Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୋଷୀଙ୍କ ଫାଶୀ ନିକଟତର ! ନିର୍ଭୟା ଦୋଷୀଙ୍କୁ ପଚରାଗଲା ଶେଷ ଇଚ୍ଛା, ଏପେଟ ଫାଶୀକୁ ନେଇ ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହେଲେ କେନ୍ଦ୍ର ସରକାର
ଆଜିର ଖବର

ଦୋଷୀଙ୍କ ଫାଶୀ ନିକଟତର ! ନିର୍ଭୟା ଦୋଷୀଙ୍କୁ ପଚରାଗଲା ଶେଷ ଇଚ୍ଛା, ଏପେଟ ଫାଶୀକୁ ନେଇ ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହେଲେ କେନ୍ଦ୍ର ସରକାର

January 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତିହାଡ ଜେଲ ପ୍ରଶାସନ ଦୋଷୀଙ୍କୁ ନୋଟିସ୍‌ ଜାରି କରି ତାଙ୍କର ଅନ୍ତିମ ଇଚ୍ଛା ସମ୍ପର୍କରେ ପଚାରିଛନ୍ତି । ଏହାସହିତ ଏହି ଦୋଷୀମାନଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚରାଯାଇଛି । ଜେଲ୍‌ ମାନୁଆଲ୍‌ ଅନୁସାରେ ମୃତ୍ୟୁର ସଜ୍ଜା ପାଇଥିବା କଏଦୀଙ୍କୁ ଫାଶୀ ପୂର୍ବରୁ ତାଙ୍କର ଅନ୍ତିମ ଇଚ୍ଛା ସମ୍ପର୍କରେ ପଚରାଯାଇଥାଏ, ଏବଂ ପୂରଣ କରାଯାଇଥାଏ ।  ପ୍ରଶାସନ 1 ତାରିଖରେ ନିର୍ଘଣ୍ଟ ହୋଇଥିବା ଫାଶୀ ପୂର୍ବରୁ ଶେଷ ସାକ୍ଷାତ କାହାକୁ କରିବାକୁ ଚାହାଁନ୍ତି? ଯଦି ନାମରେ କିଛି ସମ୍ପତ୍ତି ବା ବ୍ୟାଙ୍କ ଖାତାରେ  କିଛି ଜମା ପୁଞ୍ଜି ରହିଛି, ତେବେ ତାହାକୁ କାହାକୁ ଟ୍ରାନ୍ସଫର୍‌ କରିବାକୁ ଚାହୁଁଛନ୍ତି ବା କାହାକୁ ନୋମିନି  ରଖିବାକୁ ଚାହୁଁଛନ୍ତି । କୌଣସି ଧାର୍ମିକ ତଥା ମନପସନ୍ଦ ପୁସ୍ତକ ପଢିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ ପଚରାଯାଇଛି ।

ବହ ଚର୍ଚ୍ଚିତ ନିର୍ଭୟା ଦୋଷୀଙ୍କ ଫାଶୀ ବିଳମ୍ବ ହେବା ନେଇ ପ୍ରଶ୍ନ ଉଠିଥିବାବେଳେ ଇତିମଧ୍ୟରେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ରିଭ୍ୟୁ ପିଟିଶନ, କ୍ୟୁରେଟିଭ୍‌ ପିଟିଶନ ଏବଂ ରାଜକ୍ଷମା ଆବେଦନ ଆଳରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ସମୟ ଗଡ଼ିଚାଲିଥିବାବେଳେ ଏନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀ କ୍ଷମା ଆବେଦନ କରିବାକୁ ୭ ଦିନ ସମୟସୀମା ଧାର୍ଯ୍ୟ କରାଯାଉ। ରାଷ୍ଟ୍ରପତି କ୍ଷମା ଆବେଦନ ଖାରଜ କରିବାର ୭ ଦିନ ମଧ୍ୟରେ ମୃତ୍ୟୁଦଣ୍ଡ ଓ୍ବାରେଣ୍ଟ ଜାରି କରିବା ଏବଂ ଏହାର ୭ ଦିନ ମଧ୍ୟରେ ଫାଶୀ ଦେବା ଲାଗି ସର୍ବୋଚ୍ଚ ଅଦାଲତ ସମସ୍ତ କୋର୍ଟ ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ମୃତ୍ୟୁଦଣ୍ଡାଦେଶ ମାମଲାରେ ରିଭ୍ୟୁ ପିଟିଶନ ଓ କ୍ୟୁରେଟିଭ୍‌ ପିଟିଶନ ଦାଏର ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହେବା ଆବଶ୍ୟକ ବୋଲି କେନ୍ଦ୍ର କହିଛି। ୨୦୧୪ରେ ଶତ୍ରୁଘନ ଚୌହାନ ମାମଲାର ରାୟକୁ ସଂଶୋଧନ କରିବାକୁ କେନ୍ଦ୍ର ଅନୁରୋଧ କରିଛି। (ଏଜେନ୍ସି)

govt supremecourt
Share. Facebook Twitter LinkedIn Email WhatsApp Copy Link

Related Posts

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026
Latest News

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026

ଖୁବଶୀଘ୍ର ଚାଲିବ ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍‌ ଟ୍ରେନ୍

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.