Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ମିଶିଲେ ଭୁବନେଶ୍ବରର ଶତାଧିକ ବିଜେପି କର୍ମୀ

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖ ଭବନ ଠାରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ଦାସ ଓ ଶ୍ରୀ ପଣ୍ଡା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସ ଓ ଶ୍ରୀ ପଣ୍ଡା କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାପତି ଛବି ସ୍ୱାଇଁ, ଲିଙ୍ଗରାଜ ମଣ୍ଡଳର ପୂର୍ବତନ ବିଜେପି ଯୁବ ମୋର୍ଚ୍ଚା ସଭାପତି ଗୋପାଳ ମକଦମ, ବିଜେପି ଖଣ୍ଡଗିରି ମଣ୍ଡଳ ସମ୍ପାଦକ ମନୋଜ ଦୋରା, ବିଜେପି ଲିଙ୍ଗରାଜ ମଣ୍ଡଳର ପୂର୍ବତନ ସମ୍ପାଦକ ଓ ପୂର୍ବତନ ଉପସଭାପତି ଅମରେନ୍ଦ୍ର ଗରାବଡୁ, ସସ୍ମିତା ସାହୁ, ଭାରତୀ ସେଠୀ, ପ୍ରତାପ ସ୍ୱାଇଁ, ସନ୍ତୋଷ କୁମାର ମହାନ୍ତି, ରଞ୍ଜିତା ବାଲିଆ, ଆରତୀ ମହାରଣା, ଉର୍ମିଳା ମାଝୀ, ସତ୍ୟଭାମା ସ୍ୱାଇଁ, ଶାନ୍ତି ବାରିକ, ଗାୟତ୍ରୀ ରାୟ, ଦେବରାଜ କବିଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍‌ ହୋଇଥିଲୋ ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ୧୫୯ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ୧୫୯.୨୯ କୋଟି ଟଙ୍କା ବ୍ୟୟରେ ୪ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏକାମ୍ର ନିର୍ବାଚନମଣ୍ଡଳୀର ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହିସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଛନ୍ତି। ପ୍ରକଳ୍ପ ଗୁଡିକ ମଧ୍ୟରେ ୭୭.୭୪ କୋଟି ଟଙ୍କା ବ୍ୟୟରେ ଧଉଳି ଓ ଟିକରପଡା ଠାରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ, ୨୨ କୋଟି ଟଙ୍କା ବ୍ୟୟରେ ଲିଙ୍ଗିପୁର, ଇଟିପୁର ଓ ଟିକରପଡା ଗ୍ରାମପଞ୍ଚାୟତର ଦୟା ଡାହାଣ ପାର୍ଶ୍ବ ନଦୀବନ୍ଧରେ ଦୁଇ ଥାକିଆ ରାସ୍ତା ନିର୍ମାଣ ପ୍ରକଳ୍ପ ରହିଛି।

ସେହିପରି ୪୨.୫୫ କୋଟି ଟଙ୍କା ବ୍ୟୟରେ ବାସୁଆଘାଇର କାମେନା ଠାରେ ୬ଟି ଗ୍ରାମ ପଞ୍ଚାୟତ ବାସୀଙ୍କ ପାଇଁ ବୃହତ ପାଇପ ଜଳଯୋଗାଣ ପ୍ରକଳ୍ପ ଏବଂ ୧୭ କୋଟି ଟଙ୍କା ବ୍ୟୟରେ ଇଟିପୁର ଗ୍ରାମପଞ୍ଚାୟତରେ ଏକ ନୂତନ ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ନିର୍ମାଣ ପ୍ରକଳ୍ପ ରହିଛି।

ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏକାମ୍ର ନିର୍ବାଚନମଣ୍ଡଳୀର ଅଞ୍ଚଳବାସୀ ବହୁଳ ଭାବରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵର ସୁବାଷ ନଗର ବସ୍ତିର ଉଚ୍ଛେଦ ବିରୋଧରେ ଆନ୍ଦୋଳନ କରିବ ରାଜ୍ୟ ମହିଳା କଂଗ୍ରେସ

ଭୁବନେଶ୍ୱର: ଆଜିକୁ ୧୩ ଦିନ ହେବ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାଡ ନଂ- ୬୫ ଡୁମୁଡୁମା ହାଉସିଂବୋର୍ଡ ଫେଜ-୧, ସୁବାଷବୋଷ ନଗର ବସ୍ତି ବାସିନ୍ଦାମାନେ ରାଜ୍ୟ ସରକାର ଦ୍ଵାରା ବେଆଇନ ବସ୍ତି ଉଚ୍ଛେଦକୁ ବିରୋଧ କରି ଦିବାରାତ୍ର ଧାରଣାରେ ବସିଛନ୍ତି ।

ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ଅନୁରୋଧ କ୍ରମେ ଭୁବନେଶ୍ଵର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କୁ ସଂଗରେ ଧରି ଆନ୍ଦୋଳନ ଶିବିରରେ ପଂହଚିଥିଲେ।

୧୩ଦିନ ଧରି ଆନ୍ଦୋଳନକାରୀ ଶୀତକାକରେ ପଡ଼ି ଆନ୍ଦୋଳନ ଜାରି ରଖୁଥିବାରୁ ଶ୍ରୀମତୀ ପରିଡ଼ା ପ୍ରଥମେ ଆନ୍ଦୋକାରୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ଭାଷଣ ଆରମ୍ଭ କରିଥିଲେ । ୩୦ ବର୍ଷ ଧରି ଏ ବସ୍ତିର ବାସିନ୍ଦାମାନେ ଏଠାରେ ରହି ଆସୁଥିବା ସହ ବିଏମସି ଓ ନଗର ଉନ୍ନୟନ ଦ୍ବାରା ଘୋଷିତ ହୋଇଥିବା ସ୍ଥାୟୀ ବସ୍ତି ତାଲିକାରେ ସ୍ଥାନ ପାଇଛି । ଯଦି ଏହା ଉଚ୍ଛେଦ କରାଯାଏ ତେବେ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି।