ସାଂସଦ ମୁନ୍ନା ଖାନଙ୍କ ଗାଡିକୁ ଅଣ୍ଡାମାଡ, ବିରୋଧୀ ଦଳର କର୍ମୀଙ୍କ କଳାପତାକା ପ୍ରଦର୍ଶନ

Published: Dec 16, 2021, 1:35 pm IST

ଭୁବନେଶ୍ବର: ଆଜି ପୁଣି ବିରୋଧୀଙ୍କ ଅଣ୍ଡା ମାଡର ଶିକାର ହୋଇଛନ୍ତି ଆଉ ଜଣେ ସାଂସଦ। ସାଂସଦ ମୁନ୍ନା ଖାନଙ୍କ ଗାଡିକୁ ବିରୋଧୀ ଅଣ୍ଡାମାଡ କରିଛନ୍ତି। ଏହାସହିତ କଳାପତାକା ଦେଖାଇ ବିରୋଧ ମଧ୍ୟ କରାଯାଇଛି। ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗଠାରେ ସାଂସଦ ମୁନ୍ନା ଖାନ ଏବଂ ପୂର୍ବତନ ବିଜେଡ଼ି ବିଧାୟକ ବିଭୁତି ବଳବନ୍ତରାୟଙ୍କ ଗାଡିକୁ ଛାତ୍ର କଂଗ୍ରେସ ଅଣ୍ଡାମାଡ କରିଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିବା କାର୍ଯ୍ୟକ୍ରମକୁ ଉଭୟ ନେତା ଯାଉଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ସରକାରୀ କାର୍ଯ୍ୟକୁ ଦଳୀୟ ଭିତ୍ତିରେ କାର୍ଡ ବଣ୍ଟନ ହେଉଥିବା ଅଭିଯୋଗ କରି ଛତ୍ର କଂଗ୍ରେସ ଉଭୟ ନେତାଙ୍କୁ ବିରୋଧ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଏବଂ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ବିରୋଧ କରାଯାଇଛି।

ତେବେ ବିରୋଧ ପ୍ରଦର୍ଶନ ବେଳେ ବିଜେଡ଼ି କର୍ମୀ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଛି। ଏଥିରେ ଜଣେ କଂଗ୍ରେସ କର୍ମୀ ଆହାତ ହୋଇଥିବା ମାଧେ ଅଭିଯୋଗ ହୋଇଛି।

Related posts