Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଷ୍ଟରର ଶାନ୍ତ ପରିବେଶରେ ରକ୍ତର ରଙ୍ଗରେ ଲାଲ୍‌ ହେଲା କଲମ୍ବୋ : ମୃତ ସଂଖ୍ୟା ୧୯୦କୁ ବୃଦ୍ଧି
ଆଜିର ଖବର

ଇଷ୍ଟରର ଶାନ୍ତ ପରିବେଶରେ ରକ୍ତର ରଙ୍ଗରେ ଲାଲ୍‌ ହେଲା କଲମ୍ବୋ : ମୃତ ସଂଖ୍ୟା ୧୯୦କୁ ବୃଦ୍ଧି

April 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
seriel blast in srilanka
seriel blast in srilanka

ଶ୍ରୀଲଙ୍କାରେ ରବିବାର ଦିନ ଇଷ୍ଟର ଅବସରରେ ପଞ୍ଚତାରକା ହୋଟେଲ୍‌ ଓ ଚର୍ଚ୍ଚରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ଅତି କମ୍‌ରେ ୧୯୦ଜଣ ମୃତ୍ୟୁବରଣ କରିଥିବାବେଳେ ପାଖାପାଖି ୪୦୦ ଜଣ ଆହତ ହୋଇଛନ୍ତି।  ତେବେ ଦ୍ବିପ୍ରହରରେ କଲମ୍ବୋ ସହରରେ ଆଉ ଦୁଇଟି ବିସ୍ଫୋରଣ ଘଟି ବିସ୍ଫୋରଣ ସଂଖ୍ୟା ୮ରେ ପହଞ୍ଚିଛି।  ପୃଥକ ପୃଥକ ସ୍ଥାନରେ ହୋଇଥିବା ଧମାକାରେ ଏପର୍ଯ୍ୟନ୍ତ ୧୯୦ଜଣ ମୃତ ହୋଇଛନ୍ତି ବୋଲି ଖବର ରହିଛି। ଏହି ସିରିୟଲ୍‌ ବିସ୍ଫୋରଣରେ ପାଖାପାଖି ୪୦୦ଜଣ ଆହତ ହୋଇଥିବା ସୂଚନା ରହିଛି। ଶ୍ରୀଲଙ୍କାର ଇତିହାସରେ ଏହା ହେଉଛି ସବୁଠାରୁ ବଡ଼ ଆକ୍ରମଣ। ଏହି ଆକ୍ରମଣରେ ପାଖାପାଖି ୧୧ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ଜନସାଧାରଣଙ୍କୁ ଶାନ୍ତି ରଖିବା ପାଇଁ ପ୍ରାର୍ଥନା କରିବା ସହିତ କାଲି ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ୨୨ଏପ୍ରିଲ୍‌ ଓ ୨୩ ଏପ୍ରିଲ୍‌କୁ ସରକାରୀ ଛୁଟି ଜାରି କରାଯାଇଥିବାବେଳେ ହ୍ବାଟସ୍‌ଆପ୍‌ ଓ ଫେସବୁକ୍‌ ପରି ସୋସିଆଲ୍‌ ମିଡ଼ିଆରେ ତତ୍କାଳ ପ୍ରଭାବ ପାଇଁ ବ୍ଲକ୍‌ କରିଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ କଲମ୍ବୋର ଦେହିବାଲା ସ୍ଥିତ ଏକ ହୋଟେଲ୍‌ରେ ସପ୍ତମ ବିସ୍ଫୋରଣ ହୋଇଥିଲା ଏବଂ ଅଷ୍ଟମ ବିସ୍ଫୋରଣ ମହାବିଲା ଉଦ୍ୟାନ ରୋଡ୍‌ସ୍ଥିତ ଏକ ହାଉସିଂ କମ୍ପ୍ଲେକ୍ସରେ ହୋଇଥିଲା। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀଲଙ୍କାର ସିରିଏଲ୍‌ ବ୍ଲାଷ୍ଟରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହିତ ଶ୍ରୀଲଙ୍କାର ଏପରି ଦୁଃଖଦ ସମୟରେ ଭାରତ ସାଙ୍ଗରେ ଛିଡ଼ା ହୋଇଛି ବୋଲି କହିଛନ୍ତି। ସେହିପରି ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏଭଳି ଘଟଣାକୁ ନିନ୍ଦା କରିବା ସହିତ ଏପରି ବର୍ବରତା ଘଟଣା ପାଇଁ କୌଣସି ସ୍ଥାନ ନାହିଁ, ଭାରତ ଶ୍ରୀଲଙ୍କ ସହିତ ଛିଡ଼ା ହୋଇଛି ଓ ରହିବ ବୋଲି କହିଛନ୍ତି। ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତୀୟଙ୍କ ପାଇଁ ଏକ ହେଲପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି। ସୁଷମା ସ୍ବରାଜ ଏହି ଘଟଣାରେ ଟୁଇଟ୍‌ କରି ଶୋକ କରିବା ସହିତ ଏଭଳି ସ୍ଥିତିରେ ପ୍ରତ୍ୟେକ ଘଟଣା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି।

serielblast srilanka thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଡିଏଭି ପୋଖରୀପୁଟରେ ଉତ୍କଳ ଦିବସ ପାଳିତ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026
Latest News

ଡିଏଭି ପୋଖରୀପୁଟରେ ଉତ୍କଳ ଦିବସ ପାଳିତ

April 2, 2026

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.