ଗୁଜରାଟ ଦଙ୍ଗା ମାମଲା : 14 ଜଣଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

Published: Jan 28, 2020, 2:02 pm IST

ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ମାମଲାରେ 14 ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ଜାନୁୟାରୀ 28 ତାରିଖରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଗୋଧ୍ରା ଦଙ୍ଗାରେ ସର୍ଦ୍ଦାରପୁରାରେ ଏହି ଅଭିଯୁକ୍ତ ମାନେ 33 ଜଣ ମୁସଲିମ୍‌ଙ୍କୁ ଜୀଅନ୍ତା ଜଳାଇ ଦେଇଥିଲେ । ଦୁଇଟି ପର୍ଯ୍ୟାୟରେ ସମସ୍ତ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯିବ । ପ୍ରଥମ ପର୍ଯ୍ୟାୟରେ ଇନ୍ଦୋରରୁ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜବଲପୁରରୁ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯିବ ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯାଇଥିବା ବେଳେ ସମାଜସେବା ଏବଂ ଧାର୍ମିକ କାର୍ଯ୍ୟକଳାପରେ ଲିପ୍ତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦଙ୍ଗା ମାମଲାରେ 31 ଜଣ ଅଭିଯୁକ୍ତଙ୍କ ନାମ ରହିଥିବା ବେଳେ ଗୁଜରାଟ ହାଇକୋର୍ଟଙ୍କ ପକ୍ଷରୁ 14ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ବେଳେ 17 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

Related posts