ନୂଆ ବର୍ଷରେ ରାଶି ପରିବର୍ତ୍ତନ କରୁଛନ୍ତି ବୃହସ୍ପତି, ତିନୋଟି ରାଶିର ଭାଗ୍ୟ ବେଶ୍ ଚମକି ଉଠିବ

Published: Dec 24, 2021, 5:57 pm IST

ନୂଆଦିଲ୍ଲୀ: ନୂଆ ବର୍ଷ ପାଖେଇଲା, ଆଉ ଦିନ କେତେଟା ପରେ 2021 ବର୍ଷ ଯିବ, ଆସିବ 2022। ତେବେ ଏହି ନୂଆ ବର୍ଷରେ ଗ୍ରହ ନକ୍ଷତ୍ର ଚଳନକୁ ନେଇ ଜ୍ୟୋତିଶବିତମାନେ ବିଭିନ୍ନ ଗଣନା କରିଥାନ୍ତି। ସେହି ସମୟର ଗ୍ରହ ରାଶିର ଅବସ୍ଥିତିକୁ ନେଇ ଭଲ କି ଖରାପ ଗଣନା କରିଥାନ୍ତି।

ତେବେ 2022 ମସିହାରେ ଗୁରୁ ବୃହସ୍ପତି ତାଙ୍କର ରାଶି ପରିବର୍ତ୍ତନ କରୁଛନ୍ତି। ସେ 13 ଏପ୍ରିଲ 2022 ରେ ରାଶି ପରିବର୍ତ୍ତନ କରିବେ। ବୃହସ୍ପତି ଏହି ଦିନ ନିଜ ରାଶି ମୀନରେ ପ୍ରବେଶ କରିବେ। ସାଧାରଣତଃ ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଚଳନ ବେଶ ଶୁଭଦାୟକ ବିବେଚନା କରାଯାଇଥାଏ। ସେ ରାଶି ଚଳନ କଲେ ତାହା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାନ୍ତି।

ସେଥିପାଇଁ ବୃହସ୍ପତି ନିଜ ରାଶି ମୀନରେ ପ୍ରବେଶ କଲେ ତାହା ତିନୋଟି ରାଶି ଉପରେ ବେଶ୍ ପ୍ରଭାବ ପକାଇବେ। ସେହି ତିନୋଟି ରାଶି ହେଲା ବୃଷ, ଧନୁ ଏବଂ କୁମ୍ଭ ରାଶି। ଏହି ତିନି ରାଶିର ବ୍ୟକ୍ତି ଯାହା ବି କରିବେ ତାହା ସଫଳତା ହାସଲ କରିବ। ଏହି ରାଶର ବ୍ୟକ୍ତିମାନେ ନୂଆ ବର୍ଷରେ ନୂଆ ବ୍ୟବସାୟ ଆରମ୍ଭ କରିବା ଭଲ ହେବ। ଏମାନଙ୍କର ସ୍ବାସ୍ଥ୍ୟ ମଧ୍ୟ ବେଶ ଭଲ ରହିବ।

Related posts