ଝାଂଶୀ ରେଳ ଷ୍ଟେସନର ନାମ ପରିବର୍ତ୍ତନ କଲେ ଆଦିତ୍ୟନାଥ ସରକାର

Published: Dec 29, 2021, 9:22 pm IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଝାଂଶୀ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହି ରେଳ ଷ୍ଟେସନକୁ ବୀରାଙ୍ଗନା ଲକ୍ଷ୍ମୀବାଇ ରେଳ ଷ୍ଟେସନ ଭାବରେ ନାମିତ କରାଯାଇଛି। ବ୍ରିଟିଶମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବା ଝାଂଶୀର ରାଣୀ ଲକ୍ଷ୍ମୀବାଇ, ଜୁନ୍ ୧୮ ତାରିଖ ୧୮୫୮ ରେ ଗ୍ୱାଲିଅରରେ ବ୍ରିଟିଶ ସୈନ୍ୟ ସହିତ ଯୁଦ୍ଧରେ ଶହୀଦ ହୋଇଥିଲେ। ଏବେ ତାଙ୍କ ସ୍ମୃତିରେ ଯୋଗୀ ତାଙ୍କ ନାମରେ ଷ୍ଟେସନର ନାମକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Related posts