Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ବାଇକ୍ ଆରୋହୀ
ଆଜିର ଖବର

ବାଲୁଗାଁ: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ବାଇକ୍ ଆରୋହୀ

December 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୋଚିଲା ଛକ ନିକଟରେ ଗୋଟିଏ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଲୁଗାଁ ନିକଟସ୍ଥ ଗୋପୀନାଥ ପୁର ଗ୍ରାମର ସୁଶିଲ କୁମାର ପାଢୀଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ସୁଶିଲ କୁମାର ପାଢୀ (୩୪) ଗତ କାଲି ରାତିରେ ନିଜ ବାଇକ୍ ଯୋଗେ ଟାଙ୍ଗୀରୁ ବାଲୁଗାଁ ଫେରୁଥିଲେ। ତେବେ ୧୬ ନଂ ଜାତୀୟ ରାଜପଥର କୋଚିଲା ଛକ ନିକଟରେ ନିୟନ୍ତ୍ରଣ ହରାଇ ଡିଭାଇଡରକୁ ସେ ଧକ୍କା ଦେଇଥିଲେ। ଫଳରେ ସୁଶିଲ ଗୁରୁତର ହୋଇ ପଡିଥିଲେ। କୁହୁଡି ଫାଣ୍ଡି ପୋଲିସ୍ ଖବର ପାଇ ଗୁରୁତର ଅଵସ୍ଥାରେ ସୁଶୀଲଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସୁଶୀଲଙ୍କ ମୃତ ଦେହ ଜବତ କରି ପୋଲିସ୍ ତଦନ୍ତ ଜାରି ରଖିଛି। ସୁଶୀଲଙ୍କ ପକେଟ୍ ରୁ ପୋଲିସ୍ ୨୬ ହଜାର ଟଙ୍କା ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ଉଲ୍ଲେଖ ଯୋଗ୍ୟ ଯେ, ସୁଶୀଲ ଜଣେ ଯୁବ ସମାଜସେବୀ ଥିଲେ। ସେ ଉକ୍ତ ଅଞ୍ଚଳରେ ଅନେକ ସମାଜସେବା କାର୍ଯ୍ୟରେ ଅଂଶଗ୍ରହଣ କରି ଲୋକଙ୍କୁ ସେବା ଯୋଗାଉଥିଲେ। ଗତ କିଛି ଦିନ ତଳେ ବାଲୁଗାଁ ହସ୍ପିଟାଲର ଖରାପ ସ୍ୱାସ୍ଥ୍ୟବସ୍ଥା ବିଷୟରେ ସୋସିଆଲ ମିଡିଆରେ ଭାଇରାଲ କରି ସେ ଚର୍ଚ୍ଚାକୁ ଆସିଥିଲେ। କମ ବୟସରୁ ସେ ଜନପ୍ରିୟତା ଲାଭ କରିଥିଲେ। ତାଙ୍କର ଏହି ଅକାଳ ବିୟୋଗ ଯୋଗୁଁ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ପ୍ରାଣ ହରାଇଲେ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026
Latest News

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.