ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଏହି ଷ୍ଟେସନରେ ରହଣି କରିବ ନାହିଁ ରାଉରକେଲା-ପୁରୀ ଏକ୍ସପ୍ରେସ

Published: Dec 20, 2021, 1:11 pm IST

ଭୁବନେଶ୍ଵର: ତୃତୀୟ ଓ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ପାଇଁ ଶାଳଗାଁ ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ ହେବ। ସେଥିପାଇଁ ଶାଳଗାଁ ଷ୍ଟେସନ ଠାରେ ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ତିନି ଦିନ ପାଇଁ ରହଣି କରିବ ନାହିଁ।

18105/18106 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ 21.12.2021 ରୁ 23.12.2021 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଶାଳଗାଁ ଷ୍ଟେସନ ଠାରେ ରହଣି କରିବ ନାହିଁ।

ଶାଳଗାଁ ଷ୍ଟେସନ ଠାରେ ଏହି ଟ୍ରେନ ରେ ଯାତ୍ରା କରିବାକୁ ଥିବା କିମ୍ବା ଓହ୍ଲାଇବାକୁ ଥିବା ଯାତ୍ରୀମାନେ ଚରବାଟିଆ କିମ୍ବା ନର୍ଗୁଣ୍ଡି ଷ୍ଟେସନ୍ ବ୍ୟବହାର କରିପାରିବେ।

Related posts