ଭୁବନେଶ୍ଵର ସୁବାଷ ନଗର ବସ୍ତିର ଉଚ୍ଛେଦ ବିରୋଧରେ ଆନ୍ଦୋଳନ କରିବ ରାଜ୍ୟ ମହିଳା କଂଗ୍ରେସ

Published: Dec 20, 2021, 10:03 pm IST

ଭୁବନେଶ୍ୱର: ଆଜିକୁ ୧୩ ଦିନ ହେବ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାଡ ନଂ- ୬୫ ଡୁମୁଡୁମା ହାଉସିଂବୋର୍ଡ ଫେଜ-୧, ସୁବାଷବୋଷ ନଗର ବସ୍ତି ବାସିନ୍ଦାମାନେ ରାଜ୍ୟ ସରକାର ଦ୍ଵାରା ବେଆଇନ ବସ୍ତି ଉଚ୍ଛେଦକୁ ବିରୋଧ କରି ଦିବାରାତ୍ର ଧାରଣାରେ ବସିଛନ୍ତି ।

ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ଅନୁରୋଧ କ୍ରମେ ଭୁବନେଶ୍ଵର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କୁ ସଂଗରେ ଧରି ଆନ୍ଦୋଳନ ଶିବିରରେ ପଂହଚିଥିଲେ।

୧୩ଦିନ ଧରି ଆନ୍ଦୋଳନକାରୀ ଶୀତକାକରେ ପଡ଼ି ଆନ୍ଦୋଳନ ଜାରି ରଖୁଥିବାରୁ ଶ୍ରୀମତୀ ପରିଡ଼ା ପ୍ରଥମେ ଆନ୍ଦୋକାରୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ଭାଷଣ ଆରମ୍ଭ କରିଥିଲେ । ୩୦ ବର୍ଷ ଧରି ଏ ବସ୍ତିର ବାସିନ୍ଦାମାନେ ଏଠାରେ ରହି ଆସୁଥିବା ସହ ବିଏମସି ଓ ନଗର ଉନ୍ନୟନ ଦ୍ବାରା ଘୋଷିତ ହୋଇଥିବା ସ୍ଥାୟୀ ବସ୍ତି ତାଲିକାରେ ସ୍ଥାନ ପାଇଛି । ଯଦି ଏହା ଉଚ୍ଛେଦ କରାଯାଏ ତେବେ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି।

Related posts