ଏଣିକି ହସ୍ତଶିଳ୍ପ ଶିକ୍ଷା ପାଇଁ ପ୍ରସ୍ତୁତ ହେବ ପାଠ୍ୟପୁସ୍ତକ, ଆୟୋଜିତ ହେଲା କର୍ମଶାଳା

Published: Dec 22, 2021, 10:17 pm IST

ଭୁବନେଶ୍ୱର: ଆଜି ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ପରିସରରେ ଅନୁଷ୍ଠାନର ହସ୍ତଶିଳ୍ପ ତାଲିମ କେନ୍ଦ୍ର ପାଇଁ ପାଠ୍ୟପୁସ୍ତକ ପ୍ରକାଶନ ନିମନ୍ତେ ଏକ କର୍ମଶାଳା ସଂପାଦିତ ହୋଇଯାଇଛି । ଏହି କର୍ମଶାଳାଟି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଶ୍ରୀ ସନାତନ ନାୟକ, ନିର୍ଦ୍ଦେଶକ, ହସ୍ତଶିଳ୍ପ, ଶ୍ରୀ ଶିଶିର କୁମାର ରଥ, ସଦସ୍ୟ ସଚିବ, ସିଡାକ୍‌ ତଥା ଶ୍ରୀ ଦିଲ୍ଲୀପ କୁମାର ନାୟକ, ଭାରପ୍ରାପ୍ତ ଅଧିକାରୀ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଉପସ୍ଥିତ ଥିଲେ । ଓଡ଼ିଶାର ବିିଭିନ୍ନ ହସ୍ତଶିଳ୍ପ ଯଥା ଚାନ୍ଦୁଆ, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ମୃତ୍ତିକା ଶିଳ୍ପ, ପଥର ଖୋଦେଇ ଓ କାଷ୍ଠ ଖୋଦେଇ କ୍ଷେତ୍ରର ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ତଥା ଅଭିଜ୍ଞ ପ୍ରଶିକ୍ଷକ ଉକ୍ତ କର୍ମଶାଳାରେ ନିମନ୍ତ୍ରିତ ହୋଇ ନିଜର ମତାମତ ତଥା ଅଭିଜ୍ଞତା ପ୍ରଦାନ କରିଥିଲେ ।

Related posts