ରାମ ମନ୍ଦିର ପାଇଁ ମୋଦି ସରକାର ଅଧ୍ୟାଦେଶ ଆଣିବା ଜରୁରୀ : ଉଦ୍ଧବ ଠାକ୍‌ରେ

Published: Jun 16, 2019, 2:30 pm IST

ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ରବିବାର ଦିନ ଅଯୋଧ୍ୟାରେ ରାମ ଲାଲାଙ୍କ ଦର୍ଶନ କରିଛନ୍ତି। ଉଦ୍ଧବଙ୍କ ସହିତ ତାଙ୍କ ପରିବାର ସଦସ୍ୟ ତଥା ସାଂସଦମାନେ ଉପସ୍ଥିତ ରହିଥିଲେ । ଦର୍ଶନ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଉଦ୍ଧବ କହିଛନ୍ତି ଯେ, ରାମ ମନ୍ଦିର ନିର୍ବାଚନୀ ମୁଦ୍ଦା ନୁହେଁ,  ପ୍ରଥମେ ରାମ ମନ୍ଦିର ପରେ ସରକାର ବୋଲି ନାରା ଦେଇଥିବାର ଉଦ୍ଧବ କହିଛନ୍ତି । ରାମମନ୍ଦିରର ବିଷୟ ବର୍ଷ ବର୍ଷ ଧରି କୋର୍ଟରେ ରହିଛି । ଏହାଉପରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି କିନ୍ତୁ ଆମ ପାଖରେ ଏବେ ମଜବୁତ୍‌ ସରକାର ରହିଛି । ଆମର ସମ୍ପୂର୍ଣ୍ଣ ଭରସା ରହିଛି  କି, ରାମ ମନ୍ଦିରର ନିର୍ମାଣ ଶୀଘ୍ର ଆରମ୍ଭ ହେବ।  ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ, ବାବ୍ରି ମସଜିତ ଢାଞ୍ଚା ଭାଙ୍ଗିବ‌ାରେ ଶିବସେନା ଆଗରେ ଥିଲା, ଏବେ ମନ୍ଦିର ନିର୍ମାଣରେ ମଧ୍ୟ ଆମେ ଆଗକୁ ଆସିଛୁ । ରାମ ମନ୍ଦିର ଅଯୋଧ୍ୟରେ ହିଁ ନିର୍ମାଣ ହେବ ବୋଲି ସେ ଦୋହରାଇବା ସହିତ ଯଦି କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣନ୍ତି ତେବେ ନିଶ୍ଚୟ ସମର୍ଥନ କରିବେ ବୋଲି କହିଛନ୍ତି ଉଦ୍ଧବ ।   ସାରା ଦେଶ ତଥା ବିଶ୍ବରେ ହିନ୍ଦୁ ସମାଜର ଏକତା ଜରୁରୀ । କେନ୍ଦ୍ରର ମୋଦୀ ସରକାର ହିନ୍ଦୁମାନଙ୍କୁ ସୁଦୃଢ କରିବା ଭଳି ସରକାର ବୋଲି କହିଛନ୍ତି ଉଦ୍ଧବ । ଉଦ୍ଧବଙ୍କ ସହିତ ସଞ୍ଜୟ ଯାଦବ, ଅଭୟ ଦ୍ବିବେଦୀ, କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ, ସଦାଶିବ ଲୋଖଣ୍ଡେ ଓମ୍‌ ରାଜେ ଓ ଆଦିତ୍ୟ ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ ।

Related posts