Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିବେଶ ସୁରକ୍ଷା ନେଇ ପିଲାମାନଙ୍କୁ ସଚେତନ କରାଇବା ଜରୁରୀ: ଜଷ୍ଟିସ୍ ସ୍ଥାଲେକର
ଆଜିର ଖବର

ପରିବେଶ ସୁରକ୍ଷା ନେଇ ପିଲାମାନଙ୍କୁ ସଚେତନ କରାଇବା ଜରୁରୀ: ଜଷ୍ଟିସ୍ ସ୍ଥାଲେକର

December 11, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମାନବ ଜାତିର ସୁରକ୍ଷା ନିମନ୍ତେ ପରିବେଶ ସଚେତନତା ନେଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବାଲ୍ୟାବସ୍ଥାରୁ ଶିକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ ବୋଲି ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର ନ୍ୟାୟିକ ସଦସ୍ୟ ଜଷ୍ଟିସ୍ ବି.ଅମିତ ସ୍ଥାଲେକର ଶନିବାର ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସମୟରେ ଆଧୁନିକତା କିମ୍ବା ବିକାଶ ଅପେକ୍ଷା ପରିବେଶର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବାର୍ଷିକ ବକ୍ତୃତା କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖିଛନ୍ତି ଜଷ୍ଟିସ ସ୍ଥାଲେକର।

ଯଦି ପରିବେଶ ସୁରକ୍ଷିତ ହୋଇ ପାରିବ ନାହିଁ, ତେବେ ସବୁ ବିକାଶର ଗୋଟିଏ ଦିନ ପୂର୍ଣ୍ଣଛେଦ ପଡ଼ିଯିବ। “ପରିବେଶ ଏବଂ ମାନବିକତା” ଶୀର୍ଷକ ପ୍ରସଙ୍ଗରେ ଏହା କହିଛନ୍ତି ଜଷ୍ଟିସ୍ ସ୍ଥାଲେକର। ଜଷ୍ଟିସ ସ୍ଥାଲେକର କହିଛନ୍ତି ଯେ ସ୍କୁଲରେ ପାଠ ପଢ଼ା ଆରମ୍ଭ ସମୟରୁ ହିଁ ପିଲା ମାନଙ୍କୁ “ଇ’ ଫର ଏଲିଫାଂଟ ବଦଳରେ “ଇ’ ଫର ଏନଭାଇରନମେଂଟ ଶିକ୍ଷା ଦେବା ଆବଶ୍ୟକ। ପିଲାମାନଙ୍କୁ ବାହାରକୁ ନେଇ ପରିବେଶ କଣ, ଏହା କିଭଳି ଦୂଷିତ ହେଉଛି, ଏହାର ପ୍ରଭାବ କଣ ଏବଂ କିଭଳି ପରିବେଶକୁ ସୁରକ୍ଷା ଦିଆଯାଇପାରିବ ସେ ବିଷୟରେ
ଶିକ୍ଷିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ମାନବ ଜାତି ପାଇଁ ପରିବେଶ ଏକ ଉପହାର ଏବଂ ମଣିଷ ନିଜେ କିଛି ସୃଷ୍ଟି କରିନାହିଁ । ସୁସ୍ଥ ପରିବେଶ ଯୋଗୁ ହିଁ ମଣିଷ ପିଢ଼ି ପରେ ପିଢ଼ି ବଂଚିରହିଛି। କିନ୍ତୁ ବର୍ତ୍ତମାନ ଆମେ ଭଗବାନଙ୍କ ସ୍ଥାନ ନେବାକୁ ଚେଷ୍ଟା କରିଥିବାରୁ ପରିସ୍ଥିତିରେ ଅସନ୍ତୁଳନ ହେବାରେ ଲାଗିଛି ବୋଲି ସେ କହିଛନ୍ତି।

ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର ରେଜିଷ୍ଟ୍ରାର ଶୁଭାୟୁ ବାନାର୍ଜୀ, ସୋଆ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନଷ୍ଟିଚ୍ୟୁଟ୍ ଅଫ ଏଗ୍ରୀକଲଚରାଲ ସାଇନସେସର ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ସୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଲର ଡିନ୍ ପ୍ରଫେସର ଏସ.ଏ.କେ. ଆଜାଦ ଏବଂ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଏଆରକୁଲର, ଏୟାର କଣ୍ଡିସନର ଏବଂ ରେଫ୍ରିଜେରେଟରର ବହୁଳ ମାତ୍ରାରେ ବ୍ୟବହାର ବୃଦ୍ଧି ପାଇଥିବାରୁ ଏହିଭଳି ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ସାମଗ୍ରୀର ବ୍ୟବହାରକୁ ନେଇ ଆମେ ବିକାଶ ଓ ଉନ୍ନତି କରୁଛୁ ବୋଲି ଭାବି ବସିଛୁ। ତେବେ ଏହି ସବୁ ସାମଗ୍ରୀରୁ ବାହାରୁଥିବା କ୍ଲୋରୋଫ୍ଲୁରୋକାର୍ବନ ଯୋଗୁ ଆଂଟାର୍କଟିକାର ଉପରିଭାଗରେ ଥିବା ଓଜନ ସ୍ତର ନଷ୍ଟ ହେବାରେ ଲାଗିଛି ଯାହାକି ପରିବେଶ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି।

୨୦୪୭ ସୁଦ୍ଧା କ୍ଲୋରୋଫ୍ଲୁରୋକାର୍ବନ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ କରିବା ପାଇଁ ୨୦୨୧ ରେ ଗ୍ଲାସଗୋ ଠାରେ ଆୟୋଜିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଭାରତ ନିଜର ସହମତି ପ୍ରକାଶ କରିଥିବା ସେ କହିଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୈଷୟିକ କ୍ଷେତ୍ରର ଅନେକ ଉନ୍ନତି ହୋଇଥିବା ବେଳେ ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌ର ବ୍ୟବହାର ଯୋଗୁଁ ନିର୍ଗତ ହେଉଥିବା ଇଲେକ୍ଟ୍ରୋ ମ୍ୟାଗନେଟିକ ରେଡିଏସନକୁ ନେଇ ମଧ୍ୟ ସେ ଉଦବେଗ ପ୍ରକାଶ କରିଛନ୍ତି। ଏଥିପାଇଁ ବର୍ତ୍ତମାନର ପିଢ଼ି ଯଦିଓ ଏତେଟା ସମସ୍ୟାରେ ନ ପଡ଼ିପାରନ୍ତି ତେବେ ଆଗାମୀ ପିଢ଼ି ସହିତ କଣ
ଘଟିବ ତାହା କହିହେବ ନାହିଁ ବୋଲି ସେ କହିଛନ୍ତି।

ଗ୍ରୀନ ହାଉସ ଗ୍ୟାସେସ୍‌, ଅସୁରକ୍ଷିତ ପରିବେଶ, ଜଳବାୟୁ ପରିବର୍ତନ, ଭୂତଳ ଜଳ ହ୍ରାସ ଏବଂ ଜଙ୍ଗଳ ନଷ୍ଟ ହେବା ପ୍ରସଙ୍ଗକୁ ନେଇ ବିଶ୍ୱ ସ୍ତରରେ ହୋଇଥିବା ଅନେକ ଗୁଡିଏ ସମ୍ମିଳନୀ ବିଷୟରେ ଆଲୋଚନା କରି ଜଷ୍ଟିସ ସ୍ଥାଲେକର ଭାରତରେ ବିଶାଳ ଆକାରରେ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ବିଷୟରେ ମତ ରଖିଥିଲେ।

ଏହି ଅବସରରେ ପ୍ରଫେସର ମହାପାତ୍ର କହିଥିଲେ ଯେ ମାନବ ସମାଜ ନିଜେ ହିଁ ପରିବେଶକୁ ନଷ୍ଟ କଲାଭଳି ପରିସ୍ଥିତି ସୃଷ୍ଟି କରୁଛି। ପ୍ରଦୂଷଣ ହିଁ ମୃତ୍ୟୁର ମୁଖ୍ୟ କାରଣ ପାଲଟି ଥିବା ବେଳେ ଆମେ ହୁଏତ ଏହା ବୁଝିପାରୁନାହୁଁ ଅଥବା ବୁଝିବାକୁ ଚାହୁଁନାହୁଁ ବୋଲି ସେ କହିଥିଲେ।

ଜଷ୍ଟିସ ସ୍ଥାଲେକର ଇନଷ୍ଟିଚ୍ୟୁଟ୍ ଅଫ ବିଜନେଜ ଆଣ୍ଡ କମ୍ପୂଟର ଷ୍ଟଡିଜ (ଆଇବିସିଏସ) ଏବଂ ଇନଷ୍ଟିଚ୍ୟୁଟ୍‌ ଅଫ ଏଗ୍ରିକଲଚରାଲ ସାଇନସେସ (ଆଏଏସ) କ୍ୟାମ୍ପସରେ ଦୁଇଟି ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ କୃଷି ସମ୍ବନ୍ଧିୟ କେତେଗୁଡିକ ପୁସ୍ତକକୁ ମଧ୍ୟ ସେ ଉନ୍ମୋଚନ କରିଥିଲେ।

ଜଷ୍ଟିସ୍ ସ୍ଥାଲେକର ପରିବେଶ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.