Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ୱାର୍କରସ୍ ୟୁନିୟନର ୨୪ତମ ଦ୍ୱିବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ନିର୍ବାଚନ
ଆଜିର ଖବର

ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ୱାର୍କରସ୍ ୟୁନିୟନର ୨୪ତମ ଦ୍ୱିବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

December 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ୱାର୍କରସ୍ ୟୁନିୟନର ୨୪ତମ ଦ୍ୱିବାର୍ଷିକୀ ସାଧାରଣ ସଭା ସ୍ଥାନୀୟ ଲୋହିଆ ଏକାଡ଼େମୀ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ସୁବାସ ସିଂ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହ ନିଜ ବକ୍ତବ୍ୟ ମାଧ୍ୟମରେ ଅବହେଳିତ କର୍ମଚାରୀ ଓ ଶ୍ରମିକଶ୍ରେଣୀ ନିଜ ନ୍ୟାର୍ଯ୍ୟପ୍ରାପ୍ୟ ହାସଲ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଲଢେଇ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ। ହାଉସିଂ ବୋର୍ଡ଼ର ସମସ୍ତ ୱାର୍କଚାର୍ଜଡ୍ ଓ ୱାର୍କମେଟ୍ କର୍ମଚାରୀମାନେ ଗ୍ରାଚୁଇଟି ଆକ୍ଟ-୧୯୭୨ର ନିୟମ ଅନୁଯାୟୀ ଯେପରି ନିଜର ଗ୍ରାଚୁଇଟି ପ୍ରାପ୍ୟ ପାଇପାରିବେ, ଅବିଚ୍ଛିନ୍ନ ଭାବେ ୨୭ବର୍ଷରୁ ଉର୍ଦ୍ଧ୍ୱ ସଂସ୍ଥାରେ କାମ କରୁଥିବା ୱାର୍କମେଟ କର୍ମଚାରୀମାନେ ଯେପରି ୱାର୍କଚାର୍ଜ କର୍ମଚାରୀ ରୂପେ ପରିଗଣିତ ହୋଇପାରିବେ ଓ ସଂସ୍ଥାରେ ଖାଲିଥିବା ପଦବୀ ଗୁଡ଼ିକୁ ୱାର୍କଚାର୍ଜଡ଼ କର୍ମଚାରୀମାନଙ୍କ ମଧ୍ୟରୁ ବରିଷ୍ଠତା ଭିତ୍ତିରେ ପୂରଣ ପାଇଁ ସଂସ୍ଥାର ପରିଚାଳନା କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ପ୍ରକାଶ କରିଥିଲେ। ୟୁନିୟନର ଉପସଭାପତି ତପନ କୁମାର ପଟ୍ଟନାୟକ ଏହି ସମ୍ମିଳନୀରେ ସଭାପତିତ୍ୱ କରିଥିଲେ।

ସମ୍ମିଳନୀର ଦ୍ୱିତୀୟାର୍ଦ୍ଧରେ ଆଗାମୀ ଦୁଇବର୍ଷ ପାଇଁ ୟୁନିୟନର ନୂତନ କର୍ମକର୍ତ୍ତା ମଣ୍ଡଳୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତିକ୍ରମେ ସୁଦୀପ ନାରାୟଣ ମହାନ୍ତି ନିର୍ବାଚନ ଅଧିକାରୀ ଭାବେ ଏହି ନିର୍ବାଚନକୁ ପରିଚାଳନା କରିଥିଲେ। ୟୁନିୟନର ନୂତନ ସଭାପତି ଭାବେ ମାନ୍ୟବର ସାଂସଦ ସୁବାସ ସିଂ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଶ୍ରୀନିବାସ ମିଶ୍ର, ସାଧାରଣ ସମ୍ପାଦକ ଧ୍ରୁବଚରଣ ବେହେରା, ସହ ସମ୍ପାଦକ ସ୍ୱାଧୀନ କୁମାର ଶିଶୁଗୋସ୍ୱାମୀ, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ କୁମାର ବଳିୟାରସିଂହ, କୋଷାଧ୍ୟକ୍ଷ ଇନ୍ଦ୍ରମଣି ପାଣି ଓ କାର୍ଯ୍ୟନର୍ବାହୀ ସଦସ୍ୟ ଭାବେ ସର୍ବଶ୍ରୀ ପ୍ରଭାସ ଫୁଲଣ୍ଟନ, ସୁଦୀପ ନାରାୟଣ ମହାନ୍ତି, ପ୍ରହଲ୍ଲାଦ ଆଚାର୍ଯ୍ୟ, ଅଞ୍ଜନ କୁମାର ସାମଲ, ଗୀତାରାଣି ସାହୁ, ପ୍ରଫୁଲ୍ଲ କୁମାର ସାମଲ, ସୁରେଶ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ନିର୍ବାଚିତ ହୋଇଥିଲେ।

ନୂତନ ସଭାପତି ଓ ସାଧାରଣ ସମ୍ପାଦକ ଉପସ୍ଥିତ ଥିବା ସମସ୍ତ ସଭ୍ୟସଭ୍ୟାଙ୍କୁ ଧନ୍ୟବାଦ ଦେବା ସହିତ କଟକ, ପୁରୀ ଓ ରାଉରକେଲା ପ୍ରଭୃତି ଦୂରଦୂରାନ୍ତ ଅଫିସ୍‌ରୁ ସଭ୍ୟସଭ୍ୟାମାନେ ଆସି ଯୋଗ ଦେଇ ସମ୍ମିଳନୀକୁ ସଫଳ କରିଥିବାରୁ ୟୁନିୟନ ତରଫରୁ କୃତଜ୍ଞତା ଜଣାଇଥିଲେ।

କର୍ମକର୍ତ୍ତା ନିର୍ବାଚନ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026
Latest News

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

March 24, 2026

ଇରାନ ଯୁଦ୍ଧ କେବେ ଶେଷ ହେବ?: ଦିନ ଧାର୍ଯ୍ୟ କଲା ଆମେରିକା, ମଧ୍ୟସ୍ଥତା କରିବ ପାକିସ୍ତାନ

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.