ଟ୍ରାଫିକ କନଷ୍ଟେବଳ ପାଇଁ ବାହାରିଲା ନିଯୁକ୍ତି, ଶିକ୍ଷାଗତ ଯୋଗ୍ୟତା ପ୍ଲସ ଟୁ ଆବଶ୍ୟକ

Published: Dec 25, 2021, 12:11 pm IST

ଭୁବନେଶ୍ବର: ଓଡିଶାରେ ଟ୍ରାଫିକ କନେଷ୍ଟବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ତରଫରୁ ପ୍ରକାଶିତ କରାଯାଇଛି। ସେହି ଅନୁସାରେ ଓଡିଶାରେ 56ଟି ପଦବୀ ପାଇଁ ଏହି ଦରଖାସ୍ତ ଆହ୍ବାନ କରାଯାଇଛି। ଯେଉଁମାନେ ମନୋନିତ ହେବେ ସେମାନେ ପ୍ରଥମେ ଓଡିଶା ପରିବହନ କର୍ତ୍ତୁପକ୍ଷଙ୍କ ଅଧିନରେ କାର୍ଯ୍ୟ କରିବେ।

ବିଜ୍ଞପ୍ତି ଅନୁସାରେ ପ୍ରାର୍ଥୀଙ୍କ ବୟସ ଆସନ୍ତା ଜାନୁୟାରୀ 1 ତାରିଖ ସୁଦ୍ଧା 21 ରୁ 32 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ହେଲେ ନିୟମ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ସହିତ ଓବିସି, ମହିଳା ଏବଂ ପୂର୍ବତନ ସାମରିକ କର୍ମଚାରୀଙ୍କ ପାଇଁ ବୟସ କୋହଳ କରାଯାଇଛି। ପ୍ରାର୍ଥୀ ନିଶ୍ଚିତ ଭାବେ ପ୍ଲସ ଟୁ ପାଶ କରିଥିବା ଆବଶ୍ୟକ। ହେଲେ ମାଟ୍ରିକରେ ସେ ଓଡିଆ ଭାଷା ନେଇଥିଲେ ଯୋଗ୍ୟ ବିବେଚିତ ହେବେ। ବିସ୍ତୁତ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ www.ossc.gov.in ରେ ଲଗଅନ କରିପାରିବେ।

Related posts