କରୋନା ଅପଡେଟ୍: ଦେଶରେ ଦ୍ରୁତ ଗତିରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

Published: Jan 2, 2022, 10:46 am IST

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପର ମୁହାଁ ହୋଇଛି। ଗତକାଲି ଦେଶରେ ୨୨ ହଜାର ୭୭୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସେହି ସଂଖ୍ୟାରେ ବୃଦ୍ଧି ପାଇ ୨୭ ହଜାର ୫୫୩ ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟାରେ ୨୮୪ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୮ ଲକ୍ଷ ୮୯ ହଜାର ୯୨ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୧ ହଜାର ୭୭୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୮୪ ହଜାର ୫୬୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୨୨ ହଜାର ୮୦୧ ଆକ୍ଟିଭ୍‌ କେସ୍ ରହିଛି।

Related posts