Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡ଼ିରେ ଯୋଗଦେଲେ ପୂର୍ବତନ ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ଅମୀୟ ଦାସ
ଆଜିର ଖବର

ବିଜେଡ଼ିରେ ଯୋଗଦେଲେ ପୂର୍ବତନ ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ଅମୀୟ ଦାସ

May 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ଉପସଭାପତି ଅମୀୟ ଦାସଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସମସ୍ତ ନେତା ଓ କର୍ମକର୍ତ୍ତାଙ୍କୁ ଡକ୍ଟର ପାତ୍ର, ଶ୍ରୀ ପଣ୍ଡା, ଶ୍ରୀ ରାଉତ ଓ ଶ୍ରୀମତୀ ଦାସ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ଭୁବନେଶ୍ୱର ଏକାମ୍ରରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ପଣ୍ଡା, ଶ୍ରୀ ରାଉତ ଓ ଶ୍ରୀମତୀ ଦାସ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଅମୀୟ ଦାସ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ଶେଷଶେଖର ଗରାବଡୁ, ଅଜୟ ଜେନା, ବିଷ୍ଣୁପ୍ରସାଦ ନନ୍ଦ, ଅଞ୍ଚଳ ବଟୁ, ଶରତ ମହାପାତ୍ର, ଆଶୁତୋଷ ନନ୍ଦ, ଅନିକେତ ବଟୁ, ଆଦର୍ଶ ପଟ୍ଟନାୟକ, ରାକେଶ ଚମ୍ପତି, ଚିନ୍ମୟ ପ୍ରଧାନ, ରଙ୍କନିଧି ଦେହୁରୀ, ଶିଶିର ପାହାଡସିଂହ, ଶେଖ୍ ରେହମତ ତୁଲ୍ଲା, ପ୍ରଶାନ୍ତ ଜେନା, ମନୋରଂଜନ ବଟ୍ଟୁ, ସୁଷମା କମଲା, ବୈଜୟନ୍ତୀ ତ୍ରିପାଠୀ, ସନ୍ତୋଷ କମାଲ, ଆନନ୍ଦ ମଲ୍ଲିକ, ସମ୍ବିତ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ରଶ୍ମୀରଂଜନ ରାୟ, କାଶୀ ଗୌଡ, ଦୀପ୍ତିରଂଜନ ଲେଙ୍କା, ଜଗନ୍ନାଥ ନାୟକ, ରବି ନାରାୟଣ ଦାସ, ତୁଷାରରଂଜନ ସାହୁ, ସୁନୀଲ ସ୍ୱାଇଁ, ଚନ୍ଦନ ଗୌଡ, ରତ୍ନମଂଜରୀ ସାହୁ, ନିଲୁ ଜେନା, ସୁନିଲ ସାହୁ, ପ୍ରଦୀପ୍ତ କୁମାର ପଟ୍ଟନାୟକ, ପ୍ରଣବ କିଶୋର ଷଡଙ୍ଗୀ, ସୂରଜ କୁମାର ସାମନ୍ତରାୟ, ସଂଗ୍ରାମ ସିଂ, ସ୍ୱରୁପ ନାୟକ, ବିରେନ୍ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ତାପସ କୁମାର ସାମଲ, ପ୍ରଭାତ ପଣ୍ଡା, ଶ୍ରୀନିବାସ ବେହେରା, ଜୟନ୍ତ ନାୟକ, ରାଜେଶ ସାମନ୍ତରାୟ, ବୁଲୁ ଚୌଧୁରୀ, ଚିନ୍ମୟ ସାମନ୍ତରାୟ, ଶଂକୁନର କହଁର, ପୂର୍ଣ୍ଣଚନ୍ଦ୍ର ସାହୁ, ଭାଗ୍ୟଶ୍ରୀ ଜେନା, ଦେବୀପ୍ରସାଦ ଜେନା, ଆଦିତ୍ୟ କଂହର, ଶରତ ପ୍ରଧାନ, ଶୁଭଶ୍ରୀ ସାମନ୍ତରାୟ, ସଂଜୟ ପରିଡା, ପ୍ରତ୍ୟେଷ କଂହର, ମନୋରଂଜନ କୁଣ୍ଡୁ, ସରୋଜ କୁମାର ପଟ୍ଟନାୟକ, ବ୍ରଜ ନାୟକ, ମାନସ ସ୍ୱାଇଁ, ସୁବଳ ଚନ୍ଦ୍ର, ବବୁଲ୍ ପଟ୍ଟନାୟକ, ରାଶେକ ମହାରଣା ଓ ଅଭିଶେଖ ଠାକୁରଙ୍କ ସମେତ ବହୁ କର୍ମକର୍ତ୍ତା ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ଅମୀୟ ଦାସ ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ପାରିବାରିକ ଗଣ୍ଡଗୋଳରୁ ବୋମାମାଡ଼: ଭାଇର ବୋମାରେ ଭାଇ ମୃତ, ଜଣେ ଗୁରୁତର

September 16, 2026

ସାହି ବିବାଦରୁ ରକ୍ତପାତ: ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

September 16, 2026

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026
Latest News

ପାରିବାରିକ ଗଣ୍ଡଗୋଳରୁ ବୋମାମାଡ଼: ଭାଇର ବୋମାରେ ଭାଇ ମୃତ, ଜଣେ ଗୁରୁତର

September 16, 2026

ପରିବାର ସହ Bali Trip ପ୍ଲାନ୍‌ କରୁଛନ୍ତି କି? IRCTCର ଏହି ପ୍ୟାକେଜ୍‌ ଥରେ ଦେଖନ୍ତୁ

September 16, 2026

ସାହି ବିବାଦରୁ ରକ୍ତପାତ: ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

September 16, 2026

ଫେଷ୍ଟିଭାଲ୍‌ରେ ଲାଉଡ୍ ସାଉଣ୍ଡ! କାନ ସହ ହୃଦୟ ଉପରେ ବି ପଡ଼ିପାରେ ପ୍ରଭାବ

September 16, 2026

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.