
ନୂଆଦିଲ୍ଲୀ: ପଞ୍ଜାବର ଭାରତ ଏବଂ ପାକିସ୍ଥାନ ସୀମା ନିକଟରେ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଡ୍ରୋନକୁ ଜବତ କରିଛି। ଆଜି ବିଏସଏଫ ଏହି ସୂଚନା ଦେଇଛି। ଫିରୋଜେପୁର ସେକ୍ଟରର ୱାନ ସୀମା ପୋଷ୍ଟ ନିକଟରେ ଶୁକ୍ରବାର ରାତି ପ୍ରାୟ ୧୧.୧୦ ସମୟରେ ଚାଇନାର ନିର୍ମିତ ଡ୍ରୋନ୍କୁ ଗୁଳି କରି ଖସାଇ ଦିଆଯାଇଛି।
ଅନ୍ତର୍ଜାତୀୟ ସୀମାଠାରୁ ପ୍ରାୟ ୩୦୦ ମିଟର ଏବଂ ସୀମା ବାଡରୁ ୧୫୦ ମିଟର ଦୂରରେ କଳା ରଙ୍ଗର ଏହି ଡ୍ରୋନକୁ ଗୁଳିକରି ଖସାଇଦେଇଥିବା ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି।