Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ଛାତ୍ରଛାତ୍ରୀ ଯତ୍ନବାନ ହୁଅନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀ
ଆଜିର ଖବର

ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ଛାତ୍ରଛାତ୍ରୀ ଯତ୍ନବାନ ହୁଅନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀ

December 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଅନ୍ୟ ପଟେ ଦ୍ରୁତ ଗତିରେ ପ୍ରଦୂଷିତ ହେବାରେ ଲାଗିଛି ଆମ ପରିବେଶ। ପରିବେଶ ପ୍ରଦୂଷିତ ହେବା ଦ୍ୱାରା ଜନସାଧାରଣ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ଛାତ୍ରଛାତ୍ରୀମାନେ ଯତ୍ନବାନ ହୁଅନ୍ତୁ ବୋଲି ଉପଦେଶ ଦେଇଛନ୍ତି ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁପାଳନ ବିକାଶମନ୍ତ୍ରୀ ଡଃ ଅରୁଣ କୁମାର ସାହୁ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ହୋଇଥିବା ଜାତୀୟ ସଂହତି ଶିବିରର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦ ଟି ରାଜ୍ୟରୁ ଏହି ଶିବିରରେ ଭାଗ ନେବାକୁ ଆସିଥିବା ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନଙ୍କୁ ଏହି ଆହ୍ୱାନ ଦେଇଛନ୍ତି ଡଃ ସାହୁ।

ହକି ଭଳି କ୍ରିଡାକୁ ପ୍ରୋତ୍ସାହନ ଦେବା ସହ ଦୀର୍ଘ ୪୦ ବର୍ଷ ପରେ ଭାରତ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ହାସଲ କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରଶଂସା କରି ଡଃ ସାହୁ କହିଥିଲେ ଯେ ସ୍କୁଲ୍‌ରେ ପଢ଼ିଲା ବେଳୁ ମୁଖ୍ୟମନ୍ତ୍ରୀଙ୍କର ହକି ପ୍ରତି ଆଗ୍ରହ ଥିଲା। ତେଣୁ ଏହି ଜାତୀୟ କ୍ରୀଡାର ଉନ୍ନତି କରିବା ଦିଗରେ ସେ ଅନେକ ପଦକ୍ଷେପ ନେଉଛନ୍ତି।

ନିଜ ସ୍କୁଲ୍ ଓ କଲେଜ ସମୟରେ ବିଭିନ୍ନ କ୍ୟାମ୍ପରେ ଯୋଗ ଦେଇ ପାଇଥିବା ଶିକ୍ଷାର ସ୍ମୃତିଚାରଣ କରିବା ସହ ଭାରତ ଓ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ଡଃ ସାହୁ କହିଥିଲେ ଯେ ଓଡ଼ିଶା ଏଭଳି ଏକ
ରାଜ୍ୟ ଯେଉଁଠି ଥରେ ସମ୍ପର୍କ ଯୋଡିଲେ ଆଉ କାଟି ହୁଏ ନାହିଁ।

ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍‌ ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍‌, ରାଜ୍ୟ ଏନ୍‌ଏସ୍‌ଏସ୍ ସେଲ୍‌ର ଏସ୍‌.ଏନ୍ ଓ ଡଃ ରମେଶ ଚନ୍ଦ୍ର ବେହେରା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ। ବିଶ୍ୱ ବିଦ୍ୟାଳୟ ଆଉଟ୍‌ରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ତଥା ଏନ୍‌ଏସ୍‌ଏସ୍ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଗତ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟ ସଂହତି ଶିବିରରେ ୨୦ଟି ରାଜ୍ୟରୁ ପ୍ରାୟ ୨୦୦ ପ୍ରତିନିଧି ଭାଗ ନେଇଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ କରୋନା ମହାମାରୀ ଡଃ ଅରୁଣ କୁମାର ସାହୁ ପରିବେଶ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଦଳର ଆତଙ୍କବାଦୀ ପ୍ରେମ!: ମାସୁଦ ଆଝାରଙ୍କ ପରିବାରକୁ ଦାନ କରିବ ମ୍ୟାଚ୍ ଫିସ୍

September 29, 2025

କାହିଁକି ଏସିଆ କପ୍ ଟ୍ରଫି ଗ୍ରହଣ କଲା ନାହିଁ ଟିମ୍ ଇଣ୍ଡିଆ?: ସାମ୍ନାକୁ ଆସିଲା ପ୍ରକୃତ କାରଣ

September 29, 2025

ନୂଆପଡା ଦଖଲ ପାଇଁ କଂଗ୍ରେସ ଖୋଲିଲା ୱାର ରୁମ୍, ଘାସିରାମ ମାଝୀଙ୍କ ପ୍ରାର୍ଥୀତ୍ବକୁ ଭକ୍ତଙ୍କ ସ୍ବୀକୃତି

September 29, 2025

ଶାରଦୀୟ ନବରାତ୍ରିରେ କରିନାହାନ୍ତି କି ଉପବାସ?: କରନ୍ତୁ ଏହି ୫ ଟି ଉପଚାର, ମିଳିବ ଆଶୀର୍ବାଦ

September 29, 2025
Latest News

ବିହାର ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ: ଏନଡିଏ ନା ଇଣ୍ଡିଆ?, କିଏ ଗଢିବ ସରକାର

September 29, 2025

ପାକିସ୍ତାନ ଦଳର ଆତଙ୍କବାଦୀ ପ୍ରେମ!: ମାସୁଦ ଆଝାରଙ୍କ ପରିବାରକୁ ଦାନ କରିବ ମ୍ୟାଚ୍ ଫିସ୍

September 29, 2025

ବିବାହ ପାଇଁ ରାସ୍ତାରେ ହୋର୍ଡିଂ ଲଗାଇଲେ କନ୍ୟା, ଅନଲାଇନରେ ଆବେଦନ କରିବାକୁ ବରମାନଙ୍କୁ ଆହ୍ବାନ

September 29, 2025

କାହିଁକି ଏସିଆ କପ୍ ଟ୍ରଫି ଗ୍ରହଣ କଲା ନାହିଁ ଟିମ୍ ଇଣ୍ଡିଆ?: ସାମ୍ନାକୁ ଆସିଲା ପ୍ରକୃତ କାରଣ

September 29, 2025

କୁଲଦୀପ ଯାଦବଙ୍କ ବିଶ୍ୱ ରେକର୍ଡ, ପାକିସ୍ତାନକୁ ସର୍ବଦା ଯନ୍ତ୍ରଣା ଦେବ ଏହି ଭାରତୀୟ ବୋଲରଙ୍କ ଆକ୍ରମଣ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.