Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି ପାଇଁ ଆବେଦନ ପତ୍ର ଆହ୍ୱାନ: ୧୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି ପାଇଁ ଆବେଦନ ପତ୍ର ଆହ୍ୱାନ: ୧୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ

December 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବଇ: ଭାରତର ଭବିଷ୍ୟତର ପ୍ରଯୁକ୍ତି ନେତୃତ୍ୱ ସମ୍ଭାବନା ଥିବା ଛାତ୍ରଛାତ୍ରୀଙ୍କୁ ପରିପୋଷଣ କରିବା ନିମନ୍ତେ ଏକ ଅଗ୍ରଣୀ ପ୍ରୟାସ ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି (ସ୍କଲାରସିପ୍‌) ସଂପ୍ରତି ଆବେଦନପତ୍ର ଆହ୍ୱାନ କରୁଛି। ରିଲାଏନ୍ସ ଫାଉଣ୍ଡେସନ ଏଥିରେ ୧୦୦ ଜଣ ସବୁଠାରୁ ମେଧାବୀ ଅନୁସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ଉଦାର ଆର୍ଥିକ ଅନୁଦାନ ଏବଂ ମଜଭୁତ ବିକାଶମୂଳକ କାର୍ଯ୍ୟକ୍ରମ ଜରିଆରେ ସହାୟତା ଯୋଗାଇଦେବ, ଯାହା ସେମାନଙ୍କୁ ସାମାଜିକ କଲ୍ୟାଣ ନିମନ୍ତେ ସେମାନଙ୍କର କୁଶଳତାରେ ଅଭିବୃଦ୍ଧି ଘଟାଇବାରେ ସହାୟକ ହେବ। ଭାରତର ବୈଷୟିକ ବିକାଶରେ ରିଲାଏନ୍ସ ଫାଉଣ୍ଡେସନ୍ ବୃତ୍ତିଧାରକମାନେ ଆଗରେ ରହିବା ଏବଂ ନେତୃତ୍ୱ ନେବାର ସୁଯୋଗ ନେଇପାରିବେ। ଆର୍ଟିଫିସିଆଲ ଇଂଟେଲିଜେନ୍ସ, କଂପ୍ୟୁଟର ବିଜ୍ଞାନ, ଗଣିତ ଓ କଂପ୍ୟୁଟିଂ, ଇଲେକ୍ଟ୍ରିକାଲ ବା ଇଲେକଟ୍ରୋନିକ୍ସି ଇଞ୍ଜିନିୟରିଂରେ ପାଂଚ ବର୍ଷୀୟ ଡିଗ୍ରୀ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଅନୁସ୍ନାତକ (ଅଣ୍ଡର ଗ୍ରାଜୁଏଟ୍‌) ଏବଂ ସ୍ନାତକୋତ୍ତରରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଏହି କାର୍ଯ୍ୟକ୍ରମରେ ୬୦ ଜଣ ପର୍ଯ୍ୟନ୍ତ ଅନୁସ୍ନାତକ ଛାତ୍ରଛାତ୍ରୀଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରାଯିବା ବ୍ୟବସ୍ଥା ରହିଥିବା ବେଳେ ୪୦ ଜଣ ପର୍ଯ୍ୟନ୍ତ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ସେମାନଙ୍କ ଅଧ୍ୟୟନ କାଳରେ ପ୍ରଦାନ କରାଯିବ। ରିଲାଏନ୍ସ ଫାଉଣ୍ଡେସନ ମଧ୍ୟ ବିଶାରଦମାନଙ୍କ ସହିତ ଭାବ ବିନିମୟ, ଶିଳ୍ପ ସହିତ ପରିଚିତି ଏବଂ ସ୍ୱେଚ୍ଛାକୃତ ପ୍ରୟାସ ସମେତ ଅନନ୍ୟ ସାମଗ୍ରିକ ବିକାଶମୂଳକ କାର୍ଯ୍ୟକ୍ରମ ଜରିଆରେ ଏହି ଉଜ୍ଜ୍ୱଳ ମେଧାବୀମାନଙ୍କର ପରିପୋଷଣ ଏବଂ ସମର୍ଥନ କରିବ। ଏହାଦ୍ୱାରା ପ୍ରତିବର୍ଷ ଅନନ୍ୟ ଉତ୍କର୍ଷର ଏକ ବର୍ଗ ସୃଷ୍ଟିର ସୁଯୋଗ ଯୋଗାଇ ଦେବ। ଏହି ବୃତ୍ତି ପାଇଁ ଆବେଦନ କରିବାକୁ କୌଣସି ଦେୟ ରଖାଯାଇନାହିଁ। ସମାଜ କଲ୍ୟାଣ ଏବଂ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା କ୍ଷେତ୍ରରେ ଏକ କର୍ପୋରେଟ ଦ୍ୱାରା ମୂଲ୍ୟଗତ ଦୃଷ୍ଟିରୁ ଏହା ଅନ୍ୟତମ ସର୍ବବୃହତ ବୃତ୍ତି (ସ୍କଲାରସିପ୍‌) କାର୍ଯ୍ୟକ୍ରମ ହୋଇଛି।

୨୦୨୧ ବର୍ଷରେ ୭୬ ଜଣ ଅନୁସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ), କଂପ୍ୟୁଟର ବିଜ୍ଞାନ ଆଦି ଶିକ୍ଷା ନିମନ୍ତେ ପ୍ରଥମ ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି (ସ୍କଲାରସିପ୍‌) ପ୍ରଦାନ କରାଯାଇଥିଲା। ରିଲାଏନ୍ସ ଫାଉଣ୍ଡେସନର ଏହି ମେଧାସଂପନ୍ନ ଛାତ୍ରଛାତ୍ରୀ ଦେଶର ୧୪ଟି ରାଜ୍ୟର ୨୧ଟି ଶୀର୍ଷସ୍ତରୀୟ ବିଜ୍ଞାନ ଓ ଇଞ୍ଜିନିୟରିଂ ଶିକ୍ଷା ପ୍ରତିଷ୍ଠାନରେ ବଛା ବଛା ଡିଗ୍ରୀ ପାଠ୍ୟକ୍ରମରେ ପୂର୍ଣ୍ଣକାଳୀନ ଅଧ୍ୟୟନ କରୁଛନ୍ତି । ଏହି ପ୍ରଥମ ବ୍ୟାଚ ମେଧାବୀ ଛାତ୍ରଛାତ୍ରୀ ଇତିମଧ୍ୟରେ ଶିଳ୍ପ କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ସହିତ ଏକାଧିକ ବୃତ୍ତିଗତ ଦକ୍ଷତା ପରିବର୍ଦ୍ଧନକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି।

ରିଲାଏନ୍ସ ଫାଉଣ୍ଡେସନ ବୃତି ଅତ୍ୟନ୍ତ କଠିନ ଏବଂ ତୀବ୍ର ପ୍ରତିଯୋଗିତାମୂଳକ ମନୋନୟନ ପ୍ରକ୍ରିୟାରେ ଭାରତରେ ସବୁଠାରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିବ। ଏହି ପ୍ରକ୍ରିୟା ମଧ୍ୟରେ ଅନ୍‌ଲାଇନ ଆବେଦନ ସହିତ ଭାରତୀୟ ଏବଂ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କର ଏକ ମଣ୍ଡଳୀ ଦ୍ୱାରା ସାକ୍ଷାତକାର ପ୍ରକ୍ରିୟା ସାମିଲ ରହିଛି। ମେଧା ଆଧାରରେ ଛାତ୍ରଛାତ୍ରୀଙ୍କୁ ବୃତ୍ତି (ସ୍କଲାରସିପ୍‌) ପ୍ରଦାନ କରାଯିବ ଏବଂ ସମସ୍ତ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଆବେଦନ କରିବାକୁ ଉତ୍ସାହିତ କରାଯାଉଛି। ଆଦ୍ୟ ବାଲ୍ୟାବସ୍ଥାରୁ ଉଚ୍ଚତର ଶିକ୍ଷା ପର୍ଯ୍ୟନ୍ତ ବିଶ୍ୱଶ୍ରେଣୀର ଶିକ୍ଷାର ସୁଯୋଗ ନେବାରେ ଉନ୍ନତି ସାଧନ ଏବଂ ଏଭଳି ଏକ ବ୍ୟବସ୍ଥା ବିକଶିତ କରିବା ନିିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଚାଲିଥିବା ପ୍ରକ୍ରିୟାର ଏହି ବୃତ୍ତି ଏକ ଅଂଶବିଶେଷ ହୋଇଛି। ରିଲାଏନ୍ସ ଫାଉଣ୍ଡେସନ ବିଦ୍ୟାଳୟସମୂହ ବର୍ଷକୁ ୧୪ ହଜାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ଧୀରୁଭାଇ ଅମ୍ବାନି ବୃତି ୧୯୯୬ ଠାରୁ ୧୨,୫୦୦ରୁ ଅଧିକ ଛାତ୍ରବୃତ୍ତି ଉଚ୍ଚଶିକ୍ଷା ପାଇଁ ମେଧା-ତଥା-ସାଧନ ଆଧାରରେ ପ୍ରଦାନ କରିସାରିଛି। ଜିଓ ଇନଷ୍ଟିଚ୍ୟୁଟ ଏକ ବିଶ୍ୱଶ୍ରେଣୀର ବହୁଧା ବିଷୟ ଭିତିକ ଉଚ୍ଚଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ଭାବରେ ଉଭା ହେବାକୁ ଯାଉଛି। ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଶିକ୍ଷା ମୂଳସ୍ଥାନ ନେଉଛି, ଯାହା କୁଶଳାତା, ଜ୍ଞାନ ଏବଂ ସୁଯୋଗ ସହିତ ଆସନ୍ତାକାଲିର ନେତୃତ୍ୱ ବିକଶିତ ଓ ସଶକ୍ତ କରିବାରେ ବିଶ୍ୱାସ ରଖୁଛି।

ଆବେଦନ ପତ୍ର ମେଧାବୀ ଛାତ୍ରଛାତ୍ରୀ ରିଲାଏନ୍ସ ଫାଉଣ୍ଡେସନ ସ୍କଲାରସିପ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ସମସ୍ତ ଭୂମିହୀନଙ୍କ ପାଇଁ ବଣ୍ଟାଯିବ ୪ ଡିସିମିଲ ଲେଖାଏଁ ଜାଗାର ପଟ୍ଟା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

July 24, 2025

ମଞ୍ଚେଷ୍ଟରରେ ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ, ୫୧ ବର୍ଷ ପରେ ଭାରତୀୟ ଓପନର ଭାବେ କଲେ ଏହି କୃତିତ୍ୱ

July 24, 2025

୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଦେଶର ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କାରବାର

July 24, 2025

ପିବି –ଶବ୍ଦ ପ୍ଲାଟଫର୍ମରେ ପଞ୍ଜିକରଣ କରିବାକୁ ସମ୍ବାଦପତ୍ର ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ଅନୁରୋଧ କଲା ପ୍ରସାର ଭାରତୀ

July 24, 2025
Latest News

ସମସ୍ତ ଭୂମିହୀନଙ୍କ ପାଇଁ ବଣ୍ଟାଯିବ ୪ ଡିସିମିଲ ଲେଖାଏଁ ଜାଗାର ପଟ୍ଟା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

July 24, 2025

ମଞ୍ଚେଷ୍ଟରରେ ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ, ୫୧ ବର୍ଷ ପରେ ଭାରତୀୟ ଓପନର ଭାବେ କଲେ ଏହି କୃତିତ୍ୱ

July 24, 2025

୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଦେଶର ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କାରବାର

July 24, 2025

ପିବି –ଶବ୍ଦ ପ୍ଲାଟଫର୍ମରେ ପଞ୍ଜିକରଣ କରିବାକୁ ସମ୍ବାଦପତ୍ର ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ଅନୁରୋଧ କଲା ପ୍ରସାର ଭାରତୀ

July 24, 2025

ଆଜି ଶ୍ରୀମନ୍ଦିରରେ ପବିତ୍ର ଚିତାଲାଗି ନୀତି: ୪ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.