ଓଡିଶା ମ୍ୟୁନିସପାଲ ପ୍ରଶାସନରେ ଖାଲି ହେଲା ବିଭିନ୍ନ ପଦବୀ, କରନ୍ତୁ ଆବେଦନ

Published: Dec 27, 2022, 6:55 am IST
OSSC

ଭୁବନେଶ୍ବର: ଓଡିଶା ମ୍ୟୁନିସପାଲ ପ୍ରଶାସନରେ ପଦବୀ ଖାଲି ପଡିଛି। ସେଥିପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ଆହ୍ବାନ କରିଛନ୍ତି ଓଡିଶା ମ୍ୟୁନିସପାଲ ପ୍ରଶାସନ ନିର୍ଦ୍ଦେଶାଳୟ। ସେହି ଅନୁସାରେ ବିଭିନ୍ନ ମ୍ୟୁନିସପାଲରେ 68ଟି ଆକାଉଣ୍ଚାଟ ପଦବୀ ପାଇଁ ଏହି ନିଯୁକ୍ତି କରାଯିବ।

ସେଥିପାଇଁ ଅନଲାଇନରେ ରେଜିଷ୍ଟ୍ରେସନ କରିବା ପାଇଁ କୁହାଯାଇଛି। ବର୍ତ୍ତମାନ ଅର୍ଥାତ ସୋମବାରଠାରୁ ଏହି ରେଜିଷ୍ଟ୍ରେସ ପାଇଁ ଖୋଲାଯାଇଛି। ପ୍ରାର୍ଥୀମାନେ ଆସନ୍ତା ଜାନୁୟାରୀ 23 ତାରିଖ ପର୍ଯ୍ୟନ୍ତ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ। ଏଥିସହିତ ଆବେଦନ କରିବା ପାଇଁ ଶେଷ ତାରିଖ ଜାନୁୟାରୀ 25 ତାରିଖ ରଖାଯାଇଛି। ପ୍ରାର୍ଥୀମାନେ ossc.gov.in ରେ ଲଗଅନ କରି ଆବେଦନ କରିବେ।

Related posts