Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଦିନଆ ଲଗାଣ ବର୍ଷାରେ ଚାଷୀ ଫସଲର ଉପଯୁକ୍ତ କ୍ଷତିପୂରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି
ଆଜିର ଖବର

ଅଦିନଆ ଲଗାଣ ବର୍ଷାରେ ଚାଷୀ ଫସଲର ଉପଯୁକ୍ତ କ୍ଷତିପୂରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି

December 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀ ଫସଲର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବି କରି ଓଡ଼ିଶା କୃଷକ ସଭା ତରଫରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଆମ ରାଜ୍ୟ ଓଡ଼ିଶାରେ ଏକମାସ ମଧ୍ୟରେ ଦୁଇଥର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧାନଫସଲ ଉଜାଡ଼ି ଦେଇଛି। ପନିପରିବା ଚାଷ ବି ନଷ୍ଟ ହୋଇଛି, ଚାଷୀମୁଣ୍ଡରେ ହାତ ଦେଇ ବସିଛି କ’ଣ କରିବ। କୃଷକ ସର୍ବସ୍ୱାନ୍ତ ହୋଇଛନ୍ତି ଏବଂ କୃଷକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ରାଜ୍ୟ ସରକାର ବର୍ଷା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକର ଫସଲ କ୍ଷତିର ଯଥାର୍ଥ ଭାବେ ଜରୁରୀ ଆକଳନ କରିବା ପାଇଁ ବ୍ୟବସ୍ଥା ନିମନ୍ତେ ଓଡ଼ିଶା କୃଷକସଭା ଦାବି କରିଛି। କୃଷକମାନଙ୍କୁ ଫସଲ ଜନିତ କ୍ଷତି ପାଇଁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବୀ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ଉଭୟ ସରକାର କୃଷକମାନଙ୍କର ଏହି ଦୁର୍ଦ୍ଦିନରେ ପ୍ରକୃତ କ୍ଷତିପୂରଣ ରାଶି ପ୍ରକୃତ ଚାଷୀମାନଙ୍କୁ ପ୍ରଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ନିମନ୍ତେ ଓଡ଼ିଶା କୃଷକ ସଭା ତରଫରୁ ପ୍ରାଦେଶିକ କୃଷକ କମିଟି ଦୃଢ ଭାବେ ଦାବି ଜଣାଇଛନ୍ତି।

ଫସଲଜନିତ କ୍ଷତିରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ଚାଷୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବା ଅତ୍ୟନ୍ତ ଉଦ୍‌ବେଗଜନକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। କୃଷକମାନଙ୍କ ପାଇଁ ସୁନିଶ୍ଚିତ ଏବଂ ଭରଷାଯୋଗ୍ୟ ପଦକ୍ଷେପ ଗ୍ରହଣ କରି ଆସନ୍ନ କୃଷକ ଆତ୍ମହତ୍ୟାକୁ ରୋକିବା ପାଇଁ କୃଷକସଭା ଦୃଢ ଭାବେ ଦାବି କରିଛି।

(୧) ଲଘୁଚାପଜନିତ ଲଗାଣ ବର୍ଷାରେ ଧାନ, ପନିବା ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ କରାଯାଉ।

(୨) ଧାନ ଫସଲ ପାଇଁ ଏକରପ୍ରତି ୨୦ ହଜାର ଟଙ୍କା ଏବଂ ପନିପରିବା ତଥା ଅନ୍ୟାନ୍ୟ ଅର୍ଥକାରୀ ଫସଲ ପାଇଁ ଏକରପ୍ରତି ୨୫ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉ।

(୩) ସମସ୍ତ କୃଷିଋଣ ଛାଡ଼ କରାଯାଉ। ରବି ଫସଲ ପାଇଁ ବିନା ସୁଧରେ ଋଣଦେବା ସହିତ ବିହନ, ସାର, କୀଟନାଶକ ଔଷଧ ମାଗଣାରେ ପ୍ରଦାନ କରାଯାଉ।

(୪) ଚାଷୀ ଅମଳ କରୁଥିବା ସମସ୍ତ ଧାନକୁ ଗୁଣାତ୍ମକ ମାନ ନିର୍ବିଶେଷରେ ସରକାରୀ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ.ଏସ୍‌.ପି) ପ୍ରଦାନ କରି ସରକାର କିଣନ୍ତୁ।

(୫) ଓଡ଼ିଶାରେ ସମସ୍ତ କ୍ଷତିପୂରଣ ସହାୟତା ରାଶି, ଋଣ ଏବଂ ଚାଷୀ ପାଉଥିବା ଅନ୍ୟାନ୍ୟ ସରକାରୀ ସୁବିଧାଗୁଡ଼ିକୁ ପ୍ରକୃତ ଚାଷୀ/ଭାଗଚାଷୀମାନଙ୍କୁ ପ୍ରଦାନ କରାଯାଉ।

(୬) କୃଷକମାନେ ଫସଲ ଜନିତ କ୍ଷୟକ୍ଷତିର ଉପଯୁକ୍ତ କ୍ଷତିପୂରଣ ପାଇବା ନିମନ୍ତେ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏନ୍‌ଡ଼ିଆରଏଫ୍‌)ର ନିର୍ଦ୍ଦେଶାବଳୀକୁ ଉନ୍ନତ କରାଯାଉ। ସେହି ଅନୁଯାୟୀ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌ଡ଼ିଆରଏଫ୍‌)ର ନିର୍ଦ୍ଦେଶାବଳୀକୁ ମଧ୍ୟ ଉନ୍ନତକରଣ କରାଯାଉ।

(୭) କୃଷକମାନଙ୍କ ପାଇଁ ସୁନିଶ୍ଚିତ ଏବଂ ଭରସାଯୋଗ୍ୟ ନୀତିଗ୍ରହଣ କରି ଆସନ୍ନ କୃଷକ ଆତ୍ମହତ୍ୟାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ।

ଏଭଳି ସାତଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଓଡ଼ିଶା କୃଷକ ସଭା ତରଫରୁ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଦିଆଯାଇଛି। ସରକାର ଜରୁରୀ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ଓଡ଼ିଶା କୃଷକସଭାର ରାଜ୍ୟ ସଭାପତି ଜମେଶ୍ୱର ସମାନ୍ତରାୟ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ଲଗାଣ ବର୍ଷା ସ୍ୱତନ୍ତ୍ର ପ୍ୟାକେଜ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ

July 13, 2026

ଶେଷ ପର୍ଯ୍ୟାୟରେ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ

July 13, 2026

ଇସ୍କନ ରଥଯାତ୍ରାକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜ: ଜାଣନ୍ତୁ କ’ଣ କହିଲେ?

July 13, 2026

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

July 13, 2026
Latest News

ଧୂଆଁ ଧୂଆଁ ହେଲା ମଧ୍ୟପ୍ରାଚ୍ୟ: କୁୱେତ, ବହରିନ ଏବଂ ଜୋର୍ଡାନ ଉପରେ କ୍ଷେପଣାସ୍ତ୍ର କଲା ଇରାନ

July 13, 2026

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ

July 13, 2026

ଇଣ୍ଡିଆ ମେଣ୍ଟରେ ଫାଟ!: କଂଗ୍ରେସକୁ ଝଟକା ଦେଲେ ଷ୍ଟାଲିନ, ତାମିଲନାଡୁରେ କେରଳ-ବଙ୍ଗଳା ମଡେଲକୁ ନାଁ

July 13, 2026

ଶେଷ ପର୍ଯ୍ୟାୟରେ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ

July 13, 2026

ଇସ୍କନ ରଥଯାତ୍ରାକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜ: ଜାଣନ୍ତୁ କ’ଣ କହିଲେ?

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.