
ବହୁଚର୍ଚ୍ଚିତ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲା ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡରେ ସୁଶେନ ମୋହନ ଗୁପ୍ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ। ୩୬୦୦ କୋଟି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏହି ଅଭିଯୁକ୍ତଙ୍କ ଜାମିୁନ ଆବେଦନକୁ କୋର୍ଟ ଖାରଜ କରିଥିବା ବେଳେ ସେ ପୁନର୍ବାର ଜେଲ୍ ଯିବା ସ୍ପଷ୍ଟ ହୋଇଛି। ସୁଶେନ ମୋହନ ଗୁପ୍ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା। ଏହି ମାମଲାରେ ରାଜୀବ ସକ୍ସେନା ସରକାରୀ ସାକ୍ଷୀ ହେବା ପାଇଁ ରାଜି ହେବା ଦ୍ଵାରା ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। ରାଜୀବ ସକ୍ସେନାଙ୍କୁ ୟୁଏଇରୁ ପ୍ରତ୍ୟର୍ପଣ କରାଯିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। ସ୍ବତନ୍ତ୍ର ଜଜ୍ ଅରବିନ୍ଦ କୁମାର ଏହି ମାମଲାର ବିଚାର କରିଥିଲେ।