ପ୍ରସିଦ୍ଧ ରଂଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗଉଁତିଆ ଅସୁସ୍ଥ

Published: Dec 14, 2021, 11:30 pm IST

ଭୁବନେଶ୍ବର: ପ୍ରସିଦ୍ଧ ତଥା ଲୋକପ୍ରିୟ ଗୀତ ରଂଗବତୀର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗାଉଁତିଆ ଆଜି ଗୁରୁତର ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ତାଙ୍କ ସ୍ବାସ୍ଥ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି।

ଗଉଁତିଆ ପ୍ରସିଦ୍ଧ ରଂଗବତୀ ଗୀତ ଲେଖି ବେଶ ଲୋକପ୍ରିୟ ହୋଇପାରିଛନ୍ତି। ସେଥିପାଇଁ ତାଙ୍କୁ 2020 ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କର ଅସୁସ୍ଥ ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରେ ଆଶୁ ଆରୋଗ୍ୟ କାମନା କରାଯାଇଛି।

Related posts