Categories
ଆଞ୍ଚଳିକ

ରଣପୁର ବାର ଆସୋସିଏସନରେ କର୍ମକର୍ତ୍ତା ନିର୍ବାଚନ

ରଣପୁର; ରଣପୁର ବାର ଆସୋସିଏସନ ତରଫରୁ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ସରିଥିବା ବେଳେ ଏହାର ଫଳାଫଳ ମଧ୍ୟ ଘୋଷଣା ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବେ ବରିଷ୍ଠ ଆଇନଜିବୀ ଗିରିଜାକାନ୍ତ ମହାପାତ୍ର, ଉପ-ସଭାପତି ଭାବେ ସୁକାନ୍ତ କୁମାର ପଟ୍ଟନାୟକ, ସମ୍ପାଦକ ଭାବେ ସତ୍ୟରଞ୍ଜନ ମତା, ସହ-ସମ୍ପାଦକ ଭାବେ ଉମେଶ ରଞ୍ଜନ ସାହୁ, ଲାଇବ୍ରେରିଆନ ଭାବେ ସ୍ୱଦେଶ ରଞ୍ଜନ ସେନାପତି, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ଦାସ ନିର୍ବାଚିତ ହୋଇଥିବା ଜଣାଯାଇଛି।

ଉକ୍ତ ନିର୍ବାଚନକୁ ରଣପୁର କୋର୍ଟର ସରକାରୀ ଓକିଲ ଗିରିଜା ଶଙ୍କର ସାମନ୍ତରାୟ ସୁଚାରୁରୂପେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର ଓକିଲ ସଙ୍ଘର ସରିଲା କର୍ମକର୍ତ୍ତା ନିର୍ବାଚନ, ଜାଣନ୍ତୁ କିଏ ହେଲେ ସଭାପତି, ସମ୍ପାଦକ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ସାରା ଓଡ଼ିଶାରେ ରାଜ୍ୟ ଓକିଲ ସଂଘର ନିର୍ବାଚନ ଏକା ସମୟରେ ହେଉଥିବା ବେଳେ ଅନୁରୂପ ଭାବେ ବାଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ସକାଳ ୮ ଘଟିକା ଠାରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକାରେ ସମାପ୍ତ ହୋଇଥିଲା।

ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଓକିଲ ବନ୍ଧୁମାନଙ୍କୁ ନିଜ ସପକ୍ଷରେ ମତ ଦେବାକୁ ଘରକୁ ଘର ବୁଲି ବିଭିନ୍ନ ପ୍ରକାର ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ଚାରି ଘଟିକାରେ ଗଣତି ଆରମ୍ଭ କରାଯାଇ ଫଳ ପ୍ରକାଶ ପାଇଥିଲା।

ଚଳିତ ନିର୍ବାଚନରେ ସଙ୍ଘର ସମୁଦାୟ ୧୨୨ ଜଣ ଆଇନଜୀବୀ ସେମାନଙ୍କର ଭୋଟ ଦେଇଥିବା ବେଳେ ସଭାପତି ଭାବରେ ବରିଷ୍ଠ ଆଇନଜୀବି ବୃନ୍ଦାବନ ପ୍ରଧାନ ୭୯ ଖଣ୍ଡ ଭୋଟ, ଉପ ସଭାପତି ଭାବରେ ପଦ୍ମଜା ପଟ୍ଟନାୟକ ୭୩ ଖଣ୍ଡ ଭୋଟ, ସାଧାରଣ ସମ୍ପାଦକ ଭାବରେ ସୁଧୀର କୁମାର ପ୍ରଧାନ ୮୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ସେହିଭଳି ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ, କାର୍ଯ୍ୟକାରୀ ସଭ୍ୟ ଭାବରେ ଦେବବ୍ରତ ବଡ଼ଜେନା, ପ୍ରଦୀପ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ମହାନ୍ତି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ।

ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ସୁଧୀର କୁମାର ପ୍ରଧାନ ନିର୍ବାଚିତ ହେଲା ପରେ ସମସ୍ତ ଆଇନଜୀବୀ ମାନଙ୍କୁ ନେଇ କାର୍ଯ୍ୟ କରିବା ସହ ବାଣପୁର ଆଡିଶନାଲ ଜିଲ୍ଲା କୋର୍ଟ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି।

ଉକ୍ତ ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବରେ ଜଗଦୀଶ ପଟ୍ଟନାୟକ ଏବଂ ସହ ନିର୍ବାଚନ ଅଧିକାରୀ ଭାବେ ରଞ୍ଜନ ବେଦମତ୍ତା ଓ ନିରୋଜ କୁମାର ମହାନ୍ତି ନିର୍ବାଚନ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଓୟୁଜେ ରେଢ଼ାଖୋଲ ୟୁନିଟ୍ ର ତ୍ରୈମାସିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ରେଢ଼ାଖୋଲ: ଆଜି ରେଢ଼ାଖୋଲ ଡାକବଙ୍ଗଳା ଠାରେ ଓୟୁଜେ ରେଢ଼ାଖୋଲ ୟୁନିଟ୍ ର ତ୍ରୈମାସିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।

ସଂଘର ବରିଷ୍ଠ ସଭ୍ୟ ଜୟନ୍ତ କୁମାର ଖଡ଼ିରତ୍ନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମୟ ର ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଦୁର୍ଘଟଣାରେ ମ୍ରୁତ୍ୟୁ ହୋଇଯାଇଥିବାରୁ ତାଙ୍କର ଆତ୍ମାର ସଦ୍ ଗତି କାମନା ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଏଥିରେ ଶରତ କୁମାର ପ୍ରଧାନ ସଭାପତି, ତପନ କୁମାର ବିଶ୍ବାଳ ଉପସଭାପତି, ଶଙ୍କର ପ୍ରୁଷ୍ଟି, ସଂପାଦକ ସରୋଜ୍ ରାଉତ, କୋଷାଧ୍ୟକ୍ଷ ପ୍ରଶନ୍ନ କୁମାର ପ୍ରଧାନ, ସହ ସଂପାଦକ ଅନୀଲ କୁମାର ପ୍ରୁଷ୍ଟି ସାଂଗଠନିକ ସଂଯୋଜକ ଭାବରେ ମନୋନୀତ କରାଯାଇଥିଲା।

ଏହି ବୈଠକରେ ସାମ୍ବାଦିକ ଜୟନ୍ତ କୁମାର ଖଡ଼ିରତ୍ନ, କନ୍ଦର୍ପ ବେହେରା, ରମାକାନ୍ତ ମହାନନ୍ଦ, ସରୋଜ କୁମାର ସାହୁ, ଅରୁଣ କୁମାର ପ୍ରଧାନ, ରଶ୍ମିତା ରାଉତ ପ୍ରମୁଖ ଯୋଗଦେଇଥିଲେ। ଶେଷର ସୁଶାନ୍ତ କୁମାର ନାଗ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ୱାର୍କରସ୍ ୟୁନିୟନର ୨୪ତମ ଦ୍ୱିବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ୱାର୍କରସ୍ ୟୁନିୟନର ୨୪ତମ ଦ୍ୱିବାର୍ଷିକୀ ସାଧାରଣ ସଭା ସ୍ଥାନୀୟ ଲୋହିଆ ଏକାଡ଼େମୀ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ସୁବାସ ସିଂ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହ ନିଜ ବକ୍ତବ୍ୟ ମାଧ୍ୟମରେ ଅବହେଳିତ କର୍ମଚାରୀ ଓ ଶ୍ରମିକଶ୍ରେଣୀ ନିଜ ନ୍ୟାର୍ଯ୍ୟପ୍ରାପ୍ୟ ହାସଲ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଲଢେଇ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ। ହାଉସିଂ ବୋର୍ଡ଼ର ସମସ୍ତ ୱାର୍କଚାର୍ଜଡ୍ ଓ ୱାର୍କମେଟ୍ କର୍ମଚାରୀମାନେ ଗ୍ରାଚୁଇଟି ଆକ୍ଟ-୧୯୭୨ର ନିୟମ ଅନୁଯାୟୀ ଯେପରି ନିଜର ଗ୍ରାଚୁଇଟି ପ୍ରାପ୍ୟ ପାଇପାରିବେ, ଅବିଚ୍ଛିନ୍ନ ଭାବେ ୨୭ବର୍ଷରୁ ଉର୍ଦ୍ଧ୍ୱ ସଂସ୍ଥାରେ କାମ କରୁଥିବା ୱାର୍କମେଟ କର୍ମଚାରୀମାନେ ଯେପରି ୱାର୍କଚାର୍ଜ କର୍ମଚାରୀ ରୂପେ ପରିଗଣିତ ହୋଇପାରିବେ ଓ ସଂସ୍ଥାରେ ଖାଲିଥିବା ପଦବୀ ଗୁଡ଼ିକୁ ୱାର୍କଚାର୍ଜଡ଼ କର୍ମଚାରୀମାନଙ୍କ ମଧ୍ୟରୁ ବରିଷ୍ଠତା ଭିତ୍ତିରେ ପୂରଣ ପାଇଁ ସଂସ୍ଥାର ପରିଚାଳନା କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ପ୍ରକାଶ କରିଥିଲେ। ୟୁନିୟନର ଉପସଭାପତି ତପନ କୁମାର ପଟ୍ଟନାୟକ ଏହି ସମ୍ମିଳନୀରେ ସଭାପତିତ୍ୱ କରିଥିଲେ।

ସମ୍ମିଳନୀର ଦ୍ୱିତୀୟାର୍ଦ୍ଧରେ ଆଗାମୀ ଦୁଇବର୍ଷ ପାଇଁ ୟୁନିୟନର ନୂତନ କର୍ମକର୍ତ୍ତା ମଣ୍ଡଳୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତିକ୍ରମେ ସୁଦୀପ ନାରାୟଣ ମହାନ୍ତି ନିର୍ବାଚନ ଅଧିକାରୀ ଭାବେ ଏହି ନିର୍ବାଚନକୁ ପରିଚାଳନା କରିଥିଲେ। ୟୁନିୟନର ନୂତନ ସଭାପତି ଭାବେ ମାନ୍ୟବର ସାଂସଦ ସୁବାସ ସିଂ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଶ୍ରୀନିବାସ ମିଶ୍ର, ସାଧାରଣ ସମ୍ପାଦକ ଧ୍ରୁବଚରଣ ବେହେରା, ସହ ସମ୍ପାଦକ ସ୍ୱାଧୀନ କୁମାର ଶିଶୁଗୋସ୍ୱାମୀ, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ କୁମାର ବଳିୟାରସିଂହ, କୋଷାଧ୍ୟକ୍ଷ ଇନ୍ଦ୍ରମଣି ପାଣି ଓ କାର୍ଯ୍ୟନର୍ବାହୀ ସଦସ୍ୟ ଭାବେ ସର୍ବଶ୍ରୀ ପ୍ରଭାସ ଫୁଲଣ୍ଟନ, ସୁଦୀପ ନାରାୟଣ ମହାନ୍ତି, ପ୍ରହଲ୍ଲାଦ ଆଚାର୍ଯ୍ୟ, ଅଞ୍ଜନ କୁମାର ସାମଲ, ଗୀତାରାଣି ସାହୁ, ପ୍ରଫୁଲ୍ଲ କୁମାର ସାମଲ, ସୁରେଶ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ନିର୍ବାଚିତ ହୋଇଥିଲେ।

ନୂତନ ସଭାପତି ଓ ସାଧାରଣ ସମ୍ପାଦକ ଉପସ୍ଥିତ ଥିବା ସମସ୍ତ ସଭ୍ୟସଭ୍ୟାଙ୍କୁ ଧନ୍ୟବାଦ ଦେବା ସହିତ କଟକ, ପୁରୀ ଓ ରାଉରକେଲା ପ୍ରଭୃତି ଦୂରଦୂରାନ୍ତ ଅଫିସ୍‌ରୁ ସଭ୍ୟସଭ୍ୟାମାନେ ଆସି ଯୋଗ ଦେଇ ସମ୍ମିଳନୀକୁ ସଫଳ କରିଥିବାରୁ ୟୁନିୟନ ତରଫରୁ କୃତଜ୍ଞତା ଜଣାଇଥିଲେ।