Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ଜରୁରୀ: ବିଶେଷଜ୍ଞ
ଆଜିର ଖବର

ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ଜରୁରୀ: ବିଶେଷଜ୍ଞ

December 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରଯୁକ୍ତି ବିଦ୍ୟାରେ କ୍ରମାଗତ ଭାବେ ପରିବର୍ତ୍ତନ ହେଉଥିବା ପରିପ୍ରେକ୍ଷୀରେ ଶିଳ୍ପ ଓ ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ଓ ଜ୍ଞାନର ଆଦାନପ୍ରଦାନର ଆବଶ୍ୟକତା ରହିଛି ବୋଲି ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଇଣ୍ଡଷ୍ଟ୍ରୀ-ଇନ୍‌ଷ୍ଟିଚ୍ୟୁଟ୍ ଇଂଟରଆକସନ୍ କନ୍‌କ୍ଲେଭ୍‌ରେ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ହେଉଥିବା ଗବେଷଣା ଶିଳ୍ପର ଆବଶ୍ୟକତାକୁ ଆଖିରେ ରଖିବା ଆବଶ୍ୟକ। ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ସେମାନଙ୍କର ବାସ୍ତବ କ୍ଷେତ୍ରର ଅଭିଜ୍ଞତାକୁ ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ନିକଟରେ ରଖିବା ଦରକାର ବୋଲି ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟିର ଜେନେରାଲ୍ ମ୍ୟାନେଜର ଡକ୍ଟର ମଳୟ କୁମାର ପ୍ରଧାନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ପ୍ରଧାନ କହିଥିଲେ ଯେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ନିୟମିତ ଭାବେ ଶିଳ୍ପଗୁଡ଼ିକୁ ଯାଇ ସେଠିକାର ବାସ୍ତବ ଜ୍ଞାନ ଆହରଣ କରିବା ଜରୁରୀ। ସେହିପରି ଗବେଷକମାନେ ଶିଳ୍ପରେ କାର୍ଯ୍ୟ କରୁଥିବା ବୈଷୟିକ କାର୍ଯ୍ୟକାରୀମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ଅହରହ ଘଟୁଥିବା ବିଭିନ୍ନ ପରିବର୍ତନ ଓ ଉନ୍ନତି ବିଷୟରେ ଜଣାଇବା ଆବଶ୍ୟକ। ଏହା ସଂଗେ ସଂଗେ ଗବେଷଣା ନିମନ୍ତେ ଶିଳ୍ପଗୁଡ଼ିକ ବଛାବଛା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆର୍ଥିକ ସହାୟତା ଯୋଗାଇବା ଦରକାର ବୋଲି ସେ କହିଥିଲେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ମେକାନିକାଲ୍‌ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ଏକ ଦିବସୀୟ ସମ୍ମିଳନୀରେ ଶିଳ୍ପ କ୍ଷେତ୍ରର ବ୍ୟକ୍ତିବିଶେଷ, ଶିକ୍ଷାବିତ୍ ଏବଂ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ
ଯୋଗ ଦେଇଥିଲେ।

ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ପୂର୍ବତନ କୁଳପତି ତଥା ବର୍ତ୍ତମାନର ମୁଖ୍ୟ ପରାମର୍ଶଦାତା ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ୍‌ର ଚିଫ୍ ଅପରେଟିଂ ଅଫିସର ଶ୍ରୀ ରଞ୍ଜିତ୍ ସିଂ ଚୁଗ୍ ଏବଂ ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ବକ୍ତବ୍ୟ ରଖିଥିଲେ।

ପ୍ରଫେସର ମହାନ୍ତି କହିଥିଲେ ଯେ, ଶିଳ୍ପାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ଉଭୟଙ୍କ ନିମନ୍ତେ ଲାଭଦାୟକ ହୋଇଥିବା ବେଳେ ସାମାଜିକ ପରିବର୍ତନ ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ପ୍ରଫେସର ମହାପାତ୍ର ପାଠ୍ୟକ୍ରମରେ ପରିବର୍ତନ କରାଯିବା ଜରୁରୀ ବୋଲି କହିବା ସହ ଛାତ୍ରଛାତ୍ରୀମାନେ ଶିଳ୍ପାନୁଷ୍ଠାନରେ ଇନ୍‌ଟର୍ଣ୍ଣସିପ୍ କରିବା ଆବଶ୍ୟକ ବୋଲି କହିଥିଲେ।

ଶିଳ୍ପାନୁଷ୍ଠାନକୁ ପ୍ରଶିକ୍ଷିତ ମାନବସମ୍ବଳ ଯୋଗାଇବା ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରାଥମିକ ଦାୟିତ୍ୱ ବୋଲି ପ୍ରଫେସର ଆଚାର୍ଯ୍ୟ କହିଥିଲେ। ତେଣୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ଶିଳ୍ପାନୁଷ୍ଠାନର ଆବଶ୍ୟକତାକୁ ଦୃଷ୍ଟିରେ ରଖିବା ସହ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନରୁ ପାଇପାରି ନଥିବା ପ୍ରଶିକ୍ଷଣ କିଭଳି ଶିଳ୍ପାନୁଷ୍ଠାନରେ ପାଇପାରିବେ ସେ ଦାୟିତ୍ୱ ଶିଳ୍ପ ନେବା ଉଚିତ୍ ବୋଲି ସେ କହିଥିଲେ। ଶ୍ରୀ ଚୁଗ୍ ଅନ୍ୟ ବକ୍ତାମାନଙ୍କର ବକ୍ତବ୍ୟରେ ସହମତି ପ୍ରଦାନ କରିବା ସହ ଭବିଷ୍ୟତ ପୀଢ଼ିଙ୍କୁ ଗଢ଼ି ତୋଳିବା ଉଭୟ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନର ଦାୟିତ୍ୱ ବୋଲି କହିଥିଲେ।

ମେକାନିକାଲ୍ ବିଭାଗର ମୁଖ୍ୟ ଡଃ ଡି.ଏନ୍ ଥାଟୋଇ କହିଥିଲେ ଯେ ଶିଳ୍ପାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ପରସ୍ପର ନିଜ ମଧ୍ୟରେ ବୁଝାମଣା ରଖିବା ଜରୁରୀ ଏବଂ ଛାତ୍ରଛାତ୍ରୀମାନେ ନୂତନ ଟେକ୍ନୋଲୋଜି ଓ ଇଞ୍ଜିନିୟରିଂ ପ୍ରକ୍ରିୟାଗୁଡ଼ିକ ସହ ଜଡିତ ହେବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ଷ୍ଟିଲ୍ ଆଣ୍ଡ ମାନୁଫ୍ୟାକ୍‌ଚରିଂ, ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରୀ ଏବଂ ସେଫ୍ଟି ଆଣ୍ଡ ବଏଲର୍ ଡିଭିଜନ୍ ସହ ଜଡିତ ରାଜ୍ୟର ୫୦ଟି ଶିଳ୍ପାନୁଷ୍ଠାନ ସାମିଲ୍ ହୋଇଥିଲେ ବୋଲି ସମ୍ମିଳନୀର ଆବାହକ ଡଃ ଏସ.ଏସ୍ ମହାପାତ୍ର ସୂଚନା ଦେଇଥିଲେ।

ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରଯୁକ୍ତି ବିଦ୍ୟା ଶିକ୍ଷାନୁଷ୍ଠାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026
Latest News

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.