Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇସିଏଆଇ ଏବଂ ପିଆଇବିଆର ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟ ମଞ୍ଜୁରି
ଆଜିର ଖବର

ଆଇସିଏଆଇ ଏବଂ ପିଆଇବିଆର ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟ ମଞ୍ଜୁରି

December 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ ମଞ୍ଜୁରି
କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ଆଇସିଏଆଇ) ଏବଂ ଦ ପୋଲିସ ଚାମ୍ବର ଅଫ ଷ୍ଟାଚ୍ୟୁଟରୀ ଅଡିଟର୍ସ (ପିଆଇବିଆର) ମଧ୍ୟରେ ବୁଝାମଣାପତ୍ରକୁ ଅନୁମୋଦନ କରିଛନ୍ତି। ସଦସ୍ୟ ପରିଚାଳନା, ବୃତ୍ତିଗତ ନୈତିକତା, ବୈଷୟିକ ଗବେଷଣା, ସିପିଡି, ପେସାଦାର ଆକାଉଣ୍ଟାନ୍ସି ପ୍ରଶିକ୍ଷଣ, ଅଡିଟର ଗୁଣବତ୍ତା ଅନୁଧ୍ୟାନ, ଆକାଉଣ୍ଟାନ୍ସି ସମ୍ବନ୍ଧିୟ ଜ୍ଞାନର ବିକାଶ, ପେସାଦାର ଏବଂ ବୌଦ୍ଧିକ ବିକାଶ କ୍ଷେତ୍ରରେ ଆପୋସ ସହଯୋଗ ପାଇଁ ଏହି ଏମଓୟୁକୁ ମଞ୍ଜୁର କରାଯାଇଛି।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ପ୍ରସ୍ତାବିତ ଏମଓୟୁର ଉଦ୍ଦେଶ୍ୟ ହେଉଛି ବ୍ଲକ ଚେନ, ସ୍ମାର୍ଟ କଣ୍ଟ୍ରାକ୍ଟ ପ୍ରଣାଳୀ, ପାରମ୍ପରିକ ଅଡିଟ କାମକୁ କ୍ଲାଉଡ ଅଡିଟ କାମରେ ରୂପାନ୍ତରଣ କରିବା। ଯାହାଫଳରେ ଅଡିଟ ଓ ଆକାଉଣ୍ଟାନ୍ସି କ୍ଷେତ୍ରରେ ନୂତନ ପଦ୍ଧତି ପ୍ରୟୋଗ ତଥା ଅଧ୍ୟୟନ ସମ୍ବନ୍ଧୀୟ ବିଷୟରେ ସହଯୋଗ ସୁଦୃଢ଼ ହୋଇପାରିବ। ଆଇସିଏଆଇ ଏବଂ ପିଆଇବିଆର ଏହା ମଧ୍ୟ ନିର୍ଦ୍ଧାରଣ କରିଛନ୍ତି ଯେ ପେସାଦାର ସଂଗଠନଗୁଡ଼ିକ ପକ୍ଷରୁ ପ୍ରକାଶିତ ପୁସ୍ତକ, ପତ୍ରିକା ଏବଂ ଅନ୍ୟ ପ୍ରକାଶନୀଗୁଡ଼ିକର ଆଦାନପ୍ରଦାନ, ଅଡିଟ ଓ ଆକାଉଣ୍ଟାନ୍ସି ଉପରେ ଲେଖାକୁ ଉଭୟ ପକ୍ଷର ପତ୍ରିକା ଓ ଓ୍ବେବସାଇଟରେ ଆପୋସ ଭିତ୍ତିରେ ପ୍ରକାଶ କରିବେ। ଏଥିସହିତ ଦୁର୍ନୀତି ଏବଂ ବେଆଇନ ଅର୍ଥ କାରବାର ବିରୋଧରେ ଆପୋସ ସହଯୋଗକୁ ସୁଦୃଢ଼ କରିବେ।

ପ୍ରଭାବ

ଆଇସିଏଆଇ ଏବଂ ପିଆଇବିଆର, ପୋଲାଣ୍ଡ ମଧ୍ୟରେ ବୁଝାମଣାପତ୍ର ଜରିଆରେ ଆଇସିଏଆଇର ସଦସ୍ୟମାନଙ୍କୁ ପୋଲାଣ୍ଡରେ ବ୍ୟବସାୟିକ ସୁଯୋଗ ମିଳିପାରିବ। ଫଳରେ ୟୁରୋପରେ ସେମାନଙ୍କର ଉପସ୍ଥିତି ସୁଦୃଢ଼ ହେବ। ଏହି ଅବସର ସ୍ବଳକାଳୀନ ଏବଂ ଦୀର୍ଘକାଳୀନ ହେବ। ଏହି ବୁଝାମଣାର ଉଦ୍ଦେଶ୍ୟ ହେଉଛି ଆଇସିଏଏଆଇ ଏବଂ ପିଆଇବିଆର ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ଭିତ୍ତିରେ ଲାଭଜନକ ସମ୍ପର୍କ ବିକଶିତ କରିବା ଲାଗି ମିଳିମିଶି କାମ କରିବା। ଏମଓୟୁ ଅଧୀନରେ ଆଇସିଏଆଇ ଆକାଉଣ୍ଟାନ୍ସି ପେସାରେ ସେବା ରପ୍ତାନି ଲାଗି ପୋଲାଣ୍ଡ ସହିତ ସହଭାଗିତାକୁ ସୁଦୃଢ଼ କରିବାରେ ସକ୍ଷମ ହେବ।

ଆଇସିଏଆଇର ସଦସ୍ୟମାନେ ସାରା ଦେଶରେ ବିଭିନ୍ନ ସଂଗଠନ ମାଧ୍ୟମରେ ଉଚ୍ଚସ୍ତରୀୟ ପଦପଦବୀରେ କାମ କରିଥାନ୍ତି। ସେମାନେ ଦେଶର ସେସବୁ ସଂଗଠନର ନିର୍ଣ୍ଣୟ/ନୀତି ନିର୍ମାଣ ରଣନୀତିକୁ ପ୍ରଭାବିତ କରିବା ସ୍ଥିତିରେ ଥାଆନ୍ତି। ଆଇସିଏଆଇ ବିଶ୍ବର ୪୭ଟି ଦେଶର ୭୩ଟି ସହରରେ ନିଜର ଚାପ୍ଟର୍ସ ଏବଂ ରିପ୍ରେଜେଣ୍ଟେଟିଭ କାର୍ଯ୍ୟାଳୟର ବିସ୍ତୃତ ନେଟଓ୍ବର୍କ ଜରିଆରେ ଏସବୁ ଦେଶରେ ପ୍ରଚଳିତ ପଦ୍ଧତିକୁ ସହଭାଗୀ କରିବାରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଲାଗି ପ୍ରତିବଦ୍ଧ ରହିଛନ୍ତି। ଯାହାଫଳରେ ଭାରତ ସରକାର ସେସବୁ ଦେଶର ଉତ୍କୃଷ୍ଟ ପ୍ରଣାଳୀକୁ ଆପଣାଇବା ସହିତ ବିଦେଶୀ ନିବେଶକୁ ଆକୃଷ୍ଟ କରିପାରିବେ ଏବଂ ସେମାନଙ୍କୁ ଭାରତରେ ସଂସ୍ଥାନ ପ୍ରତିଷ୍ଠା ଲାଗି ପ୍ରୋତ୍ସାହିତ କରିପାରିବେ। ଏହି ଏମଓୟୁ ଫଳରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ, ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ ଏବଂ ଦ ପୋଲିସ ଚାମ୍ବର ଅପ୍ ଷ୍ଟାଚ୍ୟୁଟରୀ ଅଡିଟର୍ସ (ପିଆଇବିଆର)କୁ ଲାଭ ମିଳିବ।

ଆଇସିଏଆଇ କେନ୍ଦ୍ର କ୍ୟାବିନେଟ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Latest News

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.