Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୭ଭାଗ ଓବିସି ସଂରକ୍ଷଣ ପାଇଁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ଆଜିର ଖବର

୨୭ଭାଗ ଓବିସି ସଂରକ୍ଷଣ ପାଇଁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

December 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରି ପଞ୍ଚାୟତ ନିର୍ବାଚନକୁ ୪ ମାସ ଘୁଞ୍ଚାଇବା ପାଇଁ ନିବେଦନ କରିଛନ୍ତି। ନିର୍ବାଚନ ପୂର୍ବରୁ ପଛୁଆବର୍ଗ କମିଶନଙ୍କ ଜରିଆରେ ପଛୁଆବର୍ଗ ଜନଗଣନା କରିବା ପାଇଁ ମଧ୍ୟ ମାନ୍ୟବର କୋର୍ଟଙ୍କ ପାଖରେ କେନ୍ଦ୍ର ସରକାର ପ୍ରାର୍ଥନା କରିଛନ୍ତି। ମଧ୍ୟପ୍ରଦେଶ ସରକାର ମଧ୍ୟ ସୁପ୍ରିମକୋର୍ଟରେ ଅର୍ଜି ଦାଖଲ କରି ମାନ୍ୟବର କୋର୍ଟ ତାଙ୍କର ଡ଼ିସେମ୍ବର ୧୭ ତାରିଖର ‘ପଛୁଆବର୍ଗ ସଂରକ୍ଷଣ’ ଉପରେ ଦେଇଥିବା ରାୟକୁ ପୁନର୍ବିଚାର କରିବାକୁ ମଧ୍ୟ ନିବେଦନ କରିଛନ୍ତି।

ଗତ ରବିବାର ଦିନ ବିଜୁ ଜନତା ଦଳ ତା’ର ପ୍ରତିଷ୍ଠା ଦିବସର ଦୁଇଟି ପ୍ରତିଶ୍ରୁତି ଓଡ଼ିଶାର ଜନସାଧାରଣଙ୍କୁ ଦେଇ ଗଣମାଧ୍ୟମରେ ପ୍ରକାଶ କରିଥିଲା ଯେ, ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ପକ୍ଷରୁ ୪୦ଭାଗ ଟିକେଟ ପଛୁଆବର୍ଗ ପ୍ରାର୍ଥୀମାନଙ୍କୁ ଦିଆଯିବ ଏବଂ ଦ୍ୱିତୀୟତଃ କେନ୍ଦ୍ର ସରକାର ପଛୁଆବର୍ଗ ସଂରକ୍ଷଣ ଉପରେ ଯେଉଁ ଆଇନଗତ ଓ ରାଜନୈତିକ ପଦକ୍ଷେପ ନେବେ, ତାହାକୁ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ସମର୍ଥନ କରିବ। ତେଣୁ ଆଜି କେନ୍ଦ୍ର ସରକାର ଯେତେବେଳେ ସୁପ୍ରିମକୋର୍ଟରେ ଅର୍ଜି ଦାଖଲ କରି ପଞ୍ଚାୟତ ନିର୍ବାଚନକୁ ୪ ମାସ ଘୁଞ୍ଚାଇବା ଓ ତା’ପୂର୍ବରୁ ପଛୁଆବର୍ଗ କମିଶନଙ୍କ ଜରିଆରେ ଜାତିଗତ ଜନଗଣନା କରିବା ପାଇଁ ସୁପ୍ରିମକୋର୍ଟଙ୍କ ପାଖରେ ପ୍ରାର୍ଥନା କରିଛନ୍ତି, ସେହି ସମୟରେ ବିଜୁ ଜନତା ଦଳ ତା’ର ପ୍ରତିଶ୍ରୁତି ରକ୍ଷା କରି ପଞ୍ଚାୟତ ନିର୍ବାଚନକୁ ଓଡ଼ିଶାରେ ଅନ୍ତତଃ ୬ ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ସହିତ ରାଜ୍ୟ ପଛୁଆବର୍ଗ କମିଶନ ମେ ୧ ତାରିଖରୁ ଜୁନ୍ ୧୫ ତାରିଖ ମଧ୍ୟରେ ଜାତିଗତ ଜନଗଣନା କରିବାକୁ ଯେଉଁ ପଦକ୍ଷେପ ନେଇଥିଲେ, ତାହାକୁ ପୁନଶ୍ଚ କାର୍ଯ୍ୟକାରୀ କରିବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଏକ ପତ୍ରରେ ଅନୁରୋଧ କରାଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏହି ପତ୍ର ଲେଖି କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ପଞ୍ଚାୟତିରାଜ ନିର୍ବାଚନକୁ ଅନ୍ତତଃ ୬ ମାସ ଘୁଞ୍ଚାଇବା ସହିତ ରାଜ୍ୟରେ ଜାତିଗତ ଜନଗଣନା ଆରମ୍ଭ କରି ରାଜ୍ୟର ୫୨ଭାଗ ପଛୁଆବର୍ଗଙ୍କୁ ତାଙ୍କର ମୌଳିକ ଓ ସାମ୍ବିଧାନିକ ଅଧିକାର ଅର୍ଥାତ୍ ଶିକ୍ଷା, ଚାକିରୀ ଓ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ୨୭ଭାଗ ସ୍ଥାନ ସଂରକ୍ଷଣକୁ ସୁନିଶ୍ଚିତ କରାନ୍ତୁ। ଆଶା କରାଯାଏ ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟର ଅର୍ଦ୍ଧାଧିକ ଜନସାଧାରଣ (୫୨ଭାଗ ପଛୁଆବର୍ଗ)ଙ୍କୁ ରାଜ୍ୟ ସରକାର ତୃଣମୂଳସ୍ତରରେ ବିକାଶ ଓ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ସୁଯୋଗ ପ୍ରଦାନ କରିବେ।

ଓବିସି ସଂରକ୍ଷଣ କେନ୍ଦ୍ର ସରକାର ପଛୁଆବର୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.