Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁପି ଛାତ୍ରଛାତ୍ରୀଙ୍କୁ ୧ କୋଟି ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ ବଂଟନ ଅଭିଯାନର ଶୁଭାରମ୍ଭ
ଆଜିର ଖବର

ୟୁପି ଛାତ୍ରଛାତ୍ରୀଙ୍କୁ ୧ କୋଟି ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ ବଂଟନ ଅଭିଯାନର ଶୁଭାରମ୍ଭ

December 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍‌ ଷ୍ଟାଡିୟମ’ ଠାରେ ଛାତ୍ରଛାତ୍ରୀଙ୍କୁ ୧ କୋଟି ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ ବଂଟନ ଅଭିଯାନକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଶୁଭାରମ୍ଭ କରିବା ଅବସରରେ ଏକବିଂଶ ଶତାବ୍ଦୀକୁ ନିଜ ହାତମୁଠାରେ ରଖିବା ପାଇଁ ଯୁବପିଢିଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅଟଳ ବିହାରୀ ବାଜପେୟୀଜୀଙ୍କ ଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି କରୋନା ମହାମାରୀ ସମୟରେ ଦେଶରେ ଡିଜିଟାଲ ଶିକ୍ଷା ପ୍ରଦାନର ମହତ୍ୱ ଅଧିକ ବଢ଼ିଛି। ଏହି ସମୟରେ ସ୍ମାଟଫୋନ ଏବଂ ଟ୍ୟାବଲେଟ୍ ଦରକାରୀ ଜିନିଷ ହୋଇଛି। ମହାମାରୀ ସମୟରେ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ ଓ ଟ୍ୟାବଲେଟ୍ ନଥିଲା। ଯେଉଁ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଡିଜିଟାଲ ଶିକ୍ଷାରୁ ବଂଚିତ ହେଉଥିଲେ। ମାତ୍ର ବର୍ତ୍ତମାନ ସମୟରେ ୟୁପିରେ ଯୁବପିଢିଙ୍କୁ ଡିଜିଟାଲ ଶିକ୍ଷା ପ୍ରତି ପ୍ରୋତ୍ସାହନ ଦେବା ଦିଗରେ ଆଜିର କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ ପଦକ୍ଷେପ। ଆଜି ସ୍ନାତକ ଏବଂ ସ୍ନାତକୋତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ୍ ଫୋନ ଓ ଟ୍ୟାବଲେଟ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି। ବିଦ୍ୟାର୍ଥୀଙ୍କୁ ୧ କୋଟି ସ୍ମାର୍ଟଫୋନ ଓ ଟ୍ୟାବଲେଟ୍ ମାଗଣାରେ ବଂଟନ ଯୁବପିଢ଼ିଙ୍କୁ ଏକବିଂଶ ଶତାବ୍ଦୀରୁ ହାତ ମୁଠିରେ ରଖିବା ଦିଗରେ ଏକ ବୃହତ ପ୍ରୟାସ।

ଏହି କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ଉତ୍ସାହ ଓ ଉଦ୍ଦୀପନା ଏହି କଥାକୁ ପ୍ରମାଣିତ କରୁଛି। ୟୁପି ସରକାର ୱାନ ଡ୍ରିଷ୍ଟିକ୍ –ୱାନ ପ୍ରଡକ୍ଟ (ଓଡ଼ିଓପି) ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୟୁପିର ସବୁ ଜିଲ୍ଲାରେ ନୂଆ କଳା ଓ ବ୍ୟବସାୟ ଶତୀବ୍ଦୀରୁ ଶତାବ୍ଦୀରୁ ରହିଛି। ବିଦ୍ୟାର୍ଥୀମାନେ ମିଳିଥିବା ସ୍ମାର୍ଟ ମୋବାଇଲ ଓ ଟ୍ୟାବଲେଟ୍ ମାଧ୍ୟମରେ ପାଠପଢା ସହ ରୋଜଗାର ମଧ୍ୟ କରିପାରିବେ।

ଶ୍ରୀ ପ୍ରଧାନ କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ୟୁପିରେ ନୂଆପିଢ଼ିଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି। କରୋନା ମହାମାରୀ ସମୟରେ ୟୁପିରେ ସରକାରୀ ସ୍କୁଲରେ ଉନ୍ନତମାନର ପଢ଼ିବାର ସୁବ୍ୟବସ୍ଥା କରାଯାଇଛି। ୟୁପିରେ ବିଶେଷତଃ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ପ୍ରଗତି ପଥରେ ଅଛି। ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ିଛି।

ଅନେକ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅତ୍ୟାଧୁନିକ ଟେକ୍ନୋଲୋଜିରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି। ବିଦ୍ୟାର୍ଥୀଙ୍କୁ ରୋଜଗାର ଏବଂ ଦକ୍ଷତା ଆଧାରିତ ତଥା ଗୁଣାତ୍ମକ ଶିକ୍ଷା
ପ୍ରଦାନ କରାଯାଇଛି।

ଅପରପକ୍ଷରେ ଡିଜିଟାଲ କ୍ଷେତ୍ରକୁ ପ୍ରାଥମିତା ଦେବା ଭିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶର ସବୁ ଗାଁରେ ହାଇସ୍ପିଡ୍ ଇଂଟରନେଟ୍ ସଂଯୋଗ କରିବା ପାଇଁ ପଦକ୍ଷେପ ନେଇଛନ୍ତି।

ଉଲ୍ଲେଖନୀୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲକ୍ଷ୍ନୌ ସ୍ଥିତ ଲୋକଭବନ ଠାରେ ତାଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। (ପିଆଇବି)

ଧର୍ମେନ୍ଦ୍ର ପ୍ରଧାନ ଯୋଗୀ ଆଦିତ୍ୟନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.