କରୋନା ଅପଡେଟ୍: ଦେଶରେ ସାମାନ୍ୟ ହ୍ରାସ ହେଲା ସଂକ୍ରମଣ, ୨୪ ଘଣ୍ଟାରେ ୧୩୨ ମୃତ

Published: Dec 20, 2021, 10:43 am IST
corona

ନୂଆଦିଲ୍ଲୀ: ଗତକାଲି ଦେଶରୁ ୭ ହଜାର ୮୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ଆଜି ୬ ହଜାର ୫୬୩ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୩୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୪୬ ହଜାର ୮୬୮ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୭ ହଜାର ୫୫୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୮୭ ହଜାର ୧୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୮୨ ହଜାର ୨୬୭ ଆକ୍ଟିଭ୍‌ କେସ୍ ରହିଛି।

Related posts