କମିବ ଶୀତ, ଆସିବ ବର୍ଷା, ପାଣିପାଗ ବିଭାଗ ଦେଲା ସୂଚନା

Published: Dec 27, 2021, 9:21 am IST

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇବ। ଗତକାଲି ରାତିର ତାପମାତ୍ରା ପୂର୍ବ ଅପେକ୍ଷା ଅଧିକ ଥିଲା। ଅର୍ଥାତ ଶୀତ ଧୀରେ ଧୀରେ କମିବାରେ ଲାଗିଛି। ବର୍ତ୍ତମାନ ରାତ୍ରିର ତାପମାତ୍ରା ପୂର୍ବ ଅପେକ୍ଷା 1 ରୁ 2 ଡିଗ୍ରୀ ଅଧିକ ରହୁଛି। ସେହିପରି ବିଭିନ୍ନ ସ୍ଥାନରେ ଘନ କୁହୁଡି ମଧ୍ୟ ପରିଲକ୍ଷିତ ହେଉଛି। ରାତିରେ ଏହି କୁହୁଡି ଅଧିକ ରହୁଛି। ଅନେକସ୍ଥାନରେ ଦିନ 10ଟା ପର୍ଯ୍ୟନ୍ତ ମଧ୍ୟ କୁହୁଡିର ଆସ୍ତରଣ ଲାଗି ରହୁଛି।

ହେଲେ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ 28 ଏବଂ 29 ତାରିଖରେ ଏହି ବର୍ଷା ହେବ। ତେବେ ଆଜି ଝାରସୁଗୁଡା, ସୁନ୍ଦରଗଡ, କେଉଁଝର ସାମାନ୍ୟ ବର୍ଷା ହେବର ସମ୍ଭାବନା ରହିଛି।

( ଏଥିରେ ଥିବା ଫଟୋଟି ଆଜି ସକାଳେ ଉପଗ୍ରହରୁ ଉତ୍ତୋଳନ କରାଯାଇଛି। ଏଥିରେ ଓଡିଶାରେ କିପରି କୁହୁଡିର ଆସ୍ତରଣ ରହିଛି ତାହା ଦୃଶ୍ୟମାନ ହୋଇଛି। ଫଟୋ ସୌଜନ୍ୟ- ଭୁବନେଶ୍ବର ପାଣିପାଗ ବିଭାଗ )

Related posts