Categories
ଆଜିର ଖବର ଜାତୀୟ ଖବର

AAP ନେତା ସଞ୍ଜୟ ସିଂଙ୍କୁ ବଡ ଝଟକା, ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଆଜି ଦିଲ୍ଲୀ ହାଇକୋର୍ଟ ସଞ୍ଜୟ ସିଂଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଜାନୁୟାରୀ ୩୧ ତାରିଖରେ ସଞ୍ଜୟ ସିଂଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ସଂରକ୍ଷିତ ରଖିଥିଲେ।

ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂଙ୍କୁ ଫେବୃଆରୀ ୫ ତାରିଖରେ ସୁପ୍ରିମକୋର୍ଟଙ୍କ ତରଫରୁ ଏକ ବଡ଼ ଝଟକା ଲାଗିଥିଲା। ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ଅର୍ଥ ହେରଫେର ମାମଲାରେ ତାଙ୍କ ଗିରଫଦାରୀକୁ ରିମାଣ୍ଡରେ ନେବାକୁ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଉପରେ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାର ମାମଲା: ଏବେ ଅପରାଧୀମାନେ କୋର୍ଟଙ୍କୁ ମଧ୍ୟ ଠକିବା ଆରମ୍ଭ କରିଛନ୍ତି

ନୂଆଦିଲ୍ଲୀ: ଜାମିନରେ ମୁକ୍ତ ହେବା ପାଇଁ ଅଦାଲତଙ୍କୁ ବିଭ୍ରାନ୍ତ କରିବା ମାମଲାକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜାମିନ ପାଇଁ ଯୁକ୍ତି କରିବା ସମୟରେ ଯେପରି କେହି ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ ନ କରନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସୁପ୍ରିମକୋର୍ଟ ଅଧସ୍ତନ ଅଦାଲତ (ହାଇକୋର୍ଟ ଓ ନିମ୍ନ ଅଦାଲତ)ଙ୍କୁ କହିଛନ୍ତି। ଯଦି କ୍ଲାଏଣ୍ଟ କୋର୍ଟଙ୍କୁ ବିଭ୍ରାନ୍ତ କରିବାରେ ସଫଳ ହୁଅନ୍ତି, ତେବେ ଆଇନର ଅପବ୍ୟବହାର ହେବ ଏବଂ ଅଦାଲତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି କୋର୍ଟ କହିଛନ୍ତି। ବିଭ୍ରାନ୍ତ ନ ହେବା ପାଇଁ ସୁପ୍ରିମକୋର୍ଟ ଅଦାଲତଙ୍କୁ କିଛି ଟିପ୍ସ ମଧ୍ୟ ଦେଇଛନ୍ତି। ସେ ତାଙ୍କ ନିର୍ଦ୍ଦେଶରେ ଆହୁରି ମଧ୍ୟ କହିଛନ୍ତି ଯେ ଏଣିକି ଜାମିନ ପାଇଁ ପ୍ରତ୍ୟେକ ଆବେଦନ ଉପରେ ପୂର୍ବ ଜାମିନ ଆବେଦନ ବିଷୟରେ ସୂଚନା ଦେବାକୁ ପଡ଼ିବ ଏବଂ ଆବେଦନକାରୀଙ୍କ ବିରୋଧରେ ଅନ୍ୟ କୌଣସି ଅଦାଲତରେ କୌଣସି ମାମଲା ଚାଲିଛି କି ନାହିଁ ତାହା ମଧ୍ୟ ଜଣାଇବାକୁ ପଡ଼ିବ।

ଶୁଣାଣି ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ହାଇକୋର୍ଟରୁ ମିଳିଲା ଜାମିନ !
ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ରାଜୀବ ବିନ୍ଦଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟର ଏକ ମାମଲା ସମ୍ପର୍କରେ ଜାଣିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏନଡିପିଏସ୍ ଆଇନ ଅନୁଯାୟୀ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିଥିଲେ । କୁଶା ଦୁରୁକା ନାମକ ଅଭିଯୁକ୍ତଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟ ଯାଇଥିଲେ, ଯେଉଁଠାରେ ତାଙ୍କ ଆବେଦନର ଶୁଣାଣି ହେବାର ଥିଲା । ସେତେବେଳକୁ ଦୁରୁକା ଦ୍ୱିତୀୟ ଥର ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଏଥର ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଏ ସମ୍ପର୍କରେ ସୁପ୍ରିମକୋର୍ଟ ଜାଣିବା ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ଅଭିଯୁକ୍ତ ପ୍ରକୃତରେ ସୁପ୍ରିମକୋର୍ଟରେ ତାଙ୍କ ପିଟିସନ ବିଚାରାଧୀନ ଥିବା ଲୁଚାଇ ହାଇକୋର୍ଟଙ୍କୁ ଠକିଛନ୍ତି ।

ରାଜ୍ୟ ସରକାରଙ୍କ ସତ୍ୟପାଠ ଆଶ୍ଚର୍ଯ୍ୟ ବଢ଼ାଇଲା

୨୦୨୨ ଫେବ୍ରୁଆରି ୩ ତାରିଖରେ କୁଶା ଦୁରୁକା ଓ ତାଙ୍କ ସହଯୋଗୀ ଗଣେଶ ଠାକୁରଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ୨୩.୮ କେଜି ଗଞ୍ଜେଇ ଜବତ କରାଯାଇଛି । ଉଭୟଙ୍କ ବିରୋଧରେ ଏନଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(୨)(ସି) ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଏହାପରେ ଜାମିନ ନ ମିଳିବାରୁ ସେ ହାଇକୋର୍ଟ ଯାଇଥିଲେ ମଧ୍ୟ ୨୦୨୩ ମାର୍ଚ୍ଚ ୩ତାରିଖରେ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା । ଏହି ଆଦେଶ ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ଗତ ବର୍ଷ ଅକ୍ଟୋବରରେ ସେ ହାଇକୋର୍ଟରୁ ଜାମିନ ପାଇବାରେ ସଫଳ ହୋଇଥିଲେ । ଏ ସମ୍ପର୍କରେ ସୁପ୍ରିମକୋର୍ଟ ଜାଣିବା ପରେ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିଲେ । ଓଡ଼ିଶା ଆଇନ ମନ୍ତ୍ରାଳୟର ମୁଖ୍ୟ ଶାସନ ସଚିବ ଗତ ମାସରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଥିଲେ ଯେ ହାଇକୋର୍ଟରେ ପ୍ରତିପକ୍ଷର ଓକିଲ ସୁପ୍ରିମକୋର୍ଟରେ ଆବେଦନର ବିଚାରାଧୀନତା ବିଷୟରେ ଅବଗତ ନୁହଁନ୍ତି କି ପୂର୍ବରୁ ହାଇକୋର୍ଟରେ ଜାମିନ ଆବେଦନ ଖାରଜ କରିଥିଲେ ।

ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

ମାମଲାକୁ ଆଇନଗତ ଦୃଷ୍ଟିକୋଣରୁ ଲୁଚାଇବା ଏବଂ ଯାହା ସମ୍ପୂର୍ଣ୍ଣଭାବେ ଅଦାଲତ ସମ୍ମୁଖରେ ପ୍ରକାଶ ପାଉନାହିଁ ତାହା ବାସ୍ତବତା ସହ ବିଶ୍ୱାସଘାତକତା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସତ ଲୁଚାଇବା ମିଛ କହିବା ଭଳି… ଗତ ୪୦ ବର୍ଷ ମଧ୍ୟରେ ମାନବିକ ମୂଲ୍ୟବୋଧ ହ୍ରାସ ପାଇଛି ଏବଂ ବର୍ତ୍ତମାନ ଜଣେ ବ୍ୟକ୍ତି ଅଦାଲତକୁ ବିଭ୍ରାନ୍ତ କରିବା ପାଇଁ ଯେକୌଣସି ସୀମାକୁ ଯାଇପାରେ । ସେମାନେ ସତ୍ୟକୁ ସମ୍ମାନ ଦିଅନ୍ତି ନାହିଁ । ଭବିଷ୍ୟତରେ ଏଭଳି ଦ୍ୱନ୍ଦ୍ୱକୁ ଏଡ଼ାଇବା ପାଇଁ ହାଇକୋର୍ଟରେ ଜାମିନ ଆବେଦନ ସହିତ ପ୍ରାରମ୍ଭିକ ଜାମିନ ଆବେଦନର ବିବରଣୀ ଓ ଚିଠିର ନକଲ ଦେବା ବାଧ୍ୟତାମୂଳକ ହେବ ବୋଲି କୋର୍ଟ କହିଛନ୍ତି । ଆବେଦନକାରୀଙ୍କ ଆବେଦନ ଅନ୍ୟକୌଣସି ଅଦାଲତରେ ଦାଖଲ ହୋଇଛି କି ନାହିଁ, ତାହା ତାଙ୍କ ଆବେଦନ ଫର୍ମରେ ସ୍ପଷ୍ଟଭାବେ ଜଣାଇବାକୁ ପଡ଼ିବ ।

ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କ କୌଶଳକୁ ସମାଲୋଚନା କରିଥିଲେ ମଧ୍ୟ ଜାମିନ ରଦ୍ଦ କରିନଥିଲେ । ବରଂ ଅଭିଯୁକ୍ତମାନେ ୮ ସପ୍ତାହ ମଧ୍ୟରେ ଓଡ଼ିଶା ହାଇକୋର୍ଟ ସହ ଜଡ଼ିତ ମଧ୍ୟସ୍ଥତା ଓ ସମନ୍ୱୟ କେନ୍ଦ୍ରରେ ୧୦ ହଜାର ଟଙ୍କା ଜମା କରି ସୁପ୍ରିମକୋର୍ଟରେ ଅନୁପାଳନ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଗୁଜରାଟ ଦଙ୍ଗା ମାମଲା : 14 ଜଣଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ମାମଲାରେ 14 ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ଜାନୁୟାରୀ 28 ତାରିଖରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଗୋଧ୍ରା ଦଙ୍ଗାରେ ସର୍ଦ୍ଦାରପୁରାରେ ଏହି ଅଭିଯୁକ୍ତ ମାନେ 33 ଜଣ ମୁସଲିମ୍‌ଙ୍କୁ ଜୀଅନ୍ତା ଜଳାଇ ଦେଇଥିଲେ । ଦୁଇଟି ପର୍ଯ୍ୟାୟରେ ସମସ୍ତ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯିବ । ପ୍ରଥମ ପର୍ଯ୍ୟାୟରେ ଇନ୍ଦୋରରୁ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜବଲପୁରରୁ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯିବ ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯାଇଥିବା ବେଳେ ସମାଜସେବା ଏବଂ ଧାର୍ମିକ କାର୍ଯ୍ୟକଳାପରେ ଲିପ୍ତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦଙ୍ଗା ମାମଲାରେ 31 ଜଣ ଅଭିଯୁକ୍ତଙ୍କ ନାମ ରହିଥିବା ବେଳେ ଗୁଜରାଟ ହାଇକୋର୍ଟଙ୍କ ପକ୍ଷରୁ 14ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ବେଳେ 17 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

Categories
ଆଜିର ଖବର

ପ୍ରଦୀପ ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ

ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜାମିନ ମିଳିଛି। ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟ ମହାରଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମହାରଥୀଙ୍କ ଗେଷ୍ଟ ହାଉସ୍‌ରେ ରେଡ୍‌ କରୁଥିବା ସମୟରେ ମାଜିଷ୍ଟ୍ରେଟ୍‌ଙ୍କୁ ମାଡ ଅଭିଯୋଗରେ ଗିରଫ ହୋଇଥିବା ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ୫୦ ହଜାର ଟଙ୍କାର ଓ ଦୁଇ ଜଣ ଜାମିନଦାରଙ୍କ ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପୋଲିସ୍‌କୁ ତଦନ୍ତରେ ସହଯୋଗ ଏବଂ ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର

ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ : ମେ ୨୪ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ

୧୩ ହଜାର କୋଟି ଟଙ୍କାର ପିଏନ୍‌ବି ଋଣ ନେଇ ବିଦେଶ ପଳାୟନ କରିଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜାମିନ ଆବେଦନ ଲଣ୍ଡନର ଏକ କୋର୍ଟ ଖାରଜ କରି ଦେଇଛନ୍ତି। ମୋଦିଙ୍କ ଜାମିନ ଆବେଦନ ଖାରଜ ହେବା ସହିତ ତାଙ୍କୁ ମେ ୨୪ ପର୍ଯ୍ୟନ୍ତ ଜେଲ୍‌ରେ ରଖିବାକୁ ଆଦେଶ ଦେଇଛନ୍ତି ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟ। ଶୁକ୍ରବାର ମୋଦିଙ୍କ ଜାମିନ ଆବେଦନର ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା। କୋର୍ଟ କହିଥିଲେ, ଏକ ଭାରତୀୟ ବ୍ୟାଙ୍କରୁ ଆପଣ ଠକାମି କରିଛନ୍ତି ତେଣୁ ଆପଣଙ୍କ ଜାମିନ ଖାରଜ କରାଯାଉଛି। ଏହା ସହିତ ଭାରତୀୟ ଅଧିକାରୀଙ୍କ ପକ୍ଷରୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ପୂର୍ବରୁ ମାର୍ଚ୍ଚ ୨୯ରେ ମାଜିଷ୍ଟ୍ରେଟ୍‌ ଏମ୍ମା ଆର୍ମବଥଣ୍ଟ ମଧ୍ୟ ପ୍ରମାଣ ନଷ୍ଟ ହେବା ଭୟରେ ନୀରବଙ୍କ ଜାମିନ ଆବେଦନ ଖାରଜ କରିଥିଲେ।

Categories
ଆଜିର ଖବର

ମହାରଥୀଙ୍କୁ ଜାମିନ୍‌ ମିଳିଲାନି, ଶୁଣାଣି ଆସନ୍ତା ୨୭କୁ ଘୁଞ୍ଚିଲା

ମାଜିଷ୍ଟ୍ରେଟ୍‌ଙ୍କୁ ଆକ୍ରମଣ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜାମିନ ମିଳିଲାନି। ଆସନ୍ତା ୨୭ ପର୍ଯ୍ୟନ୍ତରେ ଜେଲରେ ରହିବେ ଏହି ବିଜେଡି ବିଧାୟକ ପ୍ରାର୍ଥୀ। ପ୍ରଦୀପ ମହାରଥୀଙ୍କ ସ୍ବତନ୍ତ୍ର ପ୍ରାଧୀକୃତ କୋର୍ଟରେ ଜାମିନ ଶୁଣାଣି ଆସନ୍ତା ୨୭କୁ ଘୁଞ୍ଚିଛି। କେସ୍ ଡାଏରୀ ଓ ଇଞ୍ଜୁରୀ ରପୋର୍ଟ ଆସି ନଥିବାରୁ ଶୁଣାଣି ଘୁଞ୍ଚିଛି ବୋଲିୀ ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଗତ ୨୧ ତାରିଖ ରାତିରେ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହା ପରେ ଏଏସ୍‌ଆଇଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ୍‌ଙ୍କ ତତ୍ୱାବଧାନରେ ଦୁଇଟି ଟିମ୍‌ ଚଢ଼ାଉ କରିଥିଲେ। ଏହି ସମୟରେ ଖୋଦ୍‌ ପ୍ରଦୀପ ମହାରଥୀ ଓ ତାଙ୍କ ସମର୍ଥକମାନେ ଫ୍ଲାଇଂ ସ୍କ୍ୱାଡ ଟିମ୍‌ ଉପରକୁ ଆକ୍ରମଣ କରିଥିଲେ। ସମସ୍ତଙ୍କୁ ମାଡ଼ ମାରିବା ସହିତ କ୍ୟାମେରା ଭାଙ୍ଗି ଦେଇଥିଲେ। ଆକ୍ରମଣରେ ମାଜିଷ୍ଟେଟ୍‌ ରବି ନାରାୟରଣ ପାତ୍ର, ଏଏସ୍‌ବଇ ବିନୟ କୁମାର ଦାସ ଓ ଡ୍ରାଇଭର ଦୀପକ ଆହତ ହୋଇଥିଲେ। ଏହାପରେ ଘଟଣାକୁ ଗୁରୁତର ସହ ନେଇଥିବା ଜିଲ୍ଲା ପ୍ରଶାସନ ଏବଂ ମହାରଥୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିଲା। ଏହାପରେ ମହାରଥୀଙ୍କୁ ଝରପଡା ଜେଲକୁ ପଠାଯାଇଥିଲା। ମହାରଥୀଙ୍କ ବିରୋଧରେ ଦଫା-୩୦୭,୩୫୩,୫୪୧,୩୩୨,୧୪୭,୧୪୯, ଏବଂ ୧୭୧ (ବି), ୧୮୬ ଏବଂ ୧୨୩ ଲଗାଇଛି ପୋଲିସ୍‌।

Categories
ଆଜିର ଖବର

ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲା : ସୁଶେନ ଗୁପ୍ତାଙ୍କ ଜାମିନ ଆବେଦନ ଖାରଜ

ବହୁଚର୍ଚ୍ଚିତ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲା ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡରେ ସୁଶେନ ମୋହନ ଗୁପ୍ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ। ୩୬୦୦ କୋଟି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏହି ଅଭିଯୁକ୍ତଙ୍କ ଜାମିୁନ ଆବେଦନକୁ କୋର୍ଟ ଖାରଜ କରିଥିବା ବେଳେ ସେ ପୁନର୍ବାର ଜେଲ୍‌ ଯିବା ସ୍ପଷ୍ଟ ହୋଇଛି। ସୁଶେନ ମୋହନ ଗୁପ୍ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା। ଏହି ମାମଲାରେ ରାଜୀବ ସକ୍ସେନା ସରକାରୀ ସାକ୍ଷୀ ହେବା ପାଇଁ ରାଜି ହେବା ଦ୍ଵାରା ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। ରାଜୀବ ସକ୍ସେନାଙ୍କୁ ୟୁଏଇରୁ ପ୍ରତ୍ୟର୍ପଣ କରାଯିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। ସ୍ବତନ୍ତ୍ର ଜଜ୍‌ ଅରବିନ୍ଦ କୁମାର ଏହି ମାମଲାର ବିଚାର କରିଥିଲେ।

Categories
ଆଜିର ଖବର

ଚାରା ଦୁର୍ନୀତି ମାମଲା : ଲାଲୁଙ୍କ ଜାମିନ ଆବେଦନ ଖାରଜ

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା। ଚାରା ଦୁର୍ନୀତି ମାମଲା ନେଇ ଜେଲ୍‌ରେ ବନ୍ଦୀ ଥିବା ଲାଲୁ ଗତକାଲି ସର୍ବୋଚ୍ଚ କୋର୍ଟରେ ଜାମିନ ଆବେଦନ କରିଥିଲେ। ସୁପ୍ରିମ୍‌କୋର୍ଟ ଆଜି ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଲାଲୁଙ୍କ ମାମଲାକୁ ବରିଷ୍ଠ ଓକିଲ କପିଲ ଶିବଲ ଲଢୁଥିବା ବେଳେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାର ବିଚାର କରିଥିଲେ। ଗତକାଲି ଲାଲୁଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିବା ବେଳେ ସିବିଆଇ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଚାରା ଘୋଟାଲା ମାମଲାରେ ଜେଲରେ ରହିଥିବା ଲାଲୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ଜାମିନ ଆବେଦନ କରିଥିଲେ। ସୂଚନାଯୋଗ୍ୟ ଯେ, ଲାଲୁ ବର୍ତ୍ତମାନ ରିମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ ଡାକ୍ତରଖାନାରେ ହିଁ ସଠିକ୍‌ ଚିକିତ୍ସା ମିଳିପାରିବ ବୋଲି କହିବା ସହିତ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।