ପ୍ରତ୍ୟାହାର ହେବ ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି: ମାର୍ଚ୍ଚ ୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ

Published: Dec 22, 2021, 3:06 pm IST

ଭୁବନେଶ୍ଵର: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯିବ। ଏହା ସହ ନୂତନ ତାଲିକା ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରାଯିବ। ସଂରକ୍ଷଣ ବିଜ୍ଞପ୍ତିକୁ ପ୍ରତ୍ୟାହାର ନେଇ ହାଇକୋର୍ଟଙ୍କୁ ରାଜ୍ୟ ସରକାର ଜଣାଇଛନ୍ତି।

ଆସନ୍ତା ୨୭ ତାରିଖରେ ସାନି ସଂରକ୍ଷଣ ତାଲିକା ପ୍ରକାଶ କରାଯିବ। ଜାନୁୟାରୀ ୩ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ଜାନୁୟାରୀ ୫ ତାରିଖ ସୁଦ୍ଧା ଅଭିଯୋଗ ସମାଧାନ କରାଯିବ। ଏହାପରେ ଜାନୁୟାରୀ ୭ ତାରିଖରେ ଚୁଡାନ୍ତ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିବେ। ଏବଂ ଏହି ଦିନ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ରାଜ୍ୟ ସରକାର ଚୁଡାନ୍ତ ତାଲିକା ପ୍ରଦାନ କରିବେ। ତେବେ ମାର୍ଚ୍ଚ ୮ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related posts