିଥିଲା। ସଂଘୀୟ ଗଣତନ୍ତ୍ର ପାଇଁ ଅମିତ୍‌ ଶାହା – ନରେନ୍ଦ୍ର ମୋଦିଙ୍କ ଯୋଡ଼ି କବଳରୁ ବଂଚାଇବା ଆପ୍‌ର ଲକ୍ଷ୍ୟ। ସାମ୍ପ୍ରଦାୟିକ ଶକ୍ତି ଦେଶକୁ ଉଜାଡ଼ି ନଦେଉ ତେଣୁ ବର୍ତ୍ତମାନ ଆପ କଂଗ୍ରେସର ସାଥ ଚାହୁଁଛି। ଯଦି ପୁନର୍ବାର ଶାହା-ମୋଦି ସତ୍ତାକୁ ଆସିବେ, ଏଥିପାଇଁ କେବଳ କଂଗ୍ରେସ ଦାୟୀ ରହିବ ବୋଲି ଆପ୍‌ର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ଦିଲ୍ଲୀରେ କଂଗ୍ରେସର ଗୋଟିଏ ମଧ୍ୟ ଏମଏଲଏ ନାହିଁ। ଗତ ନିର୍ବାଚନରେ ମଧ୍ୟ ସେ ବହୁତ କମ ଭୋଟ ପାଇଥିଲା ତଥାପି କଂଗ୍ରେସ ଦିଲ୍ଲୀରେ ୩ ସିଟ୍‌ ମାଗିଥିଲା। ସେ ଏହି ଅବସରରେ ଜିଦ୍‌ର ଉପନିର୍ବାଚନ କଥା ମଧ୍ୟ ଉଠାଇଛନ୍ତି। ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ କିଛି ମାସ ହେଲା ସୂଚନା ରହିଥିଲା। ପ୍ରଥମେ ଏହି ମେଣ୍ଟକୁ ନେଇ କଂଗ୍ରେସ ଦ୍ବିମତ ଦେଖାଯାଇଥିଲା। ପରେ ପରେ ପାଖାପାଖି ସହମତି ହେବା ନେଇ ମଧ୍ୟ ସୂଚନାରହିଥିଲା। କିନ୍ତୁ ଆପ୍‌ ଦିଲ୍ଲୀ ସହ ପଂଜାବ ଓ ହରିୟାଣରେ ମଧ୍ୟ ମେଣ୍ଟ ପାଇଁ ସର୍ତ୍ତ ରଖିବାରୁ କଂଗ୍ରେସ ଏହି ମେଣ୍ଟକୁ ପ୍ରତ୍ୟାଖାନ କରି ଦେଇଛି। ଦିଲ୍ଲୀରେ ୭ ଲୋକସଭା ଆସନ ପାଇଁ ମେ ୧୨ରେ ନିର୍ବାଚନ ଅନୁଷ୍ଠିତ ହେବ। ୨୦୧୪ରେ ବିଜେପି ସମସ୍ତ ୭ଟି ସିଟ୍‌କୁ ଅଧିକାର କରିନେଇଥିଲା।

Categories
ଆଜିର ଖବର

୧୦୦ ଔଷଧ ଉପରେ ରୋକ୍‌ ଲଗାଇବେ ସରକାର

ଔଷଧ କମ୍ପାନୀଙ୍କ ମନମୁଖି ଗତିବିଧି ଉପରେ ଅଙ୍କୁଶ ଲଗାଇବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ୧୦୦ରୁ ଊର୍ଦ୍ଧ୍ବ ନାମୀଦାମୀ ବା ବ୍ରାଣ୍ଡେଡ ଔଷଧ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଜଣାପଡିଛି। ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜର ବୋର୍ଡ (ଡିଟିଏବି) ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଗତବର୍ଷ ମଧ୍ୟ ଭାରତ ସରକାର ୩୪୪ ଔଷଧ ଉପରେ ରୋକ୍‌ ଲଗାଇଥିଲେ। ପ୍ରକାଶଯୋଗ୍ୟ ଯେ ଭାରତରେ ବହୁ ବଡ଼ ବ୍ରାଣ୍ଡେଡ଼ କମ୍ପାନୀ ଆବଶ୍ୟକ ସ୍ୱୀକୃତି ବିନା ଫିକ୍ସ ଡୋଜ କମ୍ବିନେଶନ (ଏଫଡିସି) ଔଷଧ ପ୍ରସ୍ତୁତ ଓ ବିକ୍ରି କରୁଛନ୍ତି। ଏହାର ସିଧା ସଳଖ ପ୍ରଭାବ ରୋଗୀଙ୍କ ଉପରେ ପଡୁଛି। ଏଫଡିସି ଯୋଗୁଁ ରୋଗୀଙ୍କୁ ଅନାବଶ୍ୟକ ଔଷଧ ବି ଖାଇବାକୁ ପଡୁଛି। କେତେକ ଔଷଧର ଗୁଣାବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅଭିଯୋଗ ଆସିଛି। ଅଭିଯୋଗ ଆଧାରରେ ସରକାର ଔଷଧ କମ୍ପାନୀଗୁଡ଼ିକର କାର୍ଯ୍ୟଶୈଳୀରେ ସୁଧାର ଆଣିବା ପାଇଁ କେତେକ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଛନ୍ତି। ଏହି ଅନୁସାରେ ୧୦୦ଟି ନାମୀଦାମୀ ଔଷଧ ପାଇଁ ଔଷଧ କମ୍ପାନୀଗୁଡ଼ିକୁ ଅଧିକ ଗବେଷଣା କରିବାକୁ କୁହାଯାଇପାରେ। ଏହାଦ୍ୱାରା ଔଷଧର ଗୁଣାବତ୍ତା ସୁନିଶ୍ଚିତ କରିହେବ ଓ ସରକାର ଏନେଇ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି କୁହାଯାଇଛି। ଏହାବ୍ୟତୀତ ଚୀନ ଓ ଅନ୍ୟ କେତେକ ଦେଶରୁ ଔଷଧ ତିଆରି ପାଇଁ ଆମଦାନୀ ହେଉଥିବା କଞ୍ଚାମାଲରେ ଗୋଳମାଳ ଓ ନିମ୍ନଗୁଣବତ୍ତା ନେଇ ଅଭିଯୋଗ ଆସିଛି। ତେଣୁ ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର

ମୋଦି ଲହର ପ୍ରଭାବହୀନ, ସରକାର ଗଠନ କରିବ ଅଣ ବିଜେପି ଏବଂ ଅଣକଂଗ୍ରେସ ମେଣ୍ଟ : ଓଓ୍ବେସୀ

ଦେଶରେ ବର୍ତ୍ତମାନ ମୋଦି ଲହର ପ୍ରଭାବହୀନ ହୋଇଯାଇଛି ଏବଂ ଦେଶରେ ପ୍ରଥମ ଥର ପାଇଁ ଅଣକଂଗ୍ରେସ ଏବଂ ଅଣବିଜେପି ମେଣ୍ଟ ସରକାର ଗଠନ କରିବାର ସମ୍ଭାବନା ରହିଛି ବାେଲି ଅଲ୍‌ ଇଣ୍ଡିଆ ମଜଲିସ୍‌ ଏ ଇତେହାଦ୍‌ ଉଲ୍‌ ମୁସଲମାନ୍‌ (ଏଆଇଏମ୍‌ଆଇଏମ୍‌) ର ସଭାପତି ଅସଦୁଦ୍ଦିନ୍‌ ଓଓ୍ବେସୀ କହିଛନ୍ତି। ୨୦୧୪ ଲୋକସଭା ନିର୍ବାଚନ ପରି ବର୍ତ୍ତମାନ ଦେଶରେ ମୋଦି ଲହର ନାହିଁ। ବର୍ତ୍ତମାନ ଦେଶର ୫୪୩ ନିର୍ବାଚନୀ କ୍ଷେତ୍ରରେ ନିର୍ବାଚନୀ ରଣକ୍ଷେତ୍ର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି। ହାଇଦ୍ରାବାଦ ଲୋକସଭା ଆସନରୁ ତିନିଥର ସାଂସଦ ରହିଥିବା ଓଓ୍ବେସୀ ଚଳିତ ଥର ହାଇଦ୍ରାବାଦରୁ ଲଢୁଥିବା ବେଳେ ତେଲେଙ୍ଗାନା ରାଷ୍‌ଟ୍ର ସମିତି ନେତୃତ୍ବରେ ଅଣ ବିଜେପି ଏବଂ ଅଣକଂଗ୍ରେସ ମେଣ୍ଟକୁ ସମର୍ଥନ ଜଣାଇେବ ବୋଲି କହିଛନ୍ତି। ବିଜେପି ନିଜର ବିଫଳତାକୁ ଲୁଚାଇବା ପାଇଁ ସଦାସର୍ବଦା ରାଷ୍ଟ୍ରୀୟ ସୁରକ୍ଷାକୁ ସାମ୍‌ନାକୁ ଆଣିଛି। ପ୍ରଥମେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌, ପରେ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ଏବଂ ଗତକାଲି ଏ ସ୍ୟାଟ୍‌ ମିସାଇଲ୍‌ ପରୀକ୍ଷଣ ଏହାର ଉଦାହରଣ। ସରକାର କ୍ଷମତା ଲୋଭରେ ରାଷ୍ଟ୍ରୀୟ ସୁରକ୍ଷାକୁ ନିର୍ବାଚନ ପାର ହେବା ପାଇଁ ବ୍ୟବହାର କରୁଛନ୍ତି ଯାହାକି ସାଧାରଣ ଲାେକଙ୍କୁ ଆଉ ପ୍ରଭାବିତ କରି ପାରିବ ନାହିଁ।

Categories
ଆଜିର ଖବର

୧୦ ଦିନ ମଧ୍ୟରେ ଲୋକପାଳ ଚୟନ ବୈଠକ ତାରିଖ ସ୍ଥିର କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ଲୋକପାଳ ସଦସ୍ୟ ନିଯୁକ୍ତି ନିମନ୍ତେ ଚୟନ କମିଟିର ବୈଠକ ତାରିଖ ଜଣାଇବାକୁ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛନ୍ତି। ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସୁପ୍ରିମ୍‌କୋର୍ଟର ଖଣ୍ଡପୀO ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଚୂଡ଼ାନ୍ତ ହୋଇଥିବା ଏହି ତିନି ପାନେଲ୍‌କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଥିବା ଚୟନ କମିଟିକୁ ପଠାଇ ଦିଆଯାଇଛି ବୋଲି ଆଟର୍ଣ୍ଣି ଜେନେରାଲ୍‌ କହିଛନ୍ତି । ସେଥି ମଧ୍ୟରୁ ଗୋଟିଏ ଲୋକପାଳ ଏବଂ ବାକି ଦୁଇଟି ବିଚାର ବିଭାଗୀୟ ଓ ଅଣବିଚାର ବିଭାଗୀୟ ଲୋକପାଳ ସଦସ୍ୟଙ୍କ ନିମନ୍ତେ ଉଦ୍ଦିଷ୍ଟ ବୋଲି ଆଟର୍ଣ୍ଣି ଜେନେରାଲ୍‌ ବେଣୁଗୋପାଳ କହିଛନ୍ତି। ଲୋକପାଳର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ନାମ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ପ୍ରଶାନ୍ତ ଭୂଷଣ କରିଥିବା ଆବେଦନକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି।