Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସ୍ବାସ୍ଥ୍ୟ ସେବାର ୧୮୯ ଟି ପଦବୀ ନିଯୁକ୍ତି ପାଇଁ ବିଜ୍ଞାପନ, ଶେଷ ତାରିଖ ଫେବୃୟାରୀ ୨୪

ଭୁବନେଶ୍ବର: ଓଡିଶାର ସ୍ବାସ୍ଥ୍ୟ ସେବା ପାଇଁ ପ୍ରକାଶ ପାଇଛି ଏକଥରେ ୧୮୯ ଟି ପଦବୀ ପାଇଁ ବିଜ୍ଞାପନ। ଏହି ନିଯୁକ୍ତି ପରୀକ୍ଷା ଓଡିଶା ଷ୍ଟାଫ୍ ସିଲେକସନ କମିଶନରଙ୍କ ଦ୍ବାରା ହେବ। ଏଥିରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଜୁନିୟର ଲାବ୍ରୋଟୋରୀ ଟେକନସିଆନ, ଏକ୍ସ ରେ ଟେକନିସିଆନ, ଓଟି ଆସିଷ୍ଟାଣ୍ଡ ପ୍ରଭୃତି ପଦବୀ ପାଇଁ ଏହି ବିଜ୍ଞାପନ ପ୍ରକାଶ ପାଇଛି।

ଏହା ଓଡିଶା ସରକାରଙ୍କ ଇଏସଆଇ ନିର୍ଦ୍ଦେଶାଳୟ ମାଧ୍ୟମରେ ନିଯୁକ୍ତି କରାଯିବ। ତେବେ ଏ ସମସ୍ତ ପଦବୀ ଅନଲାଇନ ମଧ୍ୟମରେ ପୂରଣ କରାଯିବ। ଏହି ପଦବୀ ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ କରାଯିବ ଯାହା ଆସନ୍ତା ୨୭ ତାରିଖରୁ ଖୋଲିବ। ଏହାପରେ ପ୍ରାର୍ଥୀମାନେ ଫେବୃୟାରୀ ୨୪ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ମ୍ୟୁନିସପାଲ ପ୍ରଶାସନରେ ଖାଲି ହେଲା ବିଭିନ୍ନ ପଦବୀ, କରନ୍ତୁ ଆବେଦନ

ଭୁବନେଶ୍ବର: ଓଡିଶା ମ୍ୟୁନିସପାଲ ପ୍ରଶାସନରେ ପଦବୀ ଖାଲି ପଡିଛି। ସେଥିପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ଆହ୍ବାନ କରିଛନ୍ତି ଓଡିଶା ମ୍ୟୁନିସପାଲ ପ୍ରଶାସନ ନିର୍ଦ୍ଦେଶାଳୟ। ସେହି ଅନୁସାରେ ବିଭିନ୍ନ ମ୍ୟୁନିସପାଲରେ 68ଟି ଆକାଉଣ୍ଚାଟ ପଦବୀ ପାଇଁ ଏହି ନିଯୁକ୍ତି କରାଯିବ।

ସେଥିପାଇଁ ଅନଲାଇନରେ ରେଜିଷ୍ଟ୍ରେସନ କରିବା ପାଇଁ କୁହାଯାଇଛି। ବର୍ତ୍ତମାନ ଅର୍ଥାତ ସୋମବାରଠାରୁ ଏହି ରେଜିଷ୍ଟ୍ରେସ ପାଇଁ ଖୋଲାଯାଇଛି। ପ୍ରାର୍ଥୀମାନେ ଆସନ୍ତା ଜାନୁୟାରୀ 23 ତାରିଖ ପର୍ଯ୍ୟନ୍ତ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ। ଏଥିସହିତ ଆବେଦନ କରିବା ପାଇଁ ଶେଷ ତାରିଖ ଜାନୁୟାରୀ 25 ତାରିଖ ରଖାଯାଇଛି। ପ୍ରାର୍ଥୀମାନେ ossc.gov.in ରେ ଲଗଅନ କରି ଆବେଦନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ବାହାରିଲା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ଷ୍ଟେନୋଗ୍ରାଫର, ଟାଇପିଷ୍ଟ ପାଇଁ ନିଯୁକ୍ତି

ଭୁବନେଶ୍ବର: ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ସୂଚନା ପ୍ରକାଶ ପାଇଛି। ଏଥିରେ ଷ୍ଟେନୋଗ୍ରାଫର, ଟାଇପିଷ୍ଟ ପାଇଁ ଏହି ନିଯୁକ୍ତି ବିଜ୍ଞାପନ ପ୍ରକାଶିତ ହୋଇଛି। ଏହି ପରୀକ୍ଷା ରାଜ୍ୟ ଷ୍ଟାଫ ସିଲେକସନ କମିଶନ କରିବେ। ଯେଉଁ ସବୁ ପଦବୀ ପାଇଁ ନିଯୁକ୍ତି ବାହାରିଛି ସେଗୁଡିକ ଜାଣିବା ପାଇଁ ଏହି ସ୍ଥାନରେ Click କରନ୍ତୁ।

ଏଥିରେ ପ୍ରାର୍ଥୀମାନେ ଆସନ୍ତା 22 ତାରିଖରୁ ଅନଲାଇନରେ ରେଜିଷ୍ଟ୍ରେନ କରିବେ। ଏହା ଆସନ୍ତା ଜାନୁୟାରୀ 21 ପର୍ଯ୍ୟନ୍ତ ଖୋଲା ରହିବ। ବିସ୍ତୁତ ତଥ୍ୟ ପାଇଁ ସିଧା odisha Staff Selection Commission ୱେବସାଇଟକୁ ଯାଇ ଜାଣିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାଫିକ କନଷ୍ଟେବଳ ପାଇଁ ବାହାରିଲା ନିଯୁକ୍ତି, ଶିକ୍ଷାଗତ ଯୋଗ୍ୟତା ପ୍ଲସ ଟୁ ଆବଶ୍ୟକ

ଭୁବନେଶ୍ବର: ଓଡିଶାରେ ଟ୍ରାଫିକ କନେଷ୍ଟବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ତରଫରୁ ପ୍ରକାଶିତ କରାଯାଇଛି। ସେହି ଅନୁସାରେ ଓଡିଶାରେ 56ଟି ପଦବୀ ପାଇଁ ଏହି ଦରଖାସ୍ତ ଆହ୍ବାନ କରାଯାଇଛି। ଯେଉଁମାନେ ମନୋନିତ ହେବେ ସେମାନେ ପ୍ରଥମେ ଓଡିଶା ପରିବହନ କର୍ତ୍ତୁପକ୍ଷଙ୍କ ଅଧିନରେ କାର୍ଯ୍ୟ କରିବେ।

ବିଜ୍ଞପ୍ତି ଅନୁସାରେ ପ୍ରାର୍ଥୀଙ୍କ ବୟସ ଆସନ୍ତା ଜାନୁୟାରୀ 1 ତାରିଖ ସୁଦ୍ଧା 21 ରୁ 32 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ହେଲେ ନିୟମ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ସହିତ ଓବିସି, ମହିଳା ଏବଂ ପୂର୍ବତନ ସାମରିକ କର୍ମଚାରୀଙ୍କ ପାଇଁ ବୟସ କୋହଳ କରାଯାଇଛି। ପ୍ରାର୍ଥୀ ନିଶ୍ଚିତ ଭାବେ ପ୍ଲସ ଟୁ ପାଶ କରିଥିବା ଆବଶ୍ୟକ। ହେଲେ ମାଟ୍ରିକରେ ସେ ଓଡିଆ ଭାଷା ନେଇଥିଲେ ଯୋଗ୍ୟ ବିବେଚିତ ହେବେ। ବିସ୍ତୁତ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ www.ossc.gov.in ରେ ଲଗଅନ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲା ଯୁବମୋର୍ଚ୍ଚା

ଭୁବନେଶ୍ୱର, ଓଡିଶା ସରକାରଙ୍କ ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନିତି ବିରୋଧରେ ଆଜି ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ କରାଯାଇଛି। ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ନେତୃତ୍ବରେ ଏହି ବିକ୍ଷୋଭ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅପରାଧୀମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୃକ୍ତ କରାଯାଉ। ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।

ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ ଛକ ଠାରେ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ମଧ୍ୟ ଜିଲ୍ଲା ସଭାପତି ରଶ୍ମିରଂଜନ ମହାପାତ୍ର ନେତୃତ୍ୱରେ ବିକ୍ଷୋଭ କରାଯାଇଥିଲା। ଏହି ଅବସରରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା, ଯୁବମୋର୍ଚ୍ଚା ପ୍ରଭାରୀ ତଥା ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ପ୍ରକାଶ ଦଳେଇ, ରାଜ୍ୟ ସଂଯୋଜକ ସୁଜିତ ସାହୁ, ସଂଗ୍ରାମ ପାତ୍ର, ପ୍ରତୀକ୍ଷା ଆଚାର୍ଯ୍ୟ, ସୁବ୍ରତ ବିଶ୍ୱାଳ, ରତନ ଦିଗାଲଙ୍କ ସମେତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।