Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜଧାନୀରେ ବିଶାଳ ଜନଗର୍ଜନ ପାଇକ ସମାବେଶ, ଜାନୁୟାରୀ ୨୪ରେ ଦିଲ୍ଲୀ ଯାତ୍ରା
ଆଜିର ଖବର

ରାଜଧାନୀରେ ବିଶାଳ ଜନଗର୍ଜନ ପାଇକ ସମାବେଶ, ଜାନୁୟାରୀ ୨୪ରେ ଦିଲ୍ଲୀ ଯାତ୍ରା

December 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ଓ ଖୋର୍ଦ୍ଧାରେ ପ୍ରସ୍ତାବିତ ପାଇକ ସ୍ମୃତିସ୍ତମ୍ଭ ନିର୍ମାଣ ଜାଗାକୁ ବିନା ମୂଲ୍ୟରେ ପ୍ରଦାନ କରିବା ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ଜନଗର୍ଜନ ପାଇକ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ୫୦୦୦ରୁ ଉର୍ଦ୍ଧ୍ୱ ପାଇକ ଯୋଗଦେଇ ରଣବାଦ୍ୟର ତାଳେ ତାଳେ ପାରମ୍ପରିକ ପାଇକ ବେଶପୋଷାକ ପିନ୍ଧି, ଗଦା, ମୁଦ୍‌ଗର, ଖଣ୍ଡା, ବନାଟି ଆଦି ଚାଳନା କରିବା ସହ ପାଇକ ବୋଲି ଗାନ କରି ଦାବି ପୂରଣ ପାଇଁ ବିରାଟ ଶୋଭାଯାତ୍ରାରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ରାମ ମନ୍ଦିର ଦେଇ ଏକାମ୍ରହାଟ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ପ୍ରାରମ୍ଭରେ ମହାସଂଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ, ଓଡ଼ିଆଜାତିର ଗର୍ବିତ ସାମରିକ ପରମ୍ପରା ଉପରେ କୁଠାରଘାତ ହୋଇଥିବାରୁ ଏହା ସମଗ୍ର ଓଡ଼ିଶାର ଜନସାଧାରଣଙ୍କ ମନରେ ଆଘାତ ସୃଷ୍ଟି ହୋଇଛି। ତେଣୁ ଆସନ୍ତା ଜାନୁୟାରୀ ମାସ ୨୩ ତାରିଖ ସୁଦ୍ଧା ଯଦି ଆମର ଦାବି ପୂରଣ ନହୁଏ, ତେବେ ୨୪ ତାରିଖ ଦିନ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସରେ ମହାସଂଘ ତରଫରୁ ଦିଲ୍ଲୀ ଯାତ୍ରା କରିବୁ। ଦିଲ୍ଲୀର ଲାଲ୍ଲକିଲାରେ ପାଇମାନଙ୍କ ସମାବେଶ ଅନୁଷ୍ଠିତ ହେବା ସହ ଏକ ପ୍ରତିବାଦ ସଭା ଆୟୋଜନ କରାଯିବ। ସେହି ପ୍ରତିବାଦ ସଭାକୁ ବିଜେପି, ବିଜେଡ଼ି ଓ କଂଗ୍ରେସର ଦଳର ସାଂସଦମାନଙ୍କୁ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରାଯିବ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଅନ୍ୟ କେନ୍ଦ୍ରମନ୍ତ୍ରୀଦ୍ୱୟଙ୍କୁ ଯୋଗଦାନ ପାଇଁ ନିମନ୍ତ୍ରଣ କରାଯିବ ଏବଂ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଆମର ଦାବି ପୂରଣ ପାଇଁ ସ୍ମାରକପତ୍ର ପ୍ରଦାନ କରାଯିବ। ଯଦି ଏହା ସତ୍ତ୍ୱେ ଆମର ଦାବି ପୂରଣ ନହୁଏ, ତେବେ ପ୍ରୟୋଜନ ହେଲେ ପାର୍ଲାମେଣ୍ଟ ଘେରାଉ କରାଯିବ ବୋଲି ଡ. ଶ୍ରୀଚନ୍ଦନ ଚେତାବନୀ ଦେଇଛନ୍ତି।

ଏହି ସଭାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ଦଳମତ ନିର୍ବିଶେଷରେ ଓଡ଼ିଆଜାତିର ସ୍ୱାଭିମାନ ସୁରକ୍ଷା ପାଇଁ ଆମେ ସମସ୍ତେ ଓଡ଼ିଆଭାବରେ ଏଥିରେ ସାମିଲ ହେବା ନିତାନ୍ତ ଆବଶ୍ୟକ। ତେଣୁ ପ୍ରତ୍ୟେକ ଦଳର ପ୍ରତିନିଧିମାନେ ଯୋଗଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ସଂଯୋଜକ ଗଣେଶ ଚନ୍ଦ୍ର ସାମନ୍ତ, ଐତିହାସିକ ରବୀନ୍ଦ୍ର ପରିଡ଼ା, ଗବେଷକ ଗୋପାଳକୃଷ୍ଣ ଦାସ, ପାଇକଗୁରୁ ହାପି କୁମାର, ରଞ୍ଜନ କୁମାର, ଭାସ୍କର ସୁନ୍ଦରାୟ, ଅବନୀ ଜେନା, ମାନସ ଶ୍ରୀଚନ୍ଦନ, ସନ୍ତୋଷ ଶ୍ରୀଚନ୍ଦନ ପ୍ରମୁଖ ବହୁ ସଂଗଠକ, ସମାଜସେବୀ, ସାହିତ୍ୟିକ, ବୁଦ୍ଧିଜୀବୀ ଓ ରାଜନେତାମାନେ ଯୋଗଦେଇ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନିଜର ମତାମତ ପ୍ରଦାନ କରିଥିଲେ।

ଏହି ଶୋଭାଯାତ୍ରା ଖୋର୍ଦ୍ଧାର ମା’ ବରୁଣେଇ ପୀଠରୁ ବାହାରି ଗଡ଼ଖୋର୍ଦ୍ଧାରେ ସମାବେଶ, ଶୋଭାଯାତ୍ରା ଓ ପ୍ରତିବାଦ ସଭା କରିବା ପରେ ପଞ୍ଚପାଇକ ବୀରଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ଖୋର୍ଦ୍ଧା ସହର ପରିକ୍ରମା କରିବା ପରେ ଭୁବନେଶ୍ୱରରେ ପହଞ୍ଚିଥିଲେ।

ଓଡ଼ିଶା ବୀର ମହାସଂଘ ପାଇକ ବିଦ୍ରୋହ ପାଇକ ସମାବେଶ ବିଶାଳ ଜନଗର୍ଜନ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଦ୍ୱାରା ଦ୍ୱିତୀୟ ନୀଳାଦ୍ରି କପ୍ ଟି-୨୦ ଆନ୍ତଃବିଭାଗୀୟ କ୍ରିକେଟ୍ ଚାମ୍ପିଅନସିପ୍ ଉଦଯାପିତ

December 22, 2025

ରିଲାଏନ୍ସ ଜୁଏଲ୍ସ ଆଣିଛି ଆଇକନିକ ଡ୍ରିମ ଡାଇମଣ୍ଡ ସେଲ ସହିତ ମାଗଣା ଗୋଲ୍ଡ କଏନ ଅଫର

December 22, 2025

ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ ହେଲେ ଆଠ ରେଳ କର୍ମଚାରୀ

December 22, 2025

ଓଡିଶା ପ୍ରତି ନିବେଶକମାନଙ୍କର ବୃଦ୍ଧି ପାଉଛି ଆସ୍ଥା: ହାଇଦ୍ରାବାଦରୁ ଫେରି ଗଣମାଧ୍ୟମକୁ କହିଲେ ମୁଖ୍ୟମନ୍ତ୍ରୀ

December 22, 2025
Latest News

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025

ପୂର୍ବତଟ ରେଳପଥ ଦ୍ୱାରା ଦ୍ୱିତୀୟ ନୀଳାଦ୍ରି କପ୍ ଟି-୨୦ ଆନ୍ତଃବିଭାଗୀୟ କ୍ରିକେଟ୍ ଚାମ୍ପିଅନସିପ୍ ଉଦଯାପିତ

December 22, 2025

ରିଲାଏନ୍ସ ଜୁଏଲ୍ସ ଆଣିଛି ଆଇକନିକ ଡ୍ରିମ ଡାଇମଣ୍ଡ ସେଲ ସହିତ ମାଗଣା ଗୋଲ୍ଡ କଏନ ଅଫର

December 22, 2025

ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ ହେଲେ ଆଠ ରେଳ କର୍ମଚାରୀ

December 22, 2025

ପିଚିକୁଳି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଶିବିର

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.